ଏସ୍‌ସିବି ମେଡିକାଲ: ୫୦୦ରୁ ୨୫୦ ପ୍ରକାର ଔଷଧ ମିଳୁଛି

କଟକ ଅଫିସ, ୩।୧୧: ନିରାମୟ ଯୋଜନାରେ ସରକାର ୫୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିଲେ। ମାତ୍ର ଏବେ ଏସ୍‌ସିବି ମେଡିକାଲରେ ୨୦୦ରୁ ୨୫୦ ପ୍ରକାରର ଔଷଧ ମହଜୁଦ ରହୁଛି। ଜୀବନରକ୍ଷାକାରୀ ଏଆର୍‌ଭି ଇଞ୍ଜେକଶନ (କୁକୁର କାମୁଡ଼ା), ଏଏସ୍‌ଭି ଇଞ୍ଜେକଶନ (ସାପ କାମୁଡ଼ା), ମାନିଟଲ (ଟ୍ରମା ରୋଗୀମାନଙ୍କ ପାଇଁ) ଉପଲବ୍ଧ ନାହିଁ। ମେଡିକାଲରେ ଦୈନିକ ୧ହଜାର ରୋଗୀଙ୍କୁ ଔଷଧର ଆବଶ୍ୟକତା ପଡୁଛି। ମାତ୍ର ଡାକ୍ତର ଲେଖୁଥିବା ଚିଠା ଅନୁଯାୟୀ ୨୦ରୁ ୩୦ ପ୍ରତିଶତ ରୋଗୀଙ୍କୁ ଶତ ପ୍ରତିଶତ ଔଷଧ ଯୋଗାଇ ହେଉ ନ ଥିବା ଜଣେ ଡାକ୍ତର ନାମ ଗୋପନ ରଖି କହିଛନ୍ତି।

ମେଡିକାଲରେ ୪ଟି ନିରାୟମ କେନ୍ଦ୍ର ଓ ୪ଟି ସହବନ୍ଧିତ ଦୋକାନରୁ ରୋଗୀଙ୍କୁ ମାଗଣାରେ ଔଷଧ ଦିଆଯିବା ବ୍ୟବସ୍ଥା ରହିଛି। କିନ୍ତୁ ରୋଗୀମାନେ ଉଭୟ ନିରାମୟ କେନ୍ଦ୍ର ଓ ସହବନ୍ଧିତ ଦୋକାନରୁ ଅଧାରୁ ଅଧିକ ଔଷଧ ନ ପାଇ ପୁନର୍ବାର ଡାକ୍ତରଙ୍କ ପାଖକୁ ଫେରୁଛନ୍ତି। ଡାକ୍ତରମାନେ ନିରୁପାୟ ରହୁଛନ୍ତି। କାରଣ ଘରୋଇ ମେଡିସିନ ଷ୍ଟୋରକୁ ଚିଠା ଲେଖିବା ବେଆଇନ। ଏଭଳି ସ୍ଥିତିରେ ରୋଗୀମାନେ ହୀନସ୍ତା ଭୋଗୁଛନ୍ତି। ଗତ ବୁଧବାର ଏସ୍‌ସିବି ମେଡିକାଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଦନ୍ତ ବିଭାଗର ଜନୈକ ରୋଗୀ ପାଇଁ ଜଣେ ଡାକ୍ତର ଏକ ଔଷଧ ଲେଖିଥିଲେ। ଔଷଧଟି ମେଡିକାଲ ସହ ସହବନ୍ଧିତ ଦୋକାନରୁ ଆଣିବା ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିଲେ। ରୋଗୀ ଜଣକ ଗୋଟିଏ ପରେ ଗୋଟିଏ ସହବନ୍ଧିତ ଦୋକାନ ବୁଲି ଶେଷରେ ନିରାଶ ହୋଇ ପୁନର୍ବାର ଡାକ୍ତରଙ୍କ ପାଖକୁ ଫେରିଥିଲେ। ମାତ୍ର ଡାକ୍ତର ଜଣକ କୌଣସି ଘରୋଇ ମେଡିସିନ ଷ୍ଟୋରରୁ ଔଷଧ କିଣିବା ପାଇଁ ପରାମର୍ଶ ଦେଇପାରିବେ ନାହିଁ ବୋଲି ସିଧା କହିଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ, ମେଡିକାଲ ହୃଦ୍‌ବକ୍ଷଶଲ୍ୟ, ସ୍ନାୟୁଶଲ୍ୟ, ନେଫ୍ରୋଲୋଜି, ମାନସିକ ରୋଗ ବିଭାଗରେ ମଧ୍ୟ ଏଭଳି ଅବସ୍ଥା ଉପୁଜିଛି। ଅଧିକାଂଶ ଔଷଧ ଉପଲବ୍ଧ ନ ଥିବାରୁ ମାନସିକ ରୋଗୀମାନେ ହଇରାଣ ହେଉଛନ୍ତି।

ଅନ୍ୟପକ୍ଷରେ ସହବନ୍ଧିତ ଔଷଧ ଦୋକାନଗୁଡ଼ିକର ବହୁ କୋଟି ଟଙ୍କା ମେଡିକାଲ ଉପରେ ବାକି ପଡ଼ିଛି। ତେଣୁ ମେଡିକାଲକୁ ଔଷଧ ଯୋଗାଣ କରିବା ଆଉ ସମ୍ଭବ ନୁହେଁ ବୋଲି ସହବନ୍ଧିତ ଦୋକାନୀମାନଙ୍କ ମଧ୍ୟରୁ ମେଡିବ୍ୟାଙ୍କ ନାମକ ଦୋକାନ ପକ୍ଷରୁ ଗତ ସପ୍ତାହରେ ଅଧୀକ୍ଷକଙ୍କୁ ଚରମପତ୍ର ଲେଖାଯାଇଛି। ମେଡିକାଲ ପକ୍ଷରୁ ଲୋକାଲ ପର୍ଚ୍ଚେଜ ଜରିଆରେ ସହବନ୍ଧିତ ଦୋକାନଗୁଡ଼ିକରୁ ଔଷଧ କ୍ରୟ କରାଯାଇଥାଏ। ମାତ୍ର ଦୀର୍ଘଦିନ ହେବ ମେଡିକାଲ ପକ୍ଷରୁ ଟଙ୍କା ପଇଠ କରା ନ ଯିବାରୁ ସେମାନେ ଅସୁବିଧାରେ ପଡ଼ିଥିବା ମେଡିବ୍ୟାଙ୍କ ମାଲିକ ଦୀପ୍ତିରଞ୍ଜନ ମହାନ୍ତି କହିଛନ୍ତି। ମେଡିବ୍ୟାଙ୍କ ମେଡିକାଲଠାରୁ ୭ କୋଟି ଟଙ୍କା ପାଇବ। ଏହି କ୍ରମରେ ଆଉ ୩ଟି ସହବନ୍ଧିତ ଦୋକାନର ବାକି ୧୩ କୋଟି ପାଖାପାଖି ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ସରକାର ଇତିମଧ୍ୟରେ ସହବନ୍ଧିତ ଔଷଧ ଦୋକାନଗୁଡ଼ିକ ନିମନ୍ତେ ୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଉକ୍ତ ଟଙ୍କା ଖୁବ୍‌ଶୀଘ୍ର ସେମାନଙ୍କ ମଧ୍ୟରେ ବଣ୍ଟନ କରାଯିବ।
ମେଡିକାଲର ଜଣେ ଡାକ୍ତର ନାମ ଗୋପନ ରଖି କହିଛନ୍ତି, ସରକାର ସବୁ ମାଗଣା କରିଦେଲେ। କିନ୍ତୁ ମାଗଣା କରିବା ପୂର୍ବରୁ ଭିତ୍ତିଭୂମିରେ ସୁଧାର ଆଣିଲେ ନାହିଁ। ଫଳରେ ରୋଗୀମାନେ ପୂର୍ବାପେକ୍ଷା ଅଧିକ ହଇରାଣ ହେଉଛନ୍ତି। ପରୀକ୍ଷା ନିରୀକ୍ଷା ପାଇଁ ରୋଗୀମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଧାଡିରେ ଛିଡ଼ା ହେଉଛନ୍ତି। ମାଗଣା ହୋଇଯିବା ପରେ ରୋଗୀ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଛି। ମାତ୍ର ନିରାମୟ କେନ୍ଦ୍ର ସଂଖ୍ୟାରେ ବୃଦ୍ଧି ଘଟୁନାହିଁ। ତେଣୁ ନିରାମୟ କେନ୍ଦ୍ର ଆଗରେ ଲମ୍ବା ଧାଡ଼ି ରାତି ପାହିଲେ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଅଧୀକ୍ଷକ ପ୍ରଫେସର ମହାନ୍ତି କୁହନ୍ତି, ନିରାମୟ କେନ୍ଦ୍ର ବଢାଇବା ପାଇଁ ଯୋଜନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri