ଏମ୍‌ସ ଡାକ୍ତରଙ୍କଠାରୁ ଅଧିକ ବେତନ ପାଉଛନ୍ତି ଓଡ଼ିଶା ଡାକ୍ତର

ଭୁବନେଶ୍ୱର, ୨୧ା୯ (ବ୍ୟୁରୋ): ଓଡ଼ିଶାର ଡାକ୍ତରମାନେ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କଠାରୁ ଅଧିକ ବେତନ ପାଇଥାନ୍ତି। ଏପରିକି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚିକିତ୍ସକମାନେ ଏମ୍‌ସ ଚିକିତ୍ସକଙ୍କଠାରୁ ବି ଅଧିକ ବେତନ ପାଉଛନ୍ତି। ଉପାନ୍ତ ଅଞ୍ଚଳରେ ନିଯୁକ୍ତ ଡାକ୍ତରଙ୍କୁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରୋସତ୍ାହନ ରାଶି ପ୍ରଦାନ କରୁଛନ୍ତି। ନିକଟରେ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ନାମ ଲେଖାଇଥିବା ଡାକ୍ତରଙ୍କ ପାଇଁ ସରକାର ଅନେକ ପ୍ରୋସତ୍ାହନ ଘୋଷଣା କରିଛନ୍ତି। କେବିକେ ଅଞ୍ଚଳରେ ଥିବା ମେଡିକାଲ କଲେଜରେ କାମ କରିବାପାଇଁ ଇଚ୍ଛୁକ ଡାକ୍ତରଙ୍କୁ ମାସିକ ୧ଲକ୍ଷ ୨୫ହଜାର ଟଙ୍କାର ଆର୍ଥିକ ପ୍ରୋସତ୍ାହନ ଏବଂ ବାରିପଦା, ବାଲେଶ୍ୱର ଭଳି ନୂଆ ମେଡିକାଲ କଲେଜରେ କାର୍ଯ୍ୟ କରିବା ପାଇଁ ୩୫ହଜାର ଟଙ୍କାର ପ୍ରୋସତ୍ାହନ ଦିଆଯାଉଛି। ପଛୁଆ ଅଞ୍ଚଳରେ ଡାକ୍ତରଙ୍କ ପାଇଁ ମାସିକ ଦରମା ବାଦ୍‌ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋସତ୍ାହନ ରାଶି ଘୋଷଣା କରାଯାଇଛି। ଏହାସହ ପଦୋନ୍ନତି, ସ୍ବତନ୍ତ୍ର ସୁବିଧା ଉପଲବ୍ଧ ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟଗୁଡିକର ନୀତିକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।
ମେହେର୍ଦ୍ଦା କହିଥିଲେ, ଭି-୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ବିଶେଷଜ୍ଞ ଡାକ୍ତର ଚାକିରି ଆରମ୍ଭ କଲେ ତାଙ୍କୁ ମାସିକ ୧,୬୨,୮୩୨ ଏବଂ କୋରାପୁଟ, ବଲାଙ୍ଗୀର ଓ ବୁର୍ଲା ଭଳି ମେଡିକାଲ କଲେଜରେ ସହକାରୀ ପ୍ରଫେସର ଭାବେ ଯୋଗଦେଲେ ୧,୫୯,୩୭୬ ଟଙ୍କା ମାସିକ ବେତନ ମିଳୁଛି। ଯେଉଁଠି କି ଏମ୍‌ସରେ ଜଣେ ସହକାରୀ ପ୍ରଫେସର ମାସିକ ୧,୫୮,୯୧୬ ଟଙ୍କା ପାଉଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୋରାପୁଟ, ବଲାଙ୍ଗୀର ଓ ଭିମ୍‌ସାର ବୁର୍ଲା ମେଡିକାଲ କଲେଜରେ କ୍ଲିନିକାଲ ପ୍ରଫେସରମାନଙ୍କୁ ମାସିକ ୨,୮୬,୫୦୪ ଏବଂ ପ୍ରି ଓ ପାରା କ୍ଲିନିକାଲ ପ୍ରଫେସରଙ୍କୁ ମାସିକ ୩,୦୬,୫୦୪ ଟଙ୍କା ବେତନ ମିଳୁଛି। ଏଭଳିସ୍ଥଳେ ଏମ୍‌ସ ଭଳି ଅନୁଷ୍ଠାନରେ ପ୍ରଫେସରଙ୍କୁ ମାସିକ ୨,୪୯,୫୦୨ ଟଙ୍କା ଦରମା ମିଳୁଛି। କେବଳ ଏତିକି ନୁହେଁ, ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସ (ଓଏମ୍‌ଏଚ୍‌ଏସ୍‌) କ୍ୟାଡର୍‌ ପୁନର୍ଗଠନ କରାଯାଇ ପେ’ ବ୍ୟାଣ୍ଡ-୪ ରେ ଥିବା ପଦବୀ ସଂଖ୍ୟା ୩୫ ରୁ ୪୩୩କୁ ବୃଦ୍ଧି କରାଯାଇଛି। ରାଜ୍ୟର ଖାଲିଥିବା ଡାକ୍ତର ପଦବୀ ପୂରଣ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ମାଧ୍ୟମରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବାବେଳେ ପ୍ରତି ମାସର ନିର୍ଦ୍ଦିଷ୍ଟ ତାରିଖରେ ସାକ୍ଷାତକାର ମାଧ୍ୟମରେ ଠିକା ଡାକ୍ତର ନିଯୁକ୍ତି ଦିଆଯାଉଛି। ଏହାମଧ୍ୟରେ ରାଜ୍ୟ ସରକାର ଷ୍ଟାଫନର୍ସ, ଏଲ୍‌ଟି, ଫର୍ମାସିଷ୍ଟ, ଏନ୍‌ପିଏଚ୍‌ଡବ୍ଲ୍ୟୁ ଏବଂ ରେଡିଓଗ୍ରାଫର ଭଳି ପାରାମେଡିକ୍ସମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ଆଇପିଏଚ୍‌ଏସ୍‌ ନର୍ମ ଅନୁଯାୟୀ ୨୬ହଜାର ପଦବୀ ସୃଷ୍ଟି କରିଛନ୍ତି ବୋଲି ମେହେର୍ଦ୍ଦା ଏହି ବୈଠକରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri