ଏହି ଦେଶରେ ଛୁରୀରେ ହୋଇଥାଏ ମସାଜ: ଜାଣନ୍ତୁ କ’ଣ ରହିଛି ୨ହଜାର ବର୍ଷ ତଳର ଏହାର ଇତିହାସ

ତାଇପେଇ,୨୨।୬: ଫଳ, ପନିପରିବା ଓ ମାଂସ କାଟିବାରେ ଛୁରୀକୁ ବ୍ୟବହାର କରାଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି କି, ଛୁରୀରେ ମସାଜ କରାଯିବା କଥା। ଶୁଣିବାରେ ଏହା ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ କଥାଟି ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ପୂର୍ବ ଏସିଆ ଦେଶର ତାଇଓ୍ବାନରେ। ଯେଉଁଠାରେ ମାସଜ ପାର୍ଲରରେ ଛୁରୀ ସାହାଯ୍ୟରେ ଲୋକଙ୍କ ମସାଜ କରାଯାଉଛି। ଏହାକୁ ‘ଡାଓଲିଆଓ(daoliao)’ କୁହାଯାଏ। ଯାହାକୁ ଚାଇନା ଭାଷାରେ ‘ଛୁରୀ ମସାଜ’ ବା ‘ନାଇଫ୍‌ ଥେରାପି’ ବୋଲି କୁହାଯାଇଥାଏ। ଚାଇନା ଔଷଧି ବିଜ୍ଞାନରେ ଏହା ବେଶ୍‌ ଲୋକପ୍ରିୟ। ସେଠାରେ ଛୁରୀ ସହିତ ମସାଜ କାହିଁ କେତେ କାଳରୁ ଚାଲିଆସିଛି। ଏହା ପ୍ରାୟ ୨ହଜାର ବର୍ଷର ତଳରୁ ଚାଲିଆସିଛି ବୋଲି କୁହାଯାଏ। ପ୍ରାୟ ଏକ ହଜାର ବର୍ଷ ପୂର୍ବେ ତାଙ୍ଗ ବଂଶ ସମୟରେ ଏହି ଥେରାପି ବେଶ୍‌ ବୃଦ୍ଧି ପାଇଥିଲା।

ତେବେ ୧୯୪୦ଦଶକରେ ଚାଇନାର ଗୃହଯୁଦ୍ଧ ସମୟରେ ଛରୀରେ ମସାଜ୍‌ କରିବାର ପରମ୍ପରା ତାଇଓ୍ବାନରେ ପହଞ୍ଚିଥିଲା। ଚାଇନା ଓ ଜାପାନରେ ଆଜି ଏହି ଥେରାପି ଆଉ ଚାଲୁ ନ ଥିବା ବେଳେ ତାଇଓ୍ବାନରେ କିନ୍ତୁ ଏହା ଏବେ ବେଶ୍‌ ଲୋକପ୍ରିୟ ହୋଇପାରିଛି। ତାଇଓ୍ବାନର ରାଜଧାନୀ ତାଇପେଇରେ ଏହି ଥେରାପୀ ଉପରେ ଶିକ୍ଷା ଦେବା ପାଇଁ ଏକ ଶିକ୍ଷାକେନ୍ଦ୍ର ଖୋଲିଛି। ଯାହାର ନାମ ହେଉଛି ‘ଦ ଏନ୍‌ଶିଏଣ୍ଟ ଆର୍ଟ ଅଫ୍‌ ନାଇଫ୍‌ ମସାଜ ଡାଓଲିଆଓ ଆଇ-ଜିଙ୍ଗ୍‌ ଏଜୁକେଶନ ସେଣ୍ଟର’। ତାଇଓ୍ବାନରେ ଏହି ଶିକ୍ଷା କେନ୍ଦ୍ରର ପ୍ରାୟ ୩୬ଟି ଶାଖା କେନ୍ଦ୍ର ଥିବା ଜଣାପଡ଼ିଛି। ଏଠାକୁ ସାରା ବିଶ୍ୱର ଲୋକ ଏହି ଥେରାପୀର ଶିକ୍ଷା ଲାଭ କରିବାକୁ ଆସିଥାନ୍ତି। ଯଥା ଫ୍ରାନ୍ସ, କାନାଡା, ହକଂକଂ ଓ ଜାପାନର ଲୋକମାନେ ଏହାକୁ ଶିଖିବାକୁ ତାଇଓ୍ବାନକୁ ଆସିଥାନ୍ତି। ତେବେ ଛୁରୀ ମସାଜ ଥେରାପି ଦ୍ୱାରା ଲୋକଙ୍କ କ୍ଷତ ଭଲ ହେବା ସହ ଦୀର୍ଘ ଦିନର ଯନ୍ତ୍ରଣା ମଧ୍ୟ ଭଲ ହୋଇଥାଏ ବୋଲି କୁହାଯାଏ। ଏଥିସହ ସୁନିଦ୍ରା ଲାଗି ମଧ୍ୟ ଛୁରୀ ମସାଜ କରାଯାଇଥାଏ। ଯେପରି ଚାଇନା ମେଡିସିନ୍‌ରେ ଆକ୍ୟୁପ୍ରେସର ଥେରାପି କରାଯାଏ ସେହିପରି ଛୁରୀ ଥେରାପିରେ ପ୍ରେଶର ପଏଣ୍ଟକୁ ଟାର୍ଗେଟ କରାଯାଇଥାଏ। ତେବେ ଏହି ଚିକିତ୍ସାରେ କିଛି ନିୟମ ପାଳନ କରିବା ଆବଶ୍ୟକ ରହିଛି। ଯଦି ମସାଜ କରିବା ବ୍ୟକ୍ତିଙ୍କ ମନୋଭାବ ଭଲ ନ ଥାଏ ତେବେ ସେ ଏହି ମସାଜ କରିବା ଆଦୌ ଉଚିତ୍‌ ନୁହଁ। କାରଣ ମସାଜ କରାଯାଉଥିବା ବ୍ୟକ୍ତିଙ୍କ ଉପରେ ଏହା କୁପ୍ରଭାବ ପକାଇଥାଏ। ଛୁରୀ ମସାଜ କରିବା ସମୟରେ ସବୁବେଳେ ସକାରାତ୍ମକ ଭାବନା ରହିବା ଉଚିତ୍‌ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ସମସ୍ତଙ୍କୁ ଶୁଦ୍ଧ ଶାକାହାରୀ ଭୋଜନ କରିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri