ଏମ୍‌କେସିଜିରେ ପିପିପି ମୋଡ୍‌କୁ ବିରୋଧ

ବ୍ରହ୍ମପୁର ଅଫିସ,୨୫ା୨-ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ପିପିପି(ପବ୍ଲିିକ ପ୍ରାଇଭେଟ ପାର୍ଟନରଶିପ୍‌) ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଗତ ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ହୋଇଥିବା ନିଷ୍ପତ୍ତିକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ବିରୋଧ କରିଛି ା ପିପିପି ମାଧ୍ୟମରେ ମେଡିକାଲରେ ଘରୋଇ କମ୍ପାନୀଙ୍କ ପ୍ରବେଶ ଚିକିତ୍ସା ସେବାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ା ଏହାଦ୍ୱାରା ମେଡିକାଲ ସେବା ପ୍ରଭାବିତ ହେବା ସହ ରୋଗୀମାନେ ଘରୋଇ କମ୍ପାନୀ ଦ୍ୱାରା ସେବା ନାମରେ ଶୋଷଣର ଶିକାର ହେବେ ବୋଲି ମଞ୍ଚ ଅଭିଯୋଗ କରିଛି ା ସୋମବାର ଆରଡିସିଙ୍କ କାର୍ଯ୍ୟାଳୟ ଆଗରେ ମଞ୍ଚର ୧୧୦ତମ ଘଣ୍ଟଯାତ୍ରା ମେଡିକାଲରେ ବିଭିନ୍ନ ସେବାର ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରାଯିବା ସହ ଘଣ୍ଟ ବଜାଇ ପ୍ରତିବାଦ କରାଯାଇଥିଲା ା
ମେଡିକାଲରେ ପିପିପି ମାଧ୍ୟମରେ ସେବା ପ୍ରଦାନ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ବାତିଲ କରାଯାଉ ା ଏହା ପରିବର୍ତ୍ତେ ସ୍ବାସ୍ଥ୍ୟ ଓ ଚିକିତ୍ସାର ବିକାଶ ପାଇଁ ଆବଶ୍ୟକ ଡାକ୍ତର, ଟେକ୍ନିସିଆନ ନିଯୁକ୍ତି, ଯନ୍ତ୍ରପାତି, ପରୀକ୍ଷା ଏବଂ ଔଷଧ ଯୋଗାଣ କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ କରିବା ଉପରେ ଗୁରୁତ୍ୱ ଦେବାର ଅବଶ୍ୟକତା ଥିବା ମଞ୍ଚ ପକ୍ଷରୁ କୁହାଯାଇଥିଲା ା ମୋ ସରକାରକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପାଇଁ ସେବା କ୍ଷେତ୍ରରେ ପିପିପି ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମଞ୍ଚ ଦାବି କରିଥିଲା ା ଏମ୍‌କେସିଜିରେ ନ୍ୟୁରୋସର୍ଜରୀ, ଶିଶୁ ସର୍ଜରୀ, ନ୍ୟୁରୋଲୋଜି, ୟୁରୋଲୋଜି ଓ ନେଫ୍ରୋଲୋଜି ଭଳି ସମସ୍ତ ବିଭାଗ ଆବଶ୍ୟକ ଡାକ୍ତର, ଟେକ୍ନିସିଆନ ପଦବୀ ପୂରଣ କରିବା, ବ୍ରହ୍ମପୁର ଗୁରୁଦେବ ହସ୍‌ପିଟାଲରେ ଚିକିତ୍ସାଗତ ଅବହେଳାରେ ମୃତ୍ୟୁ ଘଟିଥିବା ଐଶ୍ୱର୍ଯ୍ୟା ସିଂଦେଓଙ୍କ ପରିବାରକୁ ନ୍ୟାୟ ଦେବାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଞ୍ଚ କ୍ଷୋଭ ପ୍ରକାଶ କରିଥିଲା। ଏଥିସହ ମେଡିକାଲରେ ଟ୍ରାମାକେୟାର ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସ୍ବତନ୍ତ୍ର ବର୍ଣ୍ଣକେୟାର ସେଣ୍ଟର ସ୍ଥାପନ, ମହିଳା ଓ ଶିଶୁ ବିଭାଗ ପାଇଁ ୧୦୦ ସ୍ବତନ୍ତ୍ର କ୍ୟାବିନ୍‌ ନିର୍ମାଣ ଓ କ୍ୟାବିନ୍‌ ଫି ଦର ବୃଦ୍ଧି ବନ୍ଦ କରିବା ଭଳି ପ୍ରମୁଖ ୧୧ ଦଫା ଦାବିକୁ ତୁରନ୍ତ ପୂରଣ କରିବାକୁ ମଞ୍ଚ ପକ୍ଷରୁ କୁହାଯାଇଥିଲା ା ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିକ୍ଷୋଭ ସମାବେଶରେ ମଞ୍ଚ ସଂଯୋଜକ ଅବନୀ କୁମାର ଗୟାଙ୍କ ସମେତ ଲକ୍ଷ୍ମୀ ନୃସିଂହ ରଥ, ରାଜା ସୁରେଶ, ଶ୍ୟାମସୁନ୍ଦର ଖାଡଙ୍ଗା, ମହେଶ୍ୱର ବାଡତ୍ୟା ଓ ସୁବାସ ଚନ୍ଦ୍ର ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri