ଏସ୍‌ସିବିକୁ ମୃତ ଶରୀର ଦାନ

ଅନୁଗୋଳ ସହର,୯ା୩- ବାପାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ତିନି ପୁଅ। ମୃତ୍ୟୁ ପରେ ତାଙ୍କ ଶରୀରକୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜକୁ ଦାନ କରିବା ପାଇଁ ବାପା ନାମ ପଞ୍ଜୀକରଣ କରିଥିବାରୁ ତଦନୁଯାୟୀ ଶନିବାର ରାତିରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମୃତଦେହ ହସ୍ତାନ୍ତର କରିଛନ୍ତି ପରିବାରବର୍ଗ। ମେଡିକାଲ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଶରୀର ବ୍ୟବହାର ପାଇଁ ବାପା ରଖିଥିବା ଲକ୍ଷ୍ୟ ପୂରଣ କରିଥିବାରୁ ଅନୁଗୋଳ ସହର ଶିମିଳିପଡ଼ାର ତପନ କୁମାର ଘୋଷ, ସପନ କୁମାର ଘୋଷ ଓ ପ୍ରଦ୍ୟୁତ୍‌ କୁମାର ଘୋଷ ଖୁସିବ୍ୟକ୍ତ କରିଛନ୍ତି।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଅନୁଗୋଳ ସହର ଶିମିଳିପଡାର ବିମଳକାନ୍ତି ଘୋଷ ତାଙ୍କ ଶରୀର ଦାନ ପାଇଁ ୨୦୧୩ ଜୁନ ୨୬ରେ ଏସ୍‌ସିବିରେ ନାମ ପଞ୍ଜୀକରଣ କରିଥିଲେ, ଯାହାର କ୍ରମିକ ସଂଖ୍ୟା ଥିଲା ୪୦। ଏଥିପୂର୍ବରୁ ସେ ଅନୁଗୋଳ କୋର୍ଟରେ ୨୦୧୨ ଅକ୍ଟୋବର ୧୦ରେ ଏକ ସତ୍ୟପାଠ (ନଂ. ୨୦୩୬) ମଧ୍ୟ କରିଥିଲେ। ଏଥିସହ ତାଙ୍କ ଚକ୍ଷୁ ଭୁବନେଶ୍ୱରସ୍ଥିତ ଏକ ଚକ୍ଷୁ ଚିକିତ୍ସାଳୟକୁ ଦାନ ପାଇଁ ମଧ୍ୟ ଇଚ୍ଛାପ୍ରକାଶ କରିଥିଲେ। ଶୁକ୍ରବାର ସକାଳ ୯ଟାରେ ବିମଳକାନ୍ତି ପୁଅମାନଙ୍କୁ ପାଖକୁ ଡାକି ନିଜ ଇଚ୍ଛା ସମ୍ପର୍କରେ ମନେପକାଇ ଦେଇଥିଲେ। ତେବେ ଶନିବାର ଅପରାହ୍ନ ୨ଟା୧୫ରେ ବିମଳକାନ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୁଅମାନେ ଅନୁଗୋଳ କୋର୍ଟରେ ଏକ ସତ୍ୟପାଠ କରିବା ସହ କଟକ ବଡ଼ ଡାକ୍ତରଖାନାକୁ ଯୋଗାଯୋଗ କରିଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେପରି ସହଯୋଗ କରାଯାଇ ନ ଥିଲା। ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଶରୀର ଗ୍ରହଣ କରାଯିବା ନିୟମ ଥିବାରୁ ପରିବାର ଲୋକେ ବିଳମ୍ବ ନ କରି ଏକ ଗାଡ଼ିରେ ମୃତଦେହ ଧରି କଟକରେ ପହଞ୍ଚିବା ପରେ ଘୋଷ ପରିବାରର ଜ୍ୱାଇଁ ତଥା କଟକ ହାଇକୋର୍ଟର ଅବସରପ୍ରାପ୍ତ ରେଜିଷ୍ଟ୍ରାର ଗୋପୀନାଥ ସେନଙ୍କ ହସ୍ତକ୍ଷେପରେ ରାତି ୭ଟା୨୫ରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଶରୀର ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ରାତି ୭ଟା ୪୫ରେ ବିମଳକାନ୍ତିଙ୍କ ମୃତଦେହ ଫ୍ରିଜରରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ଷା ଓ ବିଳମ୍ବ କାରଣରୁ ମୃତଦେହରୁ ଚକ୍ଷୁ ଦାନ କରାଯାଇପାରି ନ ଥିଲା। ତଥାପି ବାପାଙ୍କ ଶେଷ ଇଚ୍ଛା ପୂରଣ କରିପାରିଥିବାରୁ ତିନିପୁଅ ତପନ, ସପନ ଓ ପ୍ରଦ୍ୟୁତ୍‌ ବହୁତ ଖୁସି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍‌ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ

ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍‌…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri