ଏହି ଅଭିନେତ୍ରୀଙ୍କୁ ପସନ୍ଦ କରି ନ ଥିଲେ ଶାଶୁ, ଧକ୍କା ମାରି ଘରୁ ତଡ଼ି ଦେଇଥିଲେ

ବି-ଟାଉନ୍‌ରେ ଏମିତି କିଛି ଯୋଡ଼ି ଅଛନ୍ତି ଯିଏ ରିଲ୍‌ ଲାଇଫ୍‌ ନୁହେଁ ରିୟଲ ଲାଇଫ୍‌ରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। କିଛି ଯୋଡ଼ିଙ୍କ ସମ୍ପର୍କ ଅଧାରୁ ଭାଙ୍ଗି ଯାଇଥିବାବେଳେ ଆଉ କିଛି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ରେଖା ହେଉଛନ୍ତି ଜଣେ। ରେଖା ଅଭିନେତା ବିନୋଦ ମେହେରାଙ୍କୁ କଲିକତାରେ ପ୍ରେମବିବାହ କରିଥିଲେ। ଏହା ପରେ ବିନୋଦ ରେଖାଙ୍କୁ ନେଇ ଘରକୁ ଯାଇଥିଲେ। ରେଖା ବିନୋଦଙ୍କ ମା’ଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଯିବାରୁ ତାଙ୍କ ମା’ ରେଖାଙ୍କୁ ଧକ୍କା ପକାଇଥିଲେ। ଘର ଭିତରକୁ ପଶିବାକୁ ଦେଇ ନ ଥିଲେ। ବହୁତ ଗାଳି ମଧ୍ୟ ଦେଇଥିଲେ। ଏପରିକି ବିନୋଦଙ୍କୁ ଘରୁ ବାହାରିଯିବାକୁ କହିଥିଲେ। ରେଖା-ବିନୋଦଙ୍କ ସମ୍ପର୍କ ବେଶୀଦିନ ତିଷ୍ଠି ନ ଥିଲା।

କହିରଖୁଛୁ, ବିନୋଦ ତାଙ୍କ କ୍ୟାରିିୟର ‘ଏକ୍‌ କୀ ରୀତା’ଫିଲ୍ମରେ ଆରମ୍ଭ କରିଥିଲେ। ତାଙ୍କ ସହ ଅଭିନେତ୍ରୀ ଥିଲେ ତନୁଜା। ବିନୋଦଙ୍କ ଫିଲ୍ମ କ୍ୟାରିୟର ଠିକ୍‌ ଠାକ୍‌ ଚାଲିଥିଲା। ବିନୋଦଙ୍କ ମା’ କମଳା ତାଙ୍କ ବାହାଘର ମୀନା ବ୍ରେକା ନାମକ ଜଣେ ଝିଅ ସହିତ କରାଇଦେଲେ। ବିନୋଦ ବି ମା’ଙ୍କ କଥାରେ ରାଜି ହୋଇଯାଇଥିଲେ। କାରଣ ସେ ତାଙ୍କ ମା’ଙ୍କୁ ବହୁତ ମାନୁଥିଲେ। ବିବାହର କିଛିଦିନ ପରେ ବିନୋଦ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ତେଣୁ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ବିନ୍ଦିୟା ଗୋସ୍ବାମୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏମାନଙ୍କ ମଧ୍ୟରେ ବି ଭଲ ପଡ଼ିଲା ନାହିଁ। ବିନ୍ଦିୟା ବିନୋଦଙ୍କୁ ଛାଡ଼ି ନିର୍ଦ୍ଦେଶକ ଜେପି ଦତ୍ତଙ୍କୁ ବିବାହ କରିନେଲେ। ବିନ୍ଦିୟା ଯିବା ପରେ ବିନୋଦ ବହୁଦିନ ଏକା ଏକା ରହିଲେ।

ପରେ ଅଭିନେତ୍ରୀ ରେଖାଙ୍କ ସହ ତାଙ୍କ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ବିନୋଦ ରେଖାଙ୍କୁ ତୃତୀୟ ସ୍ତ୍ରୀ ଭାବେ କଲିକତାରେ ବିବାହ କରିଥିଲେ। କିନ୍ତୁ ରେଖାଙ୍କ ସହ ବି ବଚ୍ଛେଦ ଘଟିଥଲା। ପରେ ୧୯୮୮ରେ କିରଣଙ୍କୁ ବିବାହ କରିଥିଲେ ବିନୋଦ। ଦୁର୍ଭାଗ୍ୟବଶତଃ ବିବାହର ଦୁଇବର୍ଷ ପରେ କିରଣଙ୍କର ବି ମୃତ୍ୟୁ ଘଟିଥିଲା। ତାଙ୍କର ଏବେ ଦୁଇଟି ଝିଅପୁଅ ଅଛନ୍ତି। ଝିଅ ସୋନିଆ ଏବଂ ପୁଅ ରୋହନ ଆଜି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri