Posted inଜାତୀୟ

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ଦୁର୍ଘଟଣା ଜନିତ ମୃତ୍ୟୁରେ ଗୃହିଣୀଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା କ୍ଷତିପୂରଣ!

ନୂଆଦିଲ୍ଲୀ,୧୧।୬: ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କର ରୋଜଗାର କିମ୍ୱା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ ମେକର୍‌ (ଗୃହିଣୀ) ମହିଳାମାନଙ୍କ ସହ ଜଡ଼ିତ ମାମଲାରେ ଏହି ବିଷୟଟି ଜଟିଳ ହୋଇଯାଏ, କାରଣ ଗୃହିଣୀମାନଙ୍କର କୌଣସି ର୍ନିଦ୍ଦିଷ୍ଟ ରୋଜଗାର ନଥାଏ। ଏବେ ସୁପ୍ରିମକୋର୍ଟ ଗୃହିଣୀମାନଙ୍କ କ୍ଷତିପୂରଣକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତ କହିଛନ୍ତି ଯେ ଯେତେବେଳେ କୌଣସି ଦୁର୍ଘଟଣା ଯୋଗୁଁ ଜଣେ ଗୃହିଣୀଙ୍କର ମୃତ୍ୟୁ ହୋଇଯାଏ, ସେତେବେଳେ ତାଙ୍କର କ୍ଷତିପୂରଣ ସ୍ଥିର କରିବା ସମୟରେ ପରିବାର ପ୍ରତି ତାଙ୍କର ଅବଦାନର ଆକଳନ କରିବା ଆବଶ୍ୟକ। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଗୃହିଣୀମାନଙ୍କ ଅବଦାନ କେବଳ ପରିବାର ମଧ୍ୟରେ ସୀମିତ ନୁହେଁ, ବରଂ ସେମାନେ ମାନବ ସମ୍ୱଳ ଏବଂ ରାଷ୍ଟ୍ର ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ କେବଳ “ହୋମ ମେକର୍‌” କହିବା ବଦଳରେ “ନେସନ ବିଲ୍ଡର” କୁହାଯିବା ଉଚିତ।

ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଗୃହିଣୀଙ୍କ ଦ୍ୱାରା କରାଯାଉଥିବା ଘରକାମ ଏବଂ ଯତ୍ନ ନେବା ଭଳି ସେବାଗୁଡ଼ିକର ଏକ ଆର୍ଥିକ ମୂଲ୍ୟ ରହିଛି, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ଦୁର୍ଘଟଣାର ଶିକାର ହୋଇଥିବା ଗୃହିଣୀମାନଙ୍କ ମାମଲାରେ କ୍ଷତିପୂରଣକୁ ନେଇ ସୁପ୍ରିମକୋର୍ଟ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି ଏବଂ ଗୃହିଣୀ ମହିଳାମାନଙ୍କ ମୃତ୍ୟୁରେ ମାସିକ ୩୦ ହଜାର ଟଙ୍କା ହିସାବରେ କ୍ଷତିପୂରଣ ସ୍ଥିର କରିବାକୁ କହିଛନ୍ତି।

ଯାନବାହନ ଦୁର୍ଘଟଣା ଦାବି ସହ ଜଡ଼ିତ ଏକ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ.କେ. ସିଂହଙ୍କ ବେଞ୍ଚ କହିଛନ୍ତି ଯେ ଘର ସମ୍ଭାଳୁଥିବା ମହିଳା (ଗୃହିଣୀ)ଙ୍କ ଅବଦାନ କେବଳ ଘର ମଧ୍ୟରେ ସୀମିତ ନୁହେଁ, ବରଂ ଦେଶ ଗଠନରେ ମଧ୍ୟ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୋର୍ଟ ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ ମୋଟର ଯାନ ଅଧିନିୟମ (Motor Vehicles Act) ଅଧୀନରେ କ୍ଷତିପୂରଣ ସ୍ଥିର କରିବା ସମୟରେ, ଗୃହିଣୀଙ୍କ ମୃତ୍ୟୁ ଯୋଗୁଁ ପରିବାର ଘରୋଇ ଯତ୍ନ ବାବଦରେ ଯେଉଁ କ୍ଷତି ସହୁଛି, ତାହାକୁ ସୱତନ୍ତ୍ର ଭାବେ ମାନ୍ୟତା ଦିଆଯିବା ଉଚିତ।

ଏହି ନିଷ୍ପତ୍ତି ପଞ୍ଜାବର ଏକ ମୋଟର ଦୁର୍ଘଟଣା ଦାବି ସହ ଜଡ଼ିତ ଆବେଦନ ଉପରେ ଆସିଛି, ଯେଉଁଥିରେ ନଭେମ୍ୱର ୨୦୦୧ ମସିହାରେ ରେଶମା ନାମକ ଜଣେ ମହିଳାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସ୍ୱାମୀ ଏବଂ ତିନି ସନ୍ତାନ କ୍ଷତିପୂରଣ ପାଇଁ ମୋଟର ଏକ୍ସିଡେଣ୍ଟ କ୍ଲେମ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ ୨୦୦୩ ମସିହାରେ କ୍ଷତିପୂରଣ ପ୍ରଦାନ କରିଥିଲେ, କିନ୍ତୁ ଏହି ମାମଲା ବର୍ଷ ବର୍ଷ ଧରି ମକଦ୍ଦମାରେ ଛନ୍ଦି ହୋଇ ରହିଥିଲା ଏବଂ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ଆବେଦନ ଉପରେ ଡିସେମ୍ୱର ୨୦୨୪ ରେ ଯାଇ ନିଷ୍ପତ୍ତି ଶୁଣାଇଥିଲେ।

ଦୁର୍ଘଟଣାର ଦୁଇ ଦଶନ୍ଧିରୁ ଅଧିକ ସମୟ ବିତିଯିବା ପରେ ଏଭଳି ବିଳମ୍ୱକୁ ନେଇ ଚିନ୍ତା ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ମୋଟର ଦୁର୍ଘଟଣା କ୍ଷତିପୂରଣ ଦାବି ଉପରେ ସାଧାରଣତଃ ଏକ ବର୍ଷ ମଧ୍ୟରେ ନିଷ୍ପତ୍ତି ହୋଇଯିବା ଉଚିତ। ବେଞ୍ଚ କହିଛନ୍ତି ଯେ ଏଭଳି ମାମଲାଗୁଡ଼ିକର ସମାଧାନ ସାଧାରଣତଃ ଏକ ବର୍ଷ ଭିତରେ କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?