ଏମ୍‌କେସିଜିରେ ପିପିପି ମୋଡ୍‌କୁ ବିରୋଧ

ବ୍ରହ୍ମପୁର ଅଫିସ,୨୫ା୨-ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ପିପିପି(ପବ୍ଲିିକ ପ୍ରାଇଭେଟ ପାର୍ଟନରଶିପ୍‌) ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଗତ ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ହୋଇଥିବା ନିଷ୍ପତ୍ତିକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ବିରୋଧ କରିଛି ା ପିପିପି ମାଧ୍ୟମରେ ମେଡିକାଲରେ ଘରୋଇ କମ୍ପାନୀଙ୍କ ପ୍ରବେଶ ଚିକିତ୍ସା ସେବାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ା ଏହାଦ୍ୱାରା ମେଡିକାଲ ସେବା ପ୍ରଭାବିତ ହେବା ସହ ରୋଗୀମାନେ ଘରୋଇ କମ୍ପାନୀ ଦ୍ୱାରା ସେବା ନାମରେ ଶୋଷଣର ଶିକାର ହେବେ ବୋଲି ମଞ୍ଚ ଅଭିଯୋଗ କରିଛି ା ସୋମବାର ଆରଡିସିଙ୍କ କାର୍ଯ୍ୟାଳୟ ଆଗରେ ମଞ୍ଚର ୧୧୦ତମ ଘଣ୍ଟଯାତ୍ରା ମେଡିକାଲରେ ବିଭିନ୍ନ ସେବାର ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରାଯିବା ସହ ଘଣ୍ଟ ବଜାଇ ପ୍ରତିବାଦ କରାଯାଇଥିଲା ା
ମେଡିକାଲରେ ପିପିପି ମାଧ୍ୟମରେ ସେବା ପ୍ରଦାନ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ବାତିଲ କରାଯାଉ ା ଏହା ପରିବର୍ତ୍ତେ ସ୍ବାସ୍ଥ୍ୟ ଓ ଚିକିତ୍ସାର ବିକାଶ ପାଇଁ ଆବଶ୍ୟକ ଡାକ୍ତର, ଟେକ୍ନିସିଆନ ନିଯୁକ୍ତି, ଯନ୍ତ୍ରପାତି, ପରୀକ୍ଷା ଏବଂ ଔଷଧ ଯୋଗାଣ କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ କରିବା ଉପରେ ଗୁରୁତ୍ୱ ଦେବାର ଅବଶ୍ୟକତା ଥିବା ମଞ୍ଚ ପକ୍ଷରୁ କୁହାଯାଇଥିଲା ା ମୋ ସରକାରକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପାଇଁ ସେବା କ୍ଷେତ୍ରରେ ପିପିପି ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମଞ୍ଚ ଦାବି କରିଥିଲା ା ଏମ୍‌କେସିଜିରେ ନ୍ୟୁରୋସର୍ଜରୀ, ଶିଶୁ ସର୍ଜରୀ, ନ୍ୟୁରୋଲୋଜି, ୟୁରୋଲୋଜି ଓ ନେଫ୍ରୋଲୋଜି ଭଳି ସମସ୍ତ ବିଭାଗ ଆବଶ୍ୟକ ଡାକ୍ତର, ଟେକ୍ନିସିଆନ ପଦବୀ ପୂରଣ କରିବା, ବ୍ରହ୍ମପୁର ଗୁରୁଦେବ ହସ୍‌ପିଟାଲରେ ଚିକିତ୍ସାଗତ ଅବହେଳାରେ ମୃତ୍ୟୁ ଘଟିଥିବା ଐଶ୍ୱର୍ଯ୍ୟା ସିଂଦେଓଙ୍କ ପରିବାରକୁ ନ୍ୟାୟ ଦେବାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଞ୍ଚ କ୍ଷୋଭ ପ୍ରକାଶ କରିଥିଲା। ଏଥିସହ ମେଡିକାଲରେ ଟ୍ରାମାକେୟାର ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସ୍ବତନ୍ତ୍ର ବର୍ଣ୍ଣକେୟାର ସେଣ୍ଟର ସ୍ଥାପନ, ମହିଳା ଓ ଶିଶୁ ବିଭାଗ ପାଇଁ ୧୦୦ ସ୍ବତନ୍ତ୍ର କ୍ୟାବିନ୍‌ ନିର୍ମାଣ ଓ କ୍ୟାବିନ୍‌ ଫି ଦର ବୃଦ୍ଧି ବନ୍ଦ କରିବା ଭଳି ପ୍ରମୁଖ ୧୧ ଦଫା ଦାବିକୁ ତୁରନ୍ତ ପୂରଣ କରିବାକୁ ମଞ୍ଚ ପକ୍ଷରୁ କୁହାଯାଇଥିଲା ା ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିକ୍ଷୋଭ ସମାବେଶରେ ମଞ୍ଚ ସଂଯୋଜକ ଅବନୀ କୁମାର ଗୟାଙ୍କ ସମେତ ଲକ୍ଷ୍ମୀ ନୃସିଂହ ରଥ, ରାଜା ସୁରେଶ, ଶ୍ୟାମସୁନ୍ଦର ଖାଡଙ୍ଗା, ମହେଶ୍ୱର ବାଡତ୍ୟା ଓ ସୁବାସ ଚନ୍ଦ୍ର ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri