ଏମିତି ଚାଲିଛି ସ୍ବାସ୍ଥ୍ୟସେବା: ୪ଘଣ୍ଟା ଯାଏ ଆସିଲାନି ଆମ୍ବୁଲାନ୍ସ, ଦୁର୍ଘଟଣାରେ ଯୁବକ ଗୁରୁତର

ଆନନ୍ଦପୁର,୧୩।୭(ସ୍ବ.ପ୍ର.)-ରାଜ୍ୟରେ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିଗିଡିବାରେ ଲାଗିଛି। କେଉଁଠି ଆମ୍ବୁଲାନ୍ସ ପହଞ୍ଚିି ନ ପାରି ଅଧା ରାସ୍ତାରେ ପ୍ରସୂତି ପ୍ରସବ କରୁଛନ୍ତି ତ କେଉଁଠି ଖଟିଆରେ କିମ୍ବା ଅନ୍ୟ କୌଣସି ଉପାୟରେ ରୋଗୀମାନଙ୍କୁ ଡାକ୍ତରଖାନାକୁ ନିଆଯାଉଥିବାର ଘଟଣା ଅନେକ ସମୟରେ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ଏଭଳି ଏକ ଘଟଣା ଶୁକ୍ରବାର ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛିା। ଦୀର୍ଘ ୪ ଘଣ୍ଟା ଧରି ଆମ୍ବୁଲାନ୍ସର ଦେଖା ନ ମିଳିବାରୁ ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଜୀବନ ଯାଇଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ,୨୦ ନଂ ଜାତୀୟ ରାଜପଥ ଉପରେ ସଂଧ୍ୟା ୬ଟା ସମୟରେ ଜଣେ ବାଇକ୍‌ ଆରୋହୀଙ୍କର ଏକ ଦଶଚକିଆ ଟ୍ରକ୍‌ ସହ ଧକ୍କା ହୋଇଥିଲା। ବାଇକ୍‌  ପଣ୍ଡାପଡା ଅଞ୍ଚଳର ନାୟକ ମୁମୂର୍ଷୁ ଅବସ୍ଥାରେ ପଡିଥିବାବେଳେ ଜଣେ ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରି ବାଇକ୍‌ ଯୋଗେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରଘୁନାଥଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ହେଲେ ଚିକିତ୍ସା ଚାଲିଥିବା ସମୟରେ ଯୁବକଙ୍କର ପରିଚୟ ଜଣାପଡ଼ି ନ ଥିଲା। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର କହିଥିଲେ। କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଆମ୍ବୁଲାନ୍ସ ଆସି ନ ଥିଲା। ଏପରିକି ପ୍ରତିନିଧିମାନେ ମେଡିକାଲ ଅଫିସର ଏବଂ ଉପଜିଲାପାଳଙ୍କ ସହିତ ଯୋଗାଯୋଗ କରିଥିଲେ ସୁଦ୍ଧା ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇପାରି ନ ଥିଲା। ଶେଷରେ ରାତି ପ୍ରାୟ ୧୦.୨୦ରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପରେ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା। ଘସିପୁରା ପୋଲିସ ମୃତଦେହ ଜବତ କରିବା ସହିତ ଶନିବାର ବ୍ୟବଚ୍ଛେଦ କରାଇବାର ବ୍ୟବସ୍ଥା ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ପୁଣି ଝାଲମୁଢି ଖାଇଲେ ମୋଦି: ଏଥର ଦୋକାନରେ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖାଇ…

ନୂଆଦିଲ୍ଲୀ,୧୧।୬:କେନ୍ଦ୍ରରେ ମୋଦି ସରକାର ଐତିହାସିକ ୧୨ ବର୍ଷ ଶାସନ ପୂରଣ କରିଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଦୀର୍ଘ ଦିନ ପାଇଁ ରେକର୍ଡ…

ହର୍ମୁଜ ନିକଟରେ ଭାରତୀୟ ଜାହାଜ ଉପରେ ପୁଣି ଆକ୍ରମଣ: ଚେତାବନୀ ସତ୍ତ୍ୱେ MT Jalveerକୁ ଟାର୍ଗେଟ, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ/ମସ୍କାଟ,୧୧।୬: ଓମାନ ଉପକୂଳରେ ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି। ଓମାନ ତଟ ନିକଟରେ ‘ଏମଟି ଜଲବୀର’ (MT Jalveer) ନାମକ ଏକ…

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ଦୁର୍ଘଟଣା ଜନିତ ମୃତ୍ୟୁରେ ଗୃହିଣୀଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା କ୍ଷତିପୂରଣ!

ନୂଆଦିଲ୍ଲୀ,୧୧।୬: ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କର ରୋଜଗାର କିମ୍ୱା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ ମେକର୍‌ (ଗୃହିଣୀ)…

ମମତାଙ୍କ ଦଳରେ ବିଦ୍ରୋହର ସ୍ବର: TMC ଛାଡ଼ିଲେ ଆଉ ଜଣେ ଏମ୍‌ପି, ଏବେ ମାତ୍ର…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (TMC)ର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା। ଦଳର ଏମ୍‌ପିମାନେ ଏକାଠି ହୋଇ ଜଣଙ୍କ ପରେ ଜଣେ ମମତାଙ୍କ ହାତ ଛାଡୁଛନ୍ତି।…

ପ୍ରି-ୱେଡିଂ ସୁଟ୍ ହେଲା କାଳ! ଗଭୀର ପାଣିରେ ଖସିପଡ଼ିଲେ ଯୁବକ, ବାନ୍ଧବୀ ସାମ୍ନାରେ ହେଲା ମୃତ୍ୟୁ

ଜୟପୁର,୧୧।୬: ରାଜସ୍ଥାନର ରାଜସମନ୍ଦ ଜିଲାର ଡିଭେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପୂର୍ବ ଫଟୋସୁଟ୍ ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ…

ଓମାନ ଉପକୂଳରେ ବାଣିଜି୍ୟକ ଜାହାଜ ଉପରେ ଆମେରିକାର ଆକ୍ରମଣ: ୨ ଭାରତୀୟ ନାବିକ ମୃତ, ଚିଫ୍‌ ଇଞ୍ଜିନିୟର ନିଖୋଜ

ନୂଆଦିଲ୍ଲୀ,୧୧।୬: ଷ୍ଟ୍ରେଟ ଅଫ ହର୍ମୁଜ ନିକଟ ଓମାନ ଉପକୂଳରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଦୁଇ ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ…

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri