ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜୟନ୍ତୀ

ଲଣ୍ଡନ, ୯।୬: କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ୯୩ତମ ଜୟନ୍ତୀ ସରକାରୀ ଭାବେ ଶନିବାର ପାଳିତ ହୋଇଛି। ରାଣୀଙ୍କୁ ସମ୍ମାନ ପ୍ରଦର୍ଶନ ନିମନ୍ତେ ଓ୍ବେଷ୍ଟମିନ୍‌ଷ୍ଟରଠାରେ ଅଶ୍ୱାରୋହୀ ସୈନ୍ୟଙ୍କ ଏକ ରଙ୍ଗାରଙ୍ଗ ପରେଡ୍‌ ଏବଂ ପାରମ୍ପରିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪୦୦ ସୈନ୍ୟ ସ୍କାର୍‌ଲେଟ କୋଟ ଏବଂ ବିୟରସ୍କିନ୍‌ ଟୋପି ପରିଧାନ କରି ଅଂଶଗ୍ରହଣ କରିଥିଲେ। ଏହି ରାଜକୀୟ ମହୋତ୍ସବରେ ଭାଗ ନେଇଥିଲେ ରାଜପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପ୍ରିନ୍ସ ଚାର୍ଲସ, ପ୍ରିନ୍ସ ଓ୍ବିଲିୟମ୍‌ ଏବଂ ତାଙ୍କ ସ୍ତ୍ରୀ କାଟେ, ପ୍ରିନ୍ସ ହ୍ୟାରି ଓ ତାଙ୍କ ସ୍ତ୍ରୀ ମେଘାନ। ପୁତ୍ର ସନ୍ତାନ ଆର୍କି ଜନ୍ମ ପରେ ମେଘାନ୍‌ ପ୍ରଥମ କରି ଜନସାଧାରଣଙ୍କ ସମ୍ମୁଖକୁ ଆସିଥିଲେ।
ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜନ୍ମଦିନ ବର୍ଷକୁ ଦୁଇଥର ପାଳନ କରାଯାଏ। ତେବେ ସରକାରୀ ଭାବେ ତାଙ୍କ ଜନ୍ମଦିନ ଜୁନ୍‌ରେ ହିଁ ପାଳିତ ହୁଏ। ତାଙ୍କର ପ୍ରକୃତ ଜନ୍ମଦିନ ହେଉଛି ଏପ୍ରିଲ ୨୧। ଏହି ଦିନ ତାଙ୍କର ଜନ୍ମଦିନ ପରିବାର ମଧ୍ୟରେ ସୀମିତ ରହେ।
ବାର୍ଷିକ ଜନ୍ମଦିନ ସମ୍ମାନ ତାଲିକାରେ ୩୦ଜଣ ମୂଳ ଭାରତୀୟ ଶିକ୍ଷାବିତ୍‌, ଶିଳ୍ପପତି ରହିଛନ୍ତି। ନଟିଙ୍ଗହାମ୍‌ ୟୁନିଭର୍ସିଟିର ପ୍ରଫେସର ହର୍‌ମିନ୍ଦର ସିଂ ଦୁଆଙ୍କୁ କମାଣ୍ଡର ଅଫ୍‌ ଦି ଅର୍ଡର ଅଫ୍‌ ଦି ବ୍ରିଟିଶ ଏମ୍ପାୟାର (ସିବିଇ) ଭାବେ ସମ୍ମାନିତ କରାଯାଇଛି। ଚକ୍ଷୁର ଯତ୍ନ ଓ ଚିକିତ୍ସା, ସ୍ବାସ୍ଥ୍ୟ ଶିକ୍ଷା ଏବଂ ଅପ୍‌ଥାମୋଲୋଜି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଲଣ୍ଡନରେ ଅବସ୍ଥାପିତ ଭରତ କୁମାର ହଂସରାଜ ଶାହଙ୍କୁ ବ୍ୟବସାୟ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜନହିତକର କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବୋଚ୍ଚ ସମ୍ମାନ କ୍ୟାଟିଗୋରିରେ ସିବିଇ ପ୍ରଦାନ କରାଯାଇଛି। ସେହିପରି ଜୁପିଟର ଟେଲିଭିଜନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା କ୍ରିଏଟିଭ୍‌ ଡାଇରେକ୍ଟରଙ୍କୁ ଟେଲିଭିଜନ୍‌ ଏବଂ ଐତିହ୍ୟ କ୍ଷେତ୍ରରେ ବିଶେଷ ଅବଦାନ ଲାଗି ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି: ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ କରିବେ ଦର୍ଶନ

ଛତ୍ରପୁର, ୨୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଆସନ୍ତା ଅଗଷ୍ଟ ୪ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ଏକ…

ପ୍ଲଟିଂ ହେଉଥିବା ଅଞ୍ଚଳରେ ଲାଗୁଛି ଷ୍ଟ୍ରିଟ୍ ଲାଇଟ୍‌: ଆବଶ୍ୟକ ସ୍ଥାନରେ ନାହିଁ, ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ହଟାଇବାକୁ….

ପୁରୁଷୋତ୍ତମପୁର, ୨୧।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସହରରେ ଆବଶ୍ୟକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାବିରେ ଦିବ୍ୟାଙ୍ଗ ଯୁବ ଆଇନଜୀବୀ ସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri