ଐତିହ୍ୟ ସ୍ଥଳ ନିକଟରେ ବେଆଇନ ନିର୍ମାଣ

ପୁରୁଣା ଭୁବନେଶ୍ୱର,୨୧ା୩ (ଡି.ଏନ.ଏ.): ରାଜଧାନୀକୁ ସରସ ସୁନ୍ଦର ରୂପେ ଗଢି ତୋଳିବାର ଦାୟିତ୍ୱ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କର ରହିଛି। ଭୁବନେଶ୍ୱରର ବଢୁଥିବା ଜନସଂଖ୍ୟାକୁ ନଜରରେ ରଖି ନୀତିନିୟମ ଓ କଟକଣା ଅନୁଯାୟୀ ଗୃହ ନିର୍ମାଣ ନକ୍ସା ଅନୁମୋଦନ କରିବାକୁ ନେଇ ବିଡିଏ ନିଜର ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଉଛି। ବେଆଇନ ନିର୍ମାଣ ଭାଙ୍ଗିବା କାମ କେବଳ ବିଏମ୍‌ସି ଚଳାଇଛି। ରାଜଧାନୀର ବହୁ ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜି ଜବରଦଖଲ ଏବଂ ବେଆଇନ ନିର୍ମାଣକାରୀଙ୍କଠାରୁ ବାଦ୍‌ ପଡ଼ିନାହିଁ। ଅଧିକାଂଶ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‌ଆଇ) ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳ ଚତୁଃପାର୍ଶ୍ୱରେ ବେଆଇନ ଭାବେ କଲୋନୀ ଓ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିଛି। ଏସବୁ ବେଆଇନ ନିର୍ମାଣ ନେଇ ପ୍ରତ୍ୟକ୍ଷ ଭାବେ ବିଏମ୍‌ସି, ବିଡିଏ, ଶକ୍ତି ବିଭାଗ ଜଡିତ ରହିଥିବା ଅଭିଯୋଗ ହେଉଛି। ବିଡିଏ ନିଜ ପକ୍ଷରୁ ୫୬୭ ଏକର ପରିମିତ ଶିଶୁପାଳଗଡ଼ରେ ଗଢି ଉଠିଥିବା ୨୦୦୦ରୁ ଊର୍ଦ୍ଧ୍ୱ ବେଆଇନ ନିର୍ମାଣ ନେଇ ୨୦୧୯ ପର୍ଯ୍ୟନ୍ତ ମାତ୍ର ୩ ଗୋଟି ନୋଟିସ ଜାରି କରି ନିଜର ଦାୟିତ୍ୱ ସାରି ଦେଇଛି। ଏପରି ଦେଖିବାକୁ ଗଲେ ରାଜାରାଣୀ, ଭାସ୍କରେଶ୍ୱର, ବ୍ରହ୍ମେଶ୍ୱର, ନାଗେଶ୍ୱର, ବୈତାଳେଶ୍ୱର ଭଳି ଅନେକ ମନ୍ଦିରକୁ ଲାଗି କରି ଘରୋଇ ଓ କେତେକ ସ୍ଥାନରେ ସରକାରୀ ନିର୍ମାଣ ହୋଇଛି।
ମୁଣ୍ଡରୁ ଦୋଷ ଖସାଉଛି ଏଏସ୍‌ଆଇ
ଏଏସ୍‌ଆଇର ଆମ୍‌ସାର ଆକ୍ଟ ଲାଗୁ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇ ନିଜ ମୁଣ୍ଡରୁ ଦୋଷ ଖସାଇ ଚୁପ୍‌ ରହୁଛି। ଭିତ୍ତିଭୂମି ଓ କର୍ମଚାରୀ ଅଭାବ ଏଏସ୍‌ଆଇ ଦର୍ଶାଉଛି। ସଂରକ୍ଷିତ ଐତିହ୍ୟସ୍ଥଳଗୁଡିକ ନିକଟରେ ଆମସାର ଆକ୍ଟ ଅନୁଯାୟୀ ନକ୍ସାକୁ ଅନୁମୋଦନ ଦେବା ଉଦ୍ଦେଶ୍ୟରେ ଏଏସ୍‌ଆଇ କର୍ତ୍ତୃପକ୍ଷ ନ୍ୟାଶନାଲ ମନୁମେଣ୍ଟ ଅଥରିଟି (ଏନଏମଏ)ଦାୟିତ୍ୱରେ ଛାଡ଼ିଛନ୍ତି। ମାତ୍ର ଜଣେ କର୍ମଚାରୀ ଏନଏମଏ ଦାୟିତ୍ୱରେ ରହିଛନ୍ତି। ତାଙ୍କ ଉପସ୍ଥିତି ଯେ ସ୍ଥିତିରେ ସୁଧାର ଆଣିବ ଏହା ଅସମ୍ଭବ ହୋଇ ପଡୁଥିବା ଅଭିଯୋଗ ହେଉଛି। ରାଜାରାଣୀ ମନ୍ଦିରଠାରୁ ମାତ୍ର ୧୦୦ମିଟର ଦୂର ମୁଖ୍ୟରାସ୍ତାକୁ ଲାଗି ଆପାର୍ଟମେଣ୍ଟକୁ ବିଡିଏ କର୍ତ୍ତୃପକ୍ଷଙ୍କ ସହ ଏନ୍‌ଏମଏର ମଧ୍ୟ ସହମତି ମିଳିଛି। ସେହିପରି ଶିଶୁପାଳଗଡ଼ ରାମପାର୍ଟ ଅଧୀନରେ ଥିବା ଲିଙ୍ଗିପୁର ମୌଜାର ଅଧିକାଂଶ ଖାଲି ଅଞ୍ଚଳ ଜାତୀୟ ରାଜପଥ କଡରେ ରହିଛି। ଏଠାରେ ଅନେକ ବହୁତଳ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠିଛି। ଏଏସ୍‌ଆଇର ନିୟମକୁ ଖାତିର ନ କରି ଏଠାରେ କେତେଜଣ ଲୋକଙ୍କୁ ବିଡିଏ ପକ୍ଷରୁ ବେଆଇନ ଭାବେ ନକ୍ସା ଅନୁମୋଦନ କରାଯାଇଛି। ଏ ନେଇ ବିଡିଏ, ବିଏମ୍‌ସି, ଏନ୍‌ଏମ୍‌ଏ ଓ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଭୂମିକାକୁ ସାଧାରଣରେ ସମାଲୋଚନା କରାଯାଇଛି। ବିଏମ୍‌ସି ପକ୍ଷରୁ ଉଚ୍ଛେଦ ବଦଳରେ ଟିକସ୍‌ ଆଦାୟ ନେଇ ଏନଫୋର୍ସମେଣ୍ଟର ବରିଷ୍ଠ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକଙ୍କୁ ପଚାରିବାରେ ପ୍ରତ୍ୟେକ ଐତିହ୍ୟସ୍ଥଳ ନିକଟରେ ଗଢି ଉଠିଥିବା ବେଆଇନ ନିର୍ମାଣ ନେଇ ନିର୍ଦ୍ଦିିଷ୍ଟ ଭାବେ ଅଭିଯୋଗ ଆସିଲେ ଉଚ୍ଛେଦ କରାଯିବ। ଏଥିସହ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବେ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ଏଏସ୍‌ଆଇ ସଂରକ୍ଷଣ ଅଧିକାରୀ ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ଶିଶୁପାଳଗଡ଼କୁ ସମ୍ପୂର୍ଣ୍ଣ ଭାବେ ଜବରଦଖଲ ମୁକ୍ତ କରିବାକୁ ଆମର ସର୍ଭେ ଜାରି ରହିଛି ନିକଟ ଭବିଷ୍ୟତରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏ ନେଇ ଗଣମାଧ୍ୟମକୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ବେଆଇନ ନିର୍ମାଣକୁ ବିଦ୍ୟୁତ୍‌ ସଂଯୋଗ ସମ୍ପର୍କରେ ସେସୁର ଯନ୍ତ୍ରୀ ୟୁ. କେ. ସ୍ବାଇଁଙ୍କୁ ପଚାରିବାରେ ଶ୍ରୀଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟ ସ୍ଥଳର ଉନ୍ନତୀକରଣ ଯୋଜନା ପାଇଁ ଦେବୋତ୍ତର ବିଭାଗ କିମ୍ବା ମନ୍ଦିର ପ୍ରଶାସନ ଲିଖିତ ନୋଟିସ ଦେଲେ ବେଆଇନ ନିର୍ମାଣ ଉପରୁ ବିଦ୍ୟୁତ୍‌ କାଟ ନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri