ଜେକେପୁର, ୨୨।୫(ଡି.ଏନ୍.ଏ.)- ଜେକେପୁର ଏସ୍ବିଆଇ ଏଟିଏମ୍ ଲୁଟ୍ ଘଟଣାକୁ ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଏବେବି ଖାଲି। ଭୁବନେଶ୍ୱରର ସାଇବର କ୍ରାଇମ୍ ପୋଲିସଠାରୁ ଆରମ୍ଭ କରି ଜିଲା ସାଇଣ୍ଟିଫିକ୍ ଟିମ ସହ ଚାନ୍ଦିଲି ଥାନା ପୋଲିସ ତଦନ୍ତ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲୁଟେରାମାନଙ୍କ ଟେର ପାଉନି ପୋଲିସ। ଅପରପକ୍ଷେ ବ୍ୟାଙ୍କ କର୍ତ୍ତୃପକ୍ଷ ତଦନ୍ତରେ ସହଯୋଗ କରୁ ନ ଥିବା ପୋଲିସ କହିଛି। ଏହି ଘଟଣାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ହାତ ଥାଇପାରେ ବୋଲି ଚାନ୍ଦିଲି ପୋଲିସ ଅନୁମାନ କରୁଛି। ତେବେ ଲୁଟ୍ ଦିନରୁ ଏଟିଏମ୍ଟି ବନ୍ଦ ରହିଥିବା ଯୋଗୁ ଲୋକେ ହଇରାଣ ହେଉଛନ୍ତି। ଜେକେପୁର ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଏଠି ବାହାରୁ ମଧ୍ୟ ଅନେକ ଲୋକ ଆସନ୍ତି। ଆବଶ୍ୟକ ମୁତାବକ ଟଙ୍କା ନ ଥିବାରୁ ହଇରାଣ ହେଉଥିବା ସେମାନେ କହିଛନ୍ତି। ତେବେ ଏଟିଏମ୍କୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ୨୦ ଦିନ ତଳେ ଚାବି ଦିଆ ଯାଇଥିଲେ ମଧ୍ୟ ସେମାନେ ତାହା କାର୍ଯ୍ୟକ୍ଷମ କରାଇ ନାହାନ୍ତି। ଏ ନେଇ ଚ୍ୟାନେଲ ମ୍ୟାନେଜର ରାଜାରାମ ସାମଲଙ୍କୁ ପଚାରିବାରୁ, ସେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ କିଛି କହିପାରିବେ ନାହିଁ ା ଏହି ଘଟଣା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପୋଲିସକୁ ପ୍ରଦାନ କରାଯାଇଛି, ସେଠାରୁ ସଂଗ୍ରହ କରନ୍ତୁ ବୋଲି ବେପାରୁଆ ଭାବେ ଉତ୍ତର ରଖିଛନ୍ତି। ସୂଚନାଯୋଗ୍ୟ ଯେ, ରାୟଗଡା ଜିଲା ଚାନ୍ଦିଲି ଥାନା ଅଧୀନ ଜେକେପୁର-କଲ୍ୟାଣସିଂହପୁର ମୁଖ୍ୟ ରାସ୍ତାର ଏଲପିଏସ୍ ସ୍କୁଲ ସମ୍ମୁଖସ୍ଥ ଏସ୍ବିଆଇ ଏଟିଏମକୁ ମାର୍ଚ୍ଚ ୨୩ରେ ଦୁର୍ବୃତ୍ତମାନେ ଲୁଟ୍ କରିଥିଲେ। ଖବର ପାଇ ଏସ୍ପି ଶ୍ରବଣ ବିବେକ ଏମ୍, ରାୟଗଡା ଏସ୍ଡିପିଓ ତପନ ନାରାୟଣ ରଥ, ଡିଏସପି ସତ୍ୟପ୍ରକାଶ ଭୂୟାଁ ଓ ଚାନ୍ଦିଲି ପୋଲିସକୁ ଘଟଣାର ତଦନ୍ତ ଭାର ଦେଇଥିଲେ। ଡଗ୍ସ୍କ୍ବାଡ଼୍, ସାଇଣ୍ଟିଫିକ୍ ଟିମ୍ ଓ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ୪ଜଣ ସାମିଲ ଥିବା ସିସିଟିଭି ଫୁଟେଜ୍ରେ ଦେଖା ଯାଇଥିଲେ ସୁଦ୍ଧା ସେମାନଙ୍କ ଚେହେରା ସ୍ପଷ୍ଟ ହୋଇ ପାରି ନ ଥିଲା। ଦୁର୍ବୃତ୍ତମାନେ ଏଟିଏମ୍କୁ ମେଶିନ୍କୁ ଏକ ବୋଲେରୋ (ଓଆର-୧୯ଏ-୪୮୬୦)ରେ ନେଇ ଯାଇଥିଲେ। ଉକ୍ତ ଗାଡିକୁ ପୋଲିସ ଘଟଣାର ପରଦିନ ୩୨୬ନମ୍ବର ଜାତୀୟ ରାଜପଥର ମୁକୁନ୍ଦପୁର ଘାଟି ପୂର୍ବରୁ ଥିବା ଲିଙ୍ଗାଗୁଡା ଗ୍ରାମ ନିକଟରୁ ଉଦ୍ଧାର କରିଥିଲା। ତେଲ ସରି ଯାଇଥିବାରୁ ଲୁଟେରାମାନେ ଏହି ଗାଡିକୁ ଛାଡି ଚାଲି ଯାଇଥିଲେ। ତେବେ ଘଟଣା ଦିନ ସକାଳେ ଗାଡି ଚୋରି ହୋଇଥିବା ନେଇ ମାଲିକ ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ। ଘଟଣା ସମ୍ପର୍କରେ ପୋଲିସ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରିଥିଲେ ମଧ୍ୟ ପୋଲିସ କୌଣସି ସୁରାକ୍ ପାଇ ନ ଥିଲା। ଏହି ଏଟିଏମ୍ରେ ୧୩ଲକ୍ଷ ୨୫ହଜାର ଟଙ୍କା ଥିଲା।
ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…
କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…
ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ
କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…
ସରିଥିଲା ନିର୍ବନ୍ଧ ହୋଇଥାନ୍ତା ବାହାଘର: ହେଲେ ଜନ୍ମଦିନରେ ଜଳିଲା ଜୁଇ
ଟିକିରି,୧୪।୪ (ପ୍ରଫୁଲ୍ଲ କୁମାର ବେହେରା): ସୋମବାର ପାଳନ କରିଥାନ୍ତେ ୨୮ ତମ ଜନ୍ମଦିନ। ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ଜନ୍ମଦିନ ପାଳନ କରିବା…
ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ
ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…
ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର
ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…
ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ
ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…
ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ
ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…
ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି
ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…
Archives

