Posted inଫୁରସତ

ଏହି କମ୍ପାନୀର କର୍ମଚାରୀମାନେ ନିଜ ଇଚ୍ଛାରେ ବଢ଼ାଇଥା’ନ୍ତି ଦରମା

ସରକାରୀ ଚାକିରିଆ ହୁଅନ୍ତୁ ବା ବେସରକାରୀ। କର୍ମଚାରୀମାନଙ୍କ ଦରମା ବଢ଼ିଥାଏ କାର୍ଯ୍ୟାଳୟର ମୁଖ୍ୟଙ୍କ ନିର୍ଦ୍ଦେଶରେ। କିନ୍ତୁ ଏମିତି ଏକ କମ୍ପାନୀ ରହିଛି, ଯେଉଁଠି କର୍ମଚାରୀମାନେ ସେମାନଙ୍କ ଦରମା ନିଜେ ବଢ଼ାଇଥାନ୍ତି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ କମ୍ପାନୀ ରହିଛି ଲଣ୍ଡନ୍‌ରେ। ଏଠାରେ ‘ଗ୍ରାଣ୍ଟ ଟ୍ରି’ ନାମକ ଏକ କମ୍ପାନୀର ମାଲିକ କର୍ମଚାରୀଙ୍କ ଦରମା ବଢ଼ାଇ ନ ଥାନ୍ତି। ସମସ୍ତ କର୍ମଚାରୀ ସେମାନଙ୍କ ଦରମା ନିଜ ଇଚ୍ଛାରେ ବଢ଼ାଇଥାନ୍ତି।  କମ୍ପାନୀର କର୍ମଚାରୀମାନେ ଦରମା ବଢ଼ାଇବାକୁ ହେଲେ ମାଲିକଙ୍କ ନିକଟକୁ ଯିବାକୁ ପଡ଼େ ନାହିଁ। ସହକର୍ମୀଙ୍କ ସହ ଆଲୋଚନା କରି ଦରମା ନିଷ୍ପତ୍ତି କରିଥାନ୍ତି। ଏଥିରେ ମାଲିକଙ୍କର କୌଣସି ଆପତ୍ତି ମଧ୍ୟ ନ ଥାଏ।

ଉକ୍ତ କମ୍ପାନୀ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। ଏହା ପଛରେ ଏଠାରେ କାମ କରୁଥିବା ୨୫ ବର୍ଷୀୟ ଯୁବତୀ ସିସିଲିୟା ମାଡୁକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ମହିଳା କର୍ମଚାରୀ ଜଣକ ନିଜର ଦରମା ନିଜେ ବଢ଼ାଇ ଦେଇଛନ୍ତି। ୨୭ ଲକ୍ଷ ଦରମା ପାଉଥିବାବେଳେ ୩୩ ଲକ୍ଷକୁ ବଢ଼ାଇଛନ୍ତି। ସିସିଲିୟା ପ୍ରଥମେ ସହକର୍ମୀଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ ସେମାନେ ତାଙ୍କର ଦରମା ବଢ଼ିବା ପାଇଁ ମତ ଦେଇଥିଲେ। ଉକ୍ତ କମ୍ପାନୀର ଆଉ ଏକ ଖାସ୍‌ କଥା ହେଲା ଏଠାରେ କାମ କରୁଥିବା ୪୫ ଜଣ କର୍ମଚାରୀ ନିଜର ଦରମା ନିଜେ ବଢ଼ାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri