ଏସ୍‌ସିବିରେ ଚତୁର୍ଥ କରୋନା ପଜିଟିଭ୍‌

କଟକ ଅଫିସ, ୨।୪: ଭଦ୍ରକର ଜଣେ ୨୯ ବର୍ଷୀୟ ଯୁବକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ରାତିରେ ଜଣାପଡ଼ିଥିଲା। ଭୁବନେଶ୍ୱର ଏମ୍‌ସରେ ତାଙ୍କ ନମୁନା ପରୀକ୍ଷା ବେଳେ କରୋନା ପଜିଟିଭ୍‌ ମିଳିଥିଲା। ବୁଧବାର ଭୋରୁ ତାଙ୍କୁ କଟକ ଏସ୍‌ସିବି ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ଏଠାରେ ଆଇସୋଲେଶନ୍‌ ୱାର୍ଡ଼ରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ଅନେକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ସମ୍ପୃକ୍ତ ଯୁବକଙ୍କ ପାଖରେ କରୋନା ଭୂତାଣୁ ନେଇ କୌଣସି ଲକ୍ଷଣ ଦେଖାଯାଉ ନାହିଁ । ଖାସ, ଛିଙ୍କ ନାହିଁ କିମ୍ବା ତାଙ୍କ ଶରୀରର ତାପମାତ୍ରା ମଧ୍ୟ ସ୍ବାଭାବିକ ରହିଛି। ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିଥିଲେ ବି କୌଣସିି ସିମ୍‌ଟୋମାଟିକ ଟ୍ରିଟମେଣ୍ଟ ବା ଲକ୍ଷଣାଗତ ଚିକିତ୍ସା କରାଯାଇପାରୁନାହିଁ।
ଏହି ଯୁବକ ମାର୍ଚ୍ଚ ୧୮ରେ ବିମାନରେ ଦୁବାଇରୁ କୋଲକାତା ଆସିଥିଲେ। ସେହିଦିନ ସେଠାରୁ ଟ୍ୟାକ୍ସିରେ ହାୱଡା ଷ୍ଟେଶନ ଆସି ଟ୍ରେନରେ ଭଦ୍ରକ ପହଞ୍ଚତ୍ଥିଲେ। ଭଦ୍ରକ ଷ୍ଟେଶନରୁ ଅଟୋରେ ଘରକୁ ଫେରିଥିଲେ। ୩୦ ତାରିଖରେ ହୋମ କ୍ବାରେଣ୍ଟାଇନ୍‌ରେ ରହିବା ସହ ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା। ୩୧ ତାରିଖରେ ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ସୁନା ବନ୍ଧକ ଦେଇ ନେଉଥିଲେ ଋଣ, ସତ ଜଣାପଡିବା ପରେ ହେଲା…

ଦେବଗଡ,୧୭।୭(ଶଶାଙ୍କ ଶେଖର ଝାଙ୍କର): ନକଲି ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଟଙ୍କା ହାତେଇବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ…

୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୩ ଜିଲାକୁ ରେଡ୍‌-ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୭।୭ (ସୌମ୍ୟରଞ୍ଜନ ରାଉତ)- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗଠାରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ…

ପାକିସ୍ତାନ ସେନା ଉପରେ BLAର ବଡ଼ ଆକ୍ରମଣ, ବଲୁଚିସ୍ତାନକୁ ସ୍ୱାଧୀନ ଦେଶ ଘୋଷଣା କରି ଦେଖାଇଲା ଶକ୍ତି!

ଇସଲାମବାଦ,୧୭।୭: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପାଇଁ ସମସ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଗୋଟିଏ ପଟେ, ପିଓକେରେ…

ମା’ଙ୍କୁ ସୁପାରି ଦେଇ ହତ୍ୟା କଲେ ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର(ରାଜସ୍ଥାନ), ୧୭।୭:ପିଲାମାନଙ୍କ ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ପାଇଁ ମା’ବାପାମାନେ ଜୀବନରେ ବହୁ ତ୍ୟାଗ କରିଥାନ୍ତି। ନିଜେ କଷ୍ଟ ସହୁଥିଲେ ସୁଦ୍ଧା ପିଲାମାନଙ୍କୁ ଏହାର ଅନୁଭବ ହେବାକୁ…

ଧୂମଧାମରେ ପାଳନ ରଥଯାତ୍ରା ପାଳିତ: ମନମୋହିଲା ରଣପ୍ପା ନୃତ୍ୟ

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ପୁରୀ ସମେତ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ରଥଯାତ୍ରା ଧୂମଧାମରେ ପାଳନ କରାଯାଇଛି । ଛତ୍ରପୁର ତାଡେପଲ୍ଲୀ…

ଅଲଇଣ୍ଡିଆ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା: ଛତିଶଗଡ଼ରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ଛତିଶଗଡରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର। ଛତିଶଗଡ଼ ଭିଲାଇଠାରେ ୧୭ ଠାରୁ ୧୯ ତାରିଖ ୩ ଦିନିଆ ସିବିଏସଇ ଅଲଇଣ୍ଡିଆ କ୍ଲଷ୍ଟରସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା…

ଖୋଲା ଆକାଶତଳେ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ: ଅବ୍ୟବସ୍ଥାରେ ସର୍ବପୁରାତନ ପ୍ରାଥମିକ ବିଦ୍ୟାଳୟ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ):ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ, ଛାତ୍ରୀଛାତ୍ରଙ୍କୁ…

କଙ୍ଗୋ ଜଙ୍ଗଲରୁ ମିଳିଲା ନୂଆ ପ୍ରଜାତିର ମାଙ୍କଡ଼, କମଳା ରଙ୍ଗର ଓଠ ସାଙ୍ଗକୁ…

କିନ୍‌ସାସା/ଫ୍ଲୋରିଡା, ୧୭ା୭: ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ କଙ୍ଗୋ (ଡି.ଆର୍‌. କଙ୍ଗୋ)ର ଦୁର୍ଗମ ଜଙ୍ଗଲରେ ଗବେଷକମାନେ ସମ୍ପୂର୍ଣ୍ଣ ନୂଆ ପ୍ରଜାତିର ମାଙ୍କଡ଼ ଖୋଜିପାଇଛନ୍ତି। କଳା ରଙ୍ଗର ଚମକଦାର ଲୋମ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri