ଏସ୍‌ସିବିକୁ ମୃତ ଶରୀର ଦାନ

ଅନୁଗୋଳ ସହର,୯ା୩- ବାପାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ତିନି ପୁଅ। ମୃତ୍ୟୁ ପରେ ତାଙ୍କ ଶରୀରକୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜକୁ ଦାନ କରିବା ପାଇଁ ବାପା ନାମ ପଞ୍ଜୀକରଣ କରିଥିବାରୁ ତଦନୁଯାୟୀ ଶନିବାର ରାତିରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମୃତଦେହ ହସ୍ତାନ୍ତର କରିଛନ୍ତି ପରିବାରବର୍ଗ। ମେଡିକାଲ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଶରୀର ବ୍ୟବହାର ପାଇଁ ବାପା ରଖିଥିବା ଲକ୍ଷ୍ୟ ପୂରଣ କରିଥିବାରୁ ଅନୁଗୋଳ ସହର ଶିମିଳିପଡ଼ାର ତପନ କୁମାର ଘୋଷ, ସପନ କୁମାର ଘୋଷ ଓ ପ୍ରଦ୍ୟୁତ୍‌ କୁମାର ଘୋଷ ଖୁସିବ୍ୟକ୍ତ କରିଛନ୍ତି।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଅନୁଗୋଳ ସହର ଶିମିଳିପଡାର ବିମଳକାନ୍ତି ଘୋଷ ତାଙ୍କ ଶରୀର ଦାନ ପାଇଁ ୨୦୧୩ ଜୁନ ୨୬ରେ ଏସ୍‌ସିବିରେ ନାମ ପଞ୍ଜୀକରଣ କରିଥିଲେ, ଯାହାର କ୍ରମିକ ସଂଖ୍ୟା ଥିଲା ୪୦। ଏଥିପୂର୍ବରୁ ସେ ଅନୁଗୋଳ କୋର୍ଟରେ ୨୦୧୨ ଅକ୍ଟୋବର ୧୦ରେ ଏକ ସତ୍ୟପାଠ (ନଂ. ୨୦୩୬) ମଧ୍ୟ କରିଥିଲେ। ଏଥିସହ ତାଙ୍କ ଚକ୍ଷୁ ଭୁବନେଶ୍ୱରସ୍ଥିତ ଏକ ଚକ୍ଷୁ ଚିକିତ୍ସାଳୟକୁ ଦାନ ପାଇଁ ମଧ୍ୟ ଇଚ୍ଛାପ୍ରକାଶ କରିଥିଲେ। ଶୁକ୍ରବାର ସକାଳ ୯ଟାରେ ବିମଳକାନ୍ତି ପୁଅମାନଙ୍କୁ ପାଖକୁ ଡାକି ନିଜ ଇଚ୍ଛା ସମ୍ପର୍କରେ ମନେପକାଇ ଦେଇଥିଲେ। ତେବେ ଶନିବାର ଅପରାହ୍ନ ୨ଟା୧୫ରେ ବିମଳକାନ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୁଅମାନେ ଅନୁଗୋଳ କୋର୍ଟରେ ଏକ ସତ୍ୟପାଠ କରିବା ସହ କଟକ ବଡ଼ ଡାକ୍ତରଖାନାକୁ ଯୋଗାଯୋଗ କରିଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେପରି ସହଯୋଗ କରାଯାଇ ନ ଥିଲା। ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଶରୀର ଗ୍ରହଣ କରାଯିବା ନିୟମ ଥିବାରୁ ପରିବାର ଲୋକେ ବିଳମ୍ବ ନ କରି ଏକ ଗାଡ଼ିରେ ମୃତଦେହ ଧରି କଟକରେ ପହଞ୍ଚିବା ପରେ ଘୋଷ ପରିବାରର ଜ୍ୱାଇଁ ତଥା କଟକ ହାଇକୋର୍ଟର ଅବସରପ୍ରାପ୍ତ ରେଜିଷ୍ଟ୍ରାର ଗୋପୀନାଥ ସେନଙ୍କ ହସ୍ତକ୍ଷେପରେ ରାତି ୭ଟା୨୫ରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଶରୀର ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ରାତି ୭ଟା ୪୫ରେ ବିମଳକାନ୍ତିଙ୍କ ମୃତଦେହ ଫ୍ରିଜରରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ଷା ଓ ବିଳମ୍ବ କାରଣରୁ ମୃତଦେହରୁ ଚକ୍ଷୁ ଦାନ କରାଯାଇପାରି ନ ଥିଲା। ତଥାପି ବାପାଙ୍କ ଶେଷ ଇଚ୍ଛା ପୂରଣ କରିପାରିଥିବାରୁ ତିନିପୁଅ ତପନ, ସପନ ଓ ପ୍ରଦ୍ୟୁତ୍‌ ବହୁତ ଖୁସି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri