ଓଏମ୍‌ସି ଦୈତାରି ଲୌହ, ମାଙ୍ଗାନିଜ ଖଣି ଜନଶୁଣାଣି: ସମର୍ଥନ ପାଇଁ ସର୍ତ୍ତ ରଖିଲେ ଅଞ୍ଚଳବାସୀ

କାଳିଆପାଣି,୫ା୧୦(ଡି.ଏନ୍‌.ଏ.): ଓଡ଼ିଶା ଖଣି ନିଗମ(ଓଏମ୍‌ସି) ପରିଚାଳିତ ଦୈତାରୀିଲୌହ ଓ ମାଙ୍ଗାନିଜ ଖଣିର ବାର୍ଷିକ ୩ ଲକ୍ଷ ଟନ୍‌ରୁ ୬ ଲକ୍ଷ ଟନ୍‌ କ୍ରୋମାଇଟ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଶୁକ୍ରବାର ଜନଶୁଣାଣି ହୋଇଛି। ପରିବେଶ ମଞ୍ଜୁରୀ ନିମନ୍ତେ କରାଯାଇଥିବା ଜନଶୁଣାଣିରେ ବିଭନ୍ନ ସର୍ତ୍ତ ରଖି ପ୍ରଭାବିତ ଅଞ୍ଚଳବାସୀ ସମର୍ଥନ ପ୍ରସ୍ତାବ ଦେଇଛନ୍ତି। । ଖଣି ନିଗମ ମହାପ୍ରବନ୍ଧକ ଅଶୋକ କୁମାର ବେହେରା ପର୍ଯ୍ୟାୟକ୍ରମେ ସମସ୍ତ ଦାବି ପୂରଣ କରିବାକୁ ଖଣି ନିଗମ ପ୍ରୟାସ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଶେଷକରି ଅଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟର ଗୁରୁତ୍ୱ ଦୃଷ୍ଟିରୁ ତୁରନ୍ତ ଏକ ଯୁକ୍ତ ୨ କଲେଜ ନିର୍ମାଣ ଏବଂ ଖାଲି ପଡିଥିବା ଡାକ୍ତର ନିଯୁକ୍ତି କରିବାକୁ ପ୍ରୟାସ କରାଯାଉଥିବା ଅଶୋକ କୁମାର କହିଛନ୍ତି।
ଚିଙ୍ଗୁଡ଼ିପାଳ ପଞ୍ଚାୟତ ପଟଣା ଆମ୍ବତୋଟାଠାରେ ରାଜ୍ୟ ପ୍ରଦୂଷଣ ବୋର୍ଡ଼ ପକ୍ଷରୁ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ପ୍ରଦୂଷଣ ବୋର୍ଡର କଳିଙ୍ଗନଗର ପରିଚାଳକ ପ୍ରମୋଦ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। କଳିଙ୍ଗନଗର ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିଲେ। ଜନଶୁଣାଣି ଆଭିମୁଖ୍ୟ ସମ୍ପର୍କରେ ପ୍ରଦୂଷଣ ବୋର୍ଡ଼ ପରିଚାଳକ ପ୍ରମୋଦ କୁମାର ଉପସ୍ଥାପନ କରି ମତାମତ ରଖିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଖଣି ନିଗମ ଦୈତାରିର ଆଞ୍ଚଳିକ ପରିଚାଳକ ସୁବ୍ରତ ମିଶ୍ର ନିଗମ ପକ୍ଷରୁ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନ କରି ଜନଶୁଣାଣିକୁ ସମର୍ଥନ କରିବାକୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ଖଣି ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ୫୮ ଜଣ ପୁରୁଷ ମହିଳା ସ୍ଥାନୀୟ ଅଞ୍ଚଳରେ ହେଉଥିବା ସମସ୍ୟାକୁ ଉପସ୍ଥାପନ କରିଥିଲେ। ଏଥିସହ ବେକାରିଙ୍କୁ ସ୍ଥାୟୀ ନିଯୁକ୍ତି, ଯୁକ୍ତ ୨ କଲେଜ, ଖଣି ନିଗମ ଡାକ୍ତରଖାନରେ ଅଧିକସଂଖ୍ୟକ ଡାକ୍ତର ସହ ପ୍ରସୂତି ବିଭାଗ ଓ ଶିଶୁ ବିଭାଗ ଡାକ୍ତର ନିଯୁକ୍ତି, ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା, ପାନୀୟ ଜଳ ସମସ୍ୟା ସମାଧାନ, ରାସ୍ତାଘାଟ ମରାମତି, ସ୍ଥାନୀୟ ସ୍କୁଲଗୁଡିକୁର ସମସ୍ୟା ସମାଧାନ ପରି ବିଭିନ୍ନ ପ୍ରକାର ଦାବି ଉପସ୍ଥାପନ କରି ସର୍ତ୍ତ ମୂଳକ ସମର୍ଥନ ପାଇଁ ପ୍ରସ୍ତାବ ଦେଇଥିଲେ। ସୂଚନା ଯୋଗ୍ୟ, ଓଡ଼ିଶା ଖଣି ନିଗମର ଦୈତାରି ସଂରକ୍ଷିତ ଜଙ୍ଗଲରେ ୧୦୧୮.୩୦୮୫ ହେକ୍ଟର ମଧ୍ୟରୁ ୪୬.୩୯୯୫ ହେକ୍ଟର ଜଙ୍ଗଲ ଜମି ଏବଂ ୧୭୧.୯୦୯ ହେକ୍ଟର ଅଣ ଜଙ୍ଗଲ ଜମି ଅନ୍ତର୍ଭୁକ୍ତ ରହିଛି। ଅଣଜଙ୍ଗଲ ଜମିକୁ ପରିବେଶ ମଞ୍ଜୁରୀ ମିଳିଥିଲେ ମଧ୍ୟ ଉତ୍ପାଦନ ବୃଦ୍ଧି ପାଇଁ ମଞ୍ଜୁରୀ ନିତାନ୍ତ ଆବଶ୍ୟକତା ଦୃଷ୍ଟିରୁ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଶୁଣାଣି ଆରାମ୍ଭ ହୋଇଥିଲା। ଏଥିରେ ଖଣି ନିକଟର୍ତ୍ତିୀ ଚିଙ୍ଗୁଡ଼ିପାଳ ସରପଞ୍ଚ ନୀଳେନ୍ଦ୍ର ପ୍ରଧାନ, କାଳିଆପାଣି ସମିତି ସଭ୍ୟ ମୋତିଲାଲ ମହାନ୍ତ, ରାଁଶୋଳ ସରପଞ୍ଚ ବିଶ୍ୱଜିତ ମହାନ୍ତି, ପୂର୍ବତନ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ଉପାଧ୍ୟକ୍ଷ ବିବେକା ବୋଷ, ଯୁବନେତା ପ୍ରଭାତ ପ୍ରଧାନ, ପାଟଣା ଗ୍ରାମର ତ୍ରିଲୋଚନ ମୁଣ୍ଡାରୀ ପ୍ରମୁଖ ନିଜ ମତାମତ ରଖିବା ସହ ସମର୍ଥନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, ପ୍ରଦୂଷଣ ବୋର୍ଡର ମନମୋହନ ମୁର୍ମୁ, ଦିବ୍ୟଲୋଚନ ମହାପାତ୍ର, ମଦନ ମୋହନ ସାହୁ, ସତ୍ୟସ୍ବରୂଧିବେଦୀ ଓ ଖଣି ନିଗମ ବିଭୂତି ଭୂଷଣ ନାୟକ, ନଳିନକାନ୍ତ ନାୟକ, ପ୍ରଫୁଲ୍ଲ କୁମାର ସାହୁ, ସାଗରିକା ପାତ୍ର ସହ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧୀର ପ୍ରମୁଖ ଉପସ୍ଥିତ ରହିଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟିକୁ ରଖି କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଏକ ପ୍ଲାଟୁନ ଫୋର୍ସ ସହ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri