ଏସ୍‌ସିବି ମେଡିକାଲ : କାଡାଭରିକ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା

କଟକ ଅଫିସ,୧।୧୧: ଏସ୍‌ସିବି ମେଡିକାଲରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା ପ୍ରକାଶ ପାଇଛି। ଗୁରୁବାର ମେଡିକାଲର ଅଡିଟୋରିୟମ ହଲ୍‌ରେ ଏ ନେଇ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବମ୍ବେର ଅବସରପ୍ରାପ୍ତ ବରିଷ୍ଠ ପ୍ରଫେସର ଡା. ବତ୍ସଳା ତ୍ରିବେଦୀ, ହାଇଦ୍ରାବାଦର ବରିଷ୍ଠ ପ୍ରଫେସର ଲଳିତା ରଘୁରାମଙ୍କ ସହ ଏସ୍‌ସିବି ମେଡିକାଲ କଲେଜର ପ୍ରିନ୍ସିପାଲ ପ୍ରଫେସର ଜୟଶ୍ରୀ ମହାନ୍ତି, ନେଫ୍ରୋଲୋଜି ବିଭାଗର ବରିଷ୍ଠ ପ୍ରଫେସର ଚିତ୍ତରଞ୍ଜନ କର, ୟୁରୋଲୋଜି ବିଭାଗର ପ୍ରଫେସର ଦତ୍ତେଶ୍ୱର ହୋତା ଓ ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, କ୍ରିଟିକାଲ କେୟାର ମେଡିସିନର ବହୁ ଅଭିଜ୍ଞ ଡାକ୍ତର ଯୋଗଦେଇଥିଲେ। ଏଥିସହ ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲର ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ। କର୍ମଶାଳାରେ ମୁଖ୍ୟତଃ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରଣୀତ ଆଇନ ଓ କେଉଁ ରୋଗୀଙ୍କଠାରୁ ଅଙ୍ଗ ଗ୍ରହଣ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ବ୍ରେନ ଡେଡ୍‌ କ’ଣ ଓ କିଭଳି ଭାବେ ଜଣେ ରୋଗୀଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯିବ ତାହା ଉପରେ ଡା. ତ୍ରିବେଦୀ ଓ ଡା. ରଘୁରାମ ବୁଝାଇଥିଲେ। ସେହିପରି ରୋଗୀ ଜଣକ ଆଇସିୟୁରେ ଥିବା ସମୟରେ ତାଙ୍କ ଚିକିତ୍ସା ନେଇ କ’ଣ ସବୁ ପଦକ୍ଷେପ ନିଆଯିବା କଥା ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
କି, ଏସ୍‌ସିବି ମେଡିକାଲରେ ମସ୍ତିଷ୍କ ମୃତ (ବ୍ରେନ୍‌ ଡେଡ୍‌) ରୋଗୀଙ୍କଠାରୁ ଅଙ୍ଗ କଢାଯାଇ ଆବଶ୍ୟକ ଥିବା ରୋଗୀଙ୍କ ଶରୀରରେ ରୋପଣ କରିବା ପାଇଁ ୨ ବର୍ଷ ତଳୁ ଯୋଜନା କରାଯାଇଥିଲା। ଏଥିନିମନ୍ତେ ଷ୍ଟେଟ୍‌ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ (ସୋଟୋ) ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ସୋଟୋର ଏକ କାର୍ଯ୍ୟାଳୟ ଏସ୍‌ସିବି ନେଫ୍ରେଲୋଜି ବିଭାଗ ପରିସରରେ କାର୍ଯ୍ୟ କରୁଛି। ସୂଚନା ଅନୁଯାୟୀ, ଦେଶରେ ବର୍ଷକୁ ୩୦ରୁ ୫୦ହଜାର ରୋଗୀଙ୍କୁ କିଡ୍‌ନୀ ଆବଶ୍ୟକ ଥିବାବେଳେ ମାତ୍ର ୧୦ହଜାର ରୋଗୀଙ୍କୁ ମିଳିପାରୁଛି। ସେଥିମଧ୍ୟରୁ ୨ରୁ ୩ହଜାର ରୋଗୀଙ୍କୁ କାଡାଭରିକ ମାଧ୍ୟମରେ କିଡ୍‌ନୀ ଯୋଗାଣ ସମ୍ଭବ ହେଉଥିବାବେଳେ ବାକି ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଦାନ କରୁଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାରେ ବର୍ଷକୁ ୩୦୦ରୁ ୫୦୦ କିଡ୍‌ନୀ ଆବଶ୍ୟକ କରୁଥିବା ନେଫ୍ରୋଲୋଜି ବିଭାଗ ପ୍ରଫେସର କର କହିଛନ୍ତି। ରାଜ୍ୟରେ ଅଙ୍ଗ ଆବଶ୍ୟକ କରୁଥିବା ରୋଗୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଏସ୍‌ସିବି ମେଡିକାଲରେ ବର୍ତ୍ତମାନ ସୁଦ୍ଧା ୬ ଜଣ ରୋଗୀଙ୍କ କିଡ୍‌ନୀ ଆବଶ୍ୟକ ଥିବାବେଳେ ତାହା ଦାନ କରିବା ପାଇଁ କେହି ନ ଥିବା ଜଣାପଡ଼ିଛି। ତେଣୁ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସୋଟୋର ମୂଳ ଲକ୍ଷ୍ୟ ବୋଲି ପ୍ରଫେସର କର କହିଛନ୍ତି। କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା ପ୍ରକାଶ ପାଇଥିବାବେଳେ ଏସ୍‌ସିବିରେ ବୋନ ବ୍ୟାଙ୍କ ପାଇଁ ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ବିଭାଗୀୟ ପ୍ରଫେସର ନିର୍ମଳ ମହାପାତ୍ର ଗୁରୁବାର ଏସ୍‌ସିବି ମେଡିକାଲ ଅଧୀକ୍ଷକ ଓ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଅଧିକାଂଶ ଅସ୍ଥିଶଲ୍ୟ ରୋଗୀ ଅସ୍ଥି ଅଭାବରୁ ପଙ୍ଗୁ ହୋଇଯାଉଛନ୍ତି। ତେଣୁ ଏହି ରୋଗୀମାନଙ୍କୁ ନୂଆ ଜୀବନ ଦେବା ପାଇଁ ବୋନ୍‌ ବ୍ୟାଙ୍କ ପ୍ରତିଷ୍ଠା କରାଯିବା ଆବଶ୍ୟକ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ତେବେ ବୋନ୍‌ ବ୍ୟାଙ୍କ ସମ୍ପର୍କରେ ଚିନ୍ତା କରାଯାଉଥିବା ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri