Posted inଜାତୀୟ

ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା: ୨୦୨୦ରୁ ଏମ୍ସରେ ଲାଗୁ ହେବ ନିଟ୍‌

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆଗାମୀ ୨୦୨୦ ଶିକ୍ଷାବର୍ଷରୁ ଏମ୍ସ, ଜେଆଇପିଏମ୍‌ଇଆର୍‌ (ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ) ସମେତ ଦେଶର ସମସ୍ତ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବାକୁ ହେଲେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଦେବାକୁ ହେବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଦେଶର ମେଡିକାଲ ଶିକ୍ଷାକ୍ଷେତ୍ରରେ ସମାନ ମାନ ଧାର୍ଯ୍ୟ କରିବାରେ ଏହା ସହାୟକ ହୋଇପାରିବ। ଏବେ ଏମ୍ସ ଏବଂ ଜେଆଇପିଏମ୍‌ଇଆର୍‌ ବ୍ୟତୀତ ଅନ୍ୟ ସମସ୍ତ ମେଡିକାଲ କଲେଜରେ ନାମଲେଖା ପାଇଁ ନିଟ୍‌ ଦେବାକୁ ପଡୁଛି। ଏମ୍ସ ଓ ଜେଆଇପିଏମ୍‌ଇଆର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଥିବାରୁ ସେମାନେ ନିଜସ୍ବ ନାମଲେଖା ପରୀକ୍ଷା କରିଥାଆନ୍ତି। ଜାତୀୟ ମେଡିକାଲ କମିଶନ ଆଇନ (ଏନ୍‌ଏମ୍‌ସି), ୨୦୧୯ ଅନୁଯାୟୀ ହେଉଥିବା ନିଟ୍‌ ସମେତ କମନ୍‌ କାଉନସେଲିଂ ଏବଂ ଏମ୍‌ବିବିଏସ୍‌ ଶେଷ ବର୍ଷ ପରୀକ୍ଷା ସମସ୍ତ ମେଡିକାଲ କଲେଜ ପାଇଁ ସମାନ ହେବ। ସେହିପରି ନେକ୍ସଟ୍‌ (ନ୍ୟାଶନାଲ ଏକ୍‌ଜିଟ୍‌ ଟେଷ୍ଟ) ଫଳାଫଳ ଆଧାରରେ ପିଜି ପାଠ୍ୟକ୍ରମରେ ନାମଲେଖା ସୁଯୋଗ ଏବଂ ଚିକିତ୍ସା ଲାଗି ଲାଇସେନ୍ସ ମିଳିବ। ବିଦେଶରେ ମେଡିକାଲ ଶିକ୍ଷାରେ ସ୍ନାତକ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ଏହା ସ୍କ୍ରିନିଂ ପରୀକ୍ଷା ଭାବେ କାର୍ଯ୍ୟ କରିବ। ନେକ୍ସଟ୍‌ କାର୍ଯ୍ୟକାରୀ ହେବା ପୂର୍ବରୁ ୩ ବର୍ଷର ଓ୍ବିଣ୍ଡୋ ପରିୟଡ ରଖାଯାଇଛି ଏବଂ ଏହି ପରୀକ୍ଷା କିଭଳି ହେବ ତାହା ପରବର୍ତ୍ତୀ ସମୟରେ ଏନ୍‌ଏମ୍‌ସି ଦ୍ୱାରା ସ୍ଥିରୀକୃତ ହେବ। ନେକ୍ସଟରେ ଉତ୍ତୀର୍ଣ୍ଣ ହେବା ପରେ ଜଣେ ପ୍ରାର୍ଥୀ ନିଜକୁ ପଞ୍ଜୀକୃତ କରିବା ସହ ଡାକ୍ତରୀ ବୃତ୍ତି ପାଇଁ ଲାଇସେନ୍ସ ପାଇପାରିବେ। ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ର଼୍ୟାଙ୍କ ବଢ଼ାଇବାକୁ ଜଣେ ଏକାଧିକ ଥର ନେକ୍ସଟ ଦେଇପାରିବେ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri