ଏମ୍‌କେସିଜିରେ ସ୍ଥାପନ ହେଲା କରୋନା ପରୀକ୍ଷା ମେଶିନ

ବ୍ରହ୍ମପୁର ଅଫିସ,୬ା୪- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ସୋମବାର କରୋନା ପରୀକ୍ଷା ମେଶିନ ସ୍ଥାପନ କରାଯାଇଛି। କଲିକତାରୁ ୨ ଜଣ ଇଞ୍ଜିନିୟର ସୋମବାର ସକାଳେ ଏମ୍‌କେସିଜି ମେଡିକାଲରେ ପହଞ୍ଚତ୍ଛନ୍ତି। ସେମାନେ ଉକ୍ତ ମେଶିନକୁ ମେଡିକାଲର ମାଇକ୍ରୋବାୟୋଲୋଜି ବିଭାଗରେ ସ୍ଥାପନ କରି ତାହାର ପରୀକ୍ଷାନିରୀକ୍ଷା କରିଛନ୍ତି ବୋଲି ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏପରିକି ସୋମବାର ପରୀକ୍ଷାମୂଳକ ଭାବେ ଏହି ମେଶିନକୁ କାର୍ଯ୍ୟକ୍ଷମ କରାଯାଇଛି। ମଙ୍ଗଳବାରଠାରୁ ଏହା ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ଏଥିରେ ଏକାଥରରେ ୧୭ ଗୋଟି ନମୂନା ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। କରୋନା ପରୀକ୍ଷା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫୦ ଗୋଟି ପରୀକ୍ଷା କିଟ୍‌ ଆସିଛି। ୩ଟି ପର୍ଯ୍ୟାୟରେ ଜିଲାର ୭୫୦ ଡାକ୍ତରଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯାଇଛି। ଏପରିକି ନର୍ସମାନଙ୍କୁ ମଧ୍ୟ ଏନେଇ ପ୍ରଶିକ୍ଷଣ କରାଯାଇଛି ବୋଲି ସେ କହିଛନ୍ତି। ପୂର୍ବରୁ କରୋନା ୱାର୍ଡ ପାଇଁ ୧୦ଟି ଭେଣ୍ଟିଲେଟର ରହିଥିବାବେଳେ ଏବେ ଆଉ ୧୦ଟି ଭେଣ୍ଟିଲେଟର ଆସିଛି ବୋଲି ଅଧୀକ୍ଷକ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଏମ୍‌କେସିଜି ମେଡିକାଲର କରୋନା (କୋଭିଡ଼ -୧୯) ପରୀକ୍ଷା ପାଇଁ ଓଡିଶା ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସି) ତରଫରୁ ୨୨ଲକ୍ଷ ଟଙ୍କାର ଏକ ସ୍ବତନ୍ତ୍ର କରୋନା ପରୀକ୍ଷା ମେଶିନ ସ୍ଥାପନ କରାଯାଇଛି ବୋଲି ଅଧିକ୍ଷକ ମିଶ୍ର ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ, ଗତ ମାର୍ଚ୍ଚ ୧୩ରୁ ଏପ୍ରିଲ ୫ ଯାଏ ଜିଲାରୁ ପର୍ଯ୍ୟାୟକ୍ରମେ ଏମ୍‌କେସିଜି ମେଡିକାଲର ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି ହୋଇଥିବା ୩୫ ଜଣଙ୍କ ନମୂନା ନେଗେଟିଭ ଆସିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri