Posted inଫୁରସତ

ଏମିତି ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ଏକାଠି ହୋଇ ପୂଜା କରିବା ମନା

ଭାରତରେ ଏମିତି କିଛି ମନ୍ଦିର ରହିଛି, ଯେଉଁଠି ପରମ୍ପରା ଏବଂ ମାନ୍ୟତା ଭିନ୍ନ ଭିନ୍ନ। ମନ୍ଦିରକୁ ପରିବାର ସହ ମିଶି ପୂଜାର୍ଚ୍ଚନା କରିବାକୁ ଯାଇଥାନ୍ତି ଲୋକେ। କିନ୍ତୁ ଏମିତି ଏକ ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ସାଥୀ ହୋଇ ଦର୍ଶନ କରିପାରିବେ ନାହିଁ। ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ସତ। ଏହା ହେଉଛି ମା’ ଦୁର୍ଗାଙ୍କ ମନ୍ଦିର। ଯେଉଁଠି ସ୍ବାମୀ-ସ୍ତ୍ରୀ ଏକାଠି ମା’ଙ୍କୁ ଦର୍ଶନ କରିପାରିବେ ନାହିଁ। ଏହା ପଛରେ ଭଗବାନ ଶିବଙ୍କ ସହ ରହସ୍ୟ ଯୋଡ଼ି ହୋଇରହିଛି। ସିମ୍‌ଲାର ରାମପୁରଠାରେ ଅବସ୍ଥିତ ଏହି ମନ୍ଦିରରେ ପୂଜା ପାଆନ୍ତି ମା’ ଦୁର୍ଗା। କିନ୍ତୁ ଏଠାକୁ ସ୍ବାମୀ-ସ୍ତ୍ରୀ ଏକାଠି ଯାଇ ପୂଜା କରିବା ପାଇଁ ବାରଣ ରହିଛି। କୁହାଯାଏ, ଭଗବାନ ଶିବ ତାଙ୍କର ଦୁଇପୁତ୍ର ଗଣେଶ ଏବଂ କାର୍ତ୍ତିକେୟଙ୍କୁ ବ୍ରହ୍ମାଣ୍ଡ ପରିକ୍ରମା କରବାକୁ କହିଲେ। କାର୍ତ୍ତିକେୟ ତାଙ୍କ ବାହନ ମୟୂର ପିଠିରେ ବସି ବ୍ରହ୍ମାଣ୍ଡ ଭ୍ରମଣରେ ବାହାରିଗଲେ। କିନ୍ତୁ ଗଣେଶ ମାତାପିତାଙ୍କ ଚାରିପାଖରେ ବୁଲି କହିଲେ ବ୍ରହ୍ମାଣ୍ଡ ମାତାପିତାଙ୍କ ଚରଣରେ। ଅନ୍ୟପକ୍ଷରେ କାର୍ତ୍ତିକେୟଙ୍କୁ ବ୍ରହ୍ମାଣ୍ଡ ବୁଲି ଆସିବାକୁ ଦୀର୍ଘଦିନ ଲାଗିଲା। ଏହା ମଧ୍ୟରେ ଗଣେଶଙ୍କ ବିବାହ ହୋଇସାରିଥିଲା। ଏଥିରେ କାର୍ତ୍ତିକେୟ ରାଗିଗଲେ। କାରଣ ଗଣେଶ କାର୍ତ୍ତିକଙ୍କଠାରୁ ସାନ ଥିଲେ। ସେ କେବେ ବିବାହ କରିବେ ନାହିଁ ବୋଲି ସଂକଳ୍ପ ନେଲେ। ଏଥିରେ ମାତା ପାର୍ବତୀ କ୍ରୋଧିତ ହୋଇଗଲେ। କହିଲେ, ଯେଉଁ ସ୍ବାମୀ-ସ୍ତ୍ରୀ ସାଥୀ ହୋଇ ତାଙ୍କର ମନ୍ଦିର ଦର୍ଶନ କରିବେ ସେ ଅଲଗା ହୋଇଯିବେ। ସେହିଦିନଠାରୁ ଏହି ମନ୍ଦିରକୁ କୌଣସି ସ୍ବାମୀ-ସ୍ତ୍ରୀ ଏକାଠି ହୋଇ ପୂଜା କରିବାକୁ ଯାଆନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରେ ନାଗ ସାପ, ଖୋଲିବା ମାତ୍ରେ କଲା ସୁ ସୁ ଗର୍ଜନ, ଭିଡିଓ ଦେଖିଲେ…

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ସାଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ବ୍ୟାଗରୁ ହଠାତ୍‌ ଏକ ସାପ ବାହାରିଲା। ବିଷାକ୍ତ ସାପ ଦେଖିବା ପରେ…

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ଶାଳୀଙ୍କୁ ନେଇ ଫେରାର ହୋଇଯାଉଥିଲେ ଭିଣୋଇ: ବାଟରେ ଘଟିଲା…

ଭୋପାଳ,୧୬।୭:ମଧ୍ୟପ୍ରଦେଶର ମୋରେନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ ପ୍ରେମ ସମ୍ପର୍କ ଯୋଗୁ ସର୍ବସାଧାରଣରେ ନିର୍ମମ ଦଣ୍ଡ ଦିଆଯାଇଥିଲା। ଜିଲାର କିଚୋଲ…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଜଙ୍ଗଲ ଉପରେ ଚାଲିଲା ବୁଲ୍‌ଡୋଜର, ସାମ୍ନାରେ ପାଚେରୀ ଭଳି ଠିଆ ହେଲା ଗଜରାଜ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ଦୁନିଆରେ ପ୍ରତିଦିନ ଏମିତି କିଛି ଭିଡିଓ ସାମ୍ନାକୁ ଆସେ, ଯାହା ମଣିଷକୁ ଚିନ୍ତା କରିବାକୁ ବାଧ୍ୟ କରିଦିଏ। କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଜିମ୍‌ରେ ଜେଜେବାପା: ବଡି ଓ ଫିଟ୍‌ନେସ୍ ଦେଖି ତାଟକା ହେଲେ ସୋସିଆଲ ମିଡିଆ ୟୁଜର୍ସ, VIDEO ଦେଖିଲେ ଆପଣ ବି…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ ମଜାଦାର ହୋଇଥିବା ବେଳେ କିଛି ଭିଡିଓ ଦେଖିଲେ ଆଖି ଖୋସି…

ଭିଟାମାଟି ଛାଡ଼ି ଯିବା ପରେ ବି ପିଛା ଛାଡ଼ିଲାନି ମୃତ୍ୟୁ, ୧୪ ବର୍ଷ ପରେ ଖୋଜିଖୋଜି ମାରିଲା ହାତୀ, ଲୋମ ଟାଙ୍କୁରି ଉଠିବ ଏହି ଘଟଣା

କାଠମାଣ୍ଡୁ, ୧୫।୭: ମୃତ୍ୟୁମୁଖରୁ ବୋଧହୁଏ କେହି ବର୍ତ୍ତିପାରିବେ ନାହିିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛି ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀ। ଯାହାର ନାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri