ଓଏମ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଚିଙ୍ଗୁଡ଼ିପାଳକୁ ହରାଇ କାଳିଆପାଣି ଚାମ୍ପିୟନ

କାଳିଆପାଣି/ସୁକିନ୍ଦା, ୭|୯(ଡି.ଏନ୍‌.ଏ.)- ଖଣି ନିଗମ କାଳିଆପାଣି ଟାଉନ୍‌ଶିପ କଲୋନୀ ପଡ଼ିଆରେ ଚାଲିଥିବା (ଓଡ଼ିଶା ଖଣି ନିଗମ) ଓଏମ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ପ୍ରଥମେ ସେମିଫାଇନାଲ ମ୍ୟାଚ୍‌ କାଳିଆପାଣି ଫୁଟବଲ ଦଳ ଏବଂ ରାଁସୋଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କାଳିଆପାଣି (୧-୦) ଗୋଲ୍‌ରେ ରାଁସୋଳକୁ ହରାଇ ଫାଇନାଲକୁ ପ୍ରବେଶ କରିଥିଲା। ଅପରାହ୍ନରେ କାଳିଆପାଣି ଓ ଚିଙ୍ଗୁଡ଼ିପା ପଞ୍ଚାୟତ ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ରହିଥିଲା। ନିର୍ଦ୍ଧାରିତ ସମୟସୀମାରେ କେହି କାହାରିକୁ ଗୋଲ୍‌ ଦେଇପାରି ନ ଥିଲେ। ଶେଷରେ ପେନାଲ୍ଟିକ୍‌ ସଟ୍‌ ଆଉଟ ଜରିଆରେ କାଳିଆପାଣି ଚିଙ୍ଗୁଡ଼ିପାଳ ଦଳକୁ (୩-୧) ଗୋଲ୍‌ରେ ପରାସ୍ତ କରି ଚଳିତବର୍ଷ ପାଇଁ ଚାମ୍ପିୟନ ହୋଇଛି। ଆସୋଶେନ୍‌ର ସଂଯୋଜକ ପ୍ରଭାତ ପ୍ରଧାନଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ ଓ ପୁରସ୍କାର ବିତରଣୀ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ସୁକିନ୍ଦା ବିଧାୟକ ପ୍ରିତୀରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥିଭାବେଭାବେ ଯୋଗଦେଇଥିଲେ। କ୍ରୀଡ଼ାର ବିକାଶ ଓ ପ୍ରତିଭା ଅନ୍ବେଷଣ ପାଇଁ ଆୟୋଜିତ ଟୁର୍ନାମେଣ୍ଟ ଅୟଆରାମ୍ଭ ହୋଇଛି। ଆଗାମୀ ଦିନରେ ଏହି ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ସମସ୍ତ କ୍ରୀଡ଼ାର ପ୍ରତିଯୋଗିତା କରାଯିବା ପାଇଁ ପ୍ରୟାସ ଜାରି ରହିବ ବୋଲି ବିଧାୟକ କହିଥିଲେ। ଶ୍ରମିକ ସଗଂଠନ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଜିଲାପରିସଦ ସଭ୍ୟ ପ୍ରତାପ ଚନ୍ଦ୍ର ପାତ୍ର ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ଉପଧ୍ୟକ୍ଷ ବିବେକା ବୋଷ, ଖଣି ନିଗମ ଡିଜିଏମ୍‌ ମନୋଜ ପତି, ପରିଚାଳକ କାଠି ପ୍ରଧାନ, ଇମ୍ଫା କମ୍ପାନୀ ମାନବ ସମ୍ବଳ ବରିଷ୍ଠ ପରିଚାଳକ ଗିରଶ ପଟ୍ଟନାୟକ, ଲୋକ ସମ୍ପର୍କ ବରିଷ୍ଠ ପରିଚାଳକ ଜଗନ୍ନମୋହନ ମଲ୍ଲିକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ବିଜୟୀ ଓ ରର୍ନ୍‌ସ ଅଫ ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ଅତିଥିମାନେ ପ୍ରଦାନ କରିଥିଲେ। ରାଁସୋଳ ସରପଞ୍ଚ ବିଶ୍ୱଜିତ ମହାନ୍ତି, କାଳିଆପାଣି ସରପଞ୍ଚ କଳ୍ପନା ଜେନା ପ୍ରମୁଖ ବହୁ ଜନପ୍ରତିନିଧି ଯୋଗଦେଇଥିଲେ। ପ୍ରଭାକର ବେହେରା, ଉତ୍କଳମଣୀ ବେହେରା, ସପ୍ନେଶ୍ୱର କଅଁର ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ । ଗୋଲକ ଦେହୁରୀ, ସଞ୍ଜୀବ ଚାତାର୍‌, ଦଲୀପ ସର୍ଦ୍ଦାର ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ଗାଧୋଇବାକୁ ଯାଇ ଘରକୁ ଫେରିଲେନି ବ୍ୟକ୍ତି, ଆଜି ନଦୀରୁ…

ଧର୍ମଶାଳା,୪ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଲକ୍ଷ୍ମୀସାହି ଗ୍ରାମ ନିକଟ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି...

ଥାନାରେ IIC-ASI ହାତାହାତି: ଆକ୍ସନ ନେଲେ ଏସ୍‌ପି

ଯାଜପୁର,୪।୧୨: ଯାଜପୁର ଜିଲା ଅଳକୁଣ୍ଡ ଥାନାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଝିଅ-ପୁଅ ମାମଲାର ଚାର୍ଜସିଟ ରିପୋର୍ଟକୁ ନେଇ ଥାନା ଭିତରେ ତୁମୁଳକାଣ୍ଡ...

ଛାତ୍ରଙ୍କୁ ଧକ୍କାଦେଲା ହାଇଓ୍ବା: ଗୋଟିଏ ନୁହେଁ  ଚାଚିଚାରିଟି ହାଇଓ୍ବା ଜାଳିଲେ ଗ୍ରାମବାସୀ, ଦୃଶ୍ୟ ଉତ୍ତୋଳନ କରୁଥିବା  ଗଣମାଧ୍ୟମ ପ୍ରତିନିଧିଙ୍କୁ….. 

ଧର୍ମଶାଳା,୨।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା କୁରିକଣା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି।  ହାଇୱା ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏ...

ବାଇକ୍‌ଆରୋହୀଙ୍କ ଉପରେ ଚଢ଼ିଗଲା ଜେସିବି, ଚାଲିଗଲା ଜୀବନ

ଧର୍ମଶାଳା,୨୭ା୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କରଜଙ୍ଗା ନିକଟରେ ଗୁରୁବାର ଜେସିବି ଧକ୍କାରେ ଜଣେ ବାଇକ୍‌ଆରୋହୀଙ୍କ ଜୀବନ ଚାଲିଯାଇଛି। ମିଳିଥିବା ସୂଚନାନୁସାରେ, ଏକ...

ଅଞ୍ଚଳବାସୀଙ୍କ ନିଦ ହଜାଇଛନ୍ତି ଚୋର: ପୁଣି ଦେଓଡା ଅଞ୍ଚଳରୁ ସିରିଜ ଚୋରି… 

ଧର୍ମଶାଳା,୨୬।୧୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଡା ଗାଁର ତିନି ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଗାଁର ଗୁରୁ...

ଭୟଙ୍କର ଦୁର୍ଘଟଣା: ଚାରି ଜଣଙ୍କ ଉପରେ ମାଡିଗଲା ବସ୍‌

ଯାଜପୁର,୨୩।୧୧: ଭୟଙ୍କର ଦୁର୍ଘଟଣା। ଜଣଙ୍କୁ ନୁହେଁ ଏକାବେଳକେ ଚାରି ଚାରି ଜତଣଙ୍କୁ ଧକ୍କା ଦେଲା ହରଗୋୖରୀ ନାମକ ଘରୋଇ   ବସ୍‌। ଏଥିରେ  ୪ ଜଣ ଗୁରୁତର...

ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ: ତାଙ୍କୁ ଖୋଜିବାକୁ ଡିଜିପିଙ୍କ ପାଖରେ…

ଯାଜପୁରରୋଡ଼/ଧର୍ମଶାଳା(ପବିତ୍ର ରଞ୍ଜନ ମହାନ୍ତି/ଶିବ ପ୍ରସାଦ ମହାନ୍ତି)୨୨।୧୧:ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବିରେ ଜିଲା ସିଭିଲ ସୋସାଇଟି ଏବଂ ଗଣସଙ୍ଗଠନ ଗୁଡିକ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri