ବଲାଙ୍ଗୀର, ୧୭ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରସ୍ଥ ମାତୃ ଓ ଶିଶୁ ହସ୍ପିଟାଲର ନବଜାତ ଶିଶୁ ସ୍ବତନ୍ତ୍ର ନବଜାତ ଯତ୍ନ ୟୁନିଟ୍(ଏସ୍ଏନ୍ସିୟୁ)ରୁ ଶୁକ୍ରବାର ସକାଳେ ଜଣେ ନବଜାତ ଶିଶୁପୁତ୍ର ଚୋରି ହୋଇଯାଇଥିଲା। ଘଟଣା ଜଣାପଡ଼ିବା ପରେ ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା। ନବଜାତ ଶିଶୁର ଚୋରି ନେଇ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦୋଷାରୋପ କରି ଅଭିଯୋଗ କରିଥିଲେ। ଜିଲା ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ଏମ୍ସିଏଚ୍ କୋଠା ସମ୍ମୁଖରେ ଧାରଣାରେ ବସି ତୁରନ୍ତ ଶିଶୁପୁତ୍ର ଫେରାଇବା ଦାବି କରିଥିଲେ। ଏହାପରେ ହସ୍ପିଟାଲ ସୁପରିଣ୍ଟେଣ୍ଟେଣ୍ଡ ଡା. ମାନସୀ ପଣ୍ଡା ଟାଉନ ଥାନା ପୋଲିସକୁ ଜଣାଇଥିଲେ। ଟାଉନ ପୋଲିସ ଟିମ୍ ଶିଶୁଚୋରିର ୧୨ ଘଣ୍ଟା ପରେ ବୌଦ୍ଧ ଜିଲା ଘଣ୍ଟାପଡ଼ା ଥାନା ସାହାଜପିଟା ଗଁାରୁ ସମ୍ପୃକ୍ତ ଶିଶୁପୁତ୍ରକୁ ଉଦ୍ଧାରକରି ରାତି ୯ଟାରେ ଭୀମଭୋଇ ମେଡିକାଲ କଲେଜକୁ ଫେରାଇଛି। ହସ୍ପିଟାଲ ଅଧୀକ୍ଷକ ଡା. ପଣ୍ଡା ଏବଂ ଜିଲା ପୋଲିସ ଟିମ୍ ଶିଶୁପୁତ୍ର କିଭଳି ଚୋରିହେଲା ଏବଂ କିଭଳି ଫେରିଲା ସେନେଇ ଗଣମାଧ୍ୟମକୁ କିଛି ବି ତଥ୍ୟ ଦେଇନାହାନ୍ତି। ତେବେ ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।
ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଜିଲା କଣ୍ଟାମାଳ ଥାନା ବୁଡିପଦର ଗଁାର ସୁଶୀଳ ସ୍ବାଇଁଙ୍କ ସ୍ତ୍ରୀ ଝୁମ୍କି ଶୁକ୍ରବାର ସକାଳ ପ୍ରାୟ ୭ଟାରେ ହସ୍ପିଟାଲ ଏମ୍ସିଏଚ୍ କୋଠାରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଜନ୍ମବେଳେ ଶିଶୁର ଓଜନ କମ୍ ଥିବାରୁ ତାଙ୍କୁ ଏସ୍ଏନ୍ସିୟୁକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରର ଜଣେ ମହିଳା ଶିଶୁକୁ ଏସ୍ଏନ୍ସିୟୁରେ ନେଇ ଭର୍ତ୍ତି କରିଥିଲେ। ତେବେ ଦିନ ପ୍ରାୟ ୧୨ଟା ବେଳେ ଶିଶୁଟି ସେଠାରୁ କୁଆଡ଼େ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା। ପରିବାର ଲୋକେ ଏ ନେଇ ପ୍ରଶ୍ନ କରିବାରୁ ଜଣେ ମହିଳା ଓ ଜଣେ ଯୁବକ ସେଠାରୁ ଶିଶୁପୁତ୍ରକୁ ନେଇଯାଇଥିବା ନର୍ସ ଜଣକ କହିଥିଲେ। ତେବେ ଅଜଣା ଲୋକଙ୍କୁ କିଭଳି ପିଲାକୁ ଦିଆଗଲା ସେନେଇ ହସ୍ପିଟାଲ କର୍ତ୍ତୃପକ୍ଷ କିଛି କହି ନ ଥିଲେ। ଏନେଇ ହସ୍ପିଟାଲ ଅଧୀକ୍ଷକ ଡା. ପଣ୍ଡା କେବଳ ଶିଶୁପୁତ୍ର ଚୋରି ହୋଇଥିବା ପୋଲିସକୁ ଜଣାଇଥିବା କହିଥିଲେ। ପୋଲିସ ତଦନ୍ତରୁ ଜଣେ ଯୁବକ ଓ ଜଣେ ମହିଳା ସମ୍ପୃକ୍ତ ଶିଶୁପୁତ୍ରକୁ ହସ୍ପିଟାଲରୁ ନେଇକରି ଯାଉଥିବା ସିସିଟିଭି ଯାଞ୍ଚରୁ ଜଣାପଡ଼ିଥିଲା।
ମିଳିଥିବା ସୂଚନାରୁ ଯେଉଁ ଦମ୍ପତିଙ୍କଠାରୁ ଶିଶୁପୁତ୍ର ଉଦ୍ଧାର ହୋଇଛି ସେଇ ଯୁବକଙ୍କ ସ୍ତ୍ରୀ ଶୁକ୍ରବାର ଭୀମଭୋଇ ମେଡିକାଲ କଲେଜରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଶିଶୁକନ୍ୟାକୁ ନ ନେଇ ଶିଶୁପୁତ୍ରକୁ ଚୋରିକରି ନେଇଯାଇଥିବା ହସ୍ପିଟାଲ ଅକ୍ଷୀଧ୍ୟକ ପଣ୍ଡା ସୂଚନା ଦେଇଛନ୍ତି।
Posted inUncategorized View All
ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ
ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…
ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ
ପୁରୀ,୧୭ା୧(ଅଜିତ୍ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…
ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )
ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି
ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା
ଭୁବନେଶ୍ୱର,୪।୧: ଆମ ବସ୍ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…
ଆମ ବସ୍ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍ ଲାଇନ…
ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…
ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ରାଜମହଲ ଛକରୁ…
ପାକ୍ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…
ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…
RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…
Archives

