ଏହି ଅଭିନେତାଙ୍କ ଭାନିଟି ଭ୍ୟାନର ଦାମ୍‌ ଶୁଶିଲେ ଉଡିଯିବ ହୋସ୍‌

ମୁମ୍ବାଇ: ବି-ଟାଉନରେ ବିଳାସମୟ ଜୀବନ ବିତାଉଥିବା ସେଲିବ୍ରିଟିଙ୍କ ମଧ୍ୟରୁ କମେଡି ପାଇଁ ଜଣାଶୁଣା କପିଲ ଶର୍ମା ହେଉଛନ୍ତି ଅନ୍ୟତମ। ଯାହାଙ୍କ ଲାଇଫ୍‌ ଷ୍ଟାଇଲ୍‌କୁ ସମସ୍ତେ ଅନୁକରଣ କରିବାକୁ ଚାହାନ୍ତି। ତେବେ ତାଙ୍କର ଏହି ଲାଇଫ୍‌ ଷ୍ଟାଇଲ୍‌ କଠିନ ପରିଶ୍ରମ ଓ ଦୃଢ଼ ନିଷ୍ଠା ବଳରେ ସେ ହାସଲ କରିଛନ୍ତି। ଏକ କମେଡି ଶୋ’ରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ଆଜି ନିଜ ଶୋ’ର ରାଜା। କପିଲଙ୍କ ଜୀବନଶୈଳୀ ବିଷୟରେ ବହୁ କମ୍‌ ଲୋକ ଜାଣିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ସେଲିବ୍ରିଟିଙ୍କ ବିଷୟରେ। ୨୦୦୭ରେ ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ ଶୋ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ କପିଲ। ଏହି ଶୋ’ ଜରିଆରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବର୍ତ୍ତମାନ କପିଲ ନିଜର କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଚଳାଉଛନ୍ତି। ତେବେ ଏହି ଶୋ’ ମାଧ୍ୟମରେ ତାଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି। ୨୦୧୯ରେ କପିଲ ୩୫କୋଟି ଟଙ୍କା ଆୟ କରି ଫୋର୍ବସ୍‌ ତାଲିକାରେ ସେ ୫୩ତମ ସ୍ଥାନ ହାସଲ କରିଥିଲେ। ଏଥିରୁ ତାଙ୍କ ଲଇଫ୍‌ ଷ୍ଟାଇଲ୍‌ ବିଷୟରେ ସହଜରେ ଅନୁମୟେ କରିହେବ। ଜାଣିଛନ୍ତି କି ତାଙ୍କ ପାଖରେ ଏକ ବିଳାସମୟ ଭାନିଟି ଭ୍ୟାନ ରହିଛି। ଯାହାର ଦାମ୍‌ ରହିଛି ୫କୋଟି ୫ଲକ୍ଷ ଟଙ୍କା। ଏହି ଭ୍ୟାନ ବଲିଉଡ୍‌ର ସବୁଠାରୁ ମହଙ୍ଗା ଭାନିଟି ଭ୍ୟାନ ମଧ୍ୟରୁ ଏକ ବୋଲି କୁହାଯାଏ। ଏଥିରେ ସମସ୍ତ ପ୍ରକାରର ସୁବିଧା ରହିଛି। ଏଥିସହ କପିଲ ମହଙ୍ଗା କାର୍‌ର ବି ସୌଖୀନ ଅଟନ୍ତି। ତାଙ୍କ ପାଖରେ କେତେକ ବିଳାସମୟ କାର ମଧ୍ୟ ରହିଛି। ଏତଦ୍‌ ବ୍ୟତୀତ ମୁମ୍ବାଇରେ ତାଙ୍କର ଏକ ବିଳାସପୂର୍ଣ୍ଣ କୋଠାଘର ରହିଥିବା ବେଳେ ପଞ୍ଜାବରେ ମଧ୍ୟ ଏକ ସୁନ୍ଦର ଘର ରହିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?