ଏମିତି ଚାଲିଛି ସୂଚନା ଅଧିକାର ଆଇନ: ୧୨ବର୍ଷ ପରେ ଅଧା ତଥ୍ୟ ଦେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ରାଜ୍ୟରେ ଘଟିଥିବା ହାଜତ ମୃତ୍ୟୁ ତଥ୍ୟକୁ ୧୨ବର୍ଷ ହେବ ଦେଉ ନ ଥିଲା କ୍ରାଇମବ୍ରାଞ୍ଚ। ଏହା ସୂଚନା ଅଧିକାର ପରିସରଭୁକ୍ତ ନୁହେଁ ବୋଲି କହି କ୍ରାଇମବ୍ରାଞ୍ଚ ଏଡ଼ାଇ ଯାଇଥିଲା। ପରବର୍ତ୍ତୀ ସମୟରେ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରି ନ ଥିଲା। ଏପରିକି ବିଚାରବିଭାଗୀୟ ବ୍ୟବସ୍ଥାର ମଧ୍ୟ ଦୁରୁପଯୋଗ କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୧୨ବର୍ଷ ପରେ କ୍ରାଇମବ୍ରାଞ୍ଚ ତଥ୍ୟ ଦେଇଛି, ଯାହାକି ଅସମ୍ପୂର୍ଣ୍ଣ ମଧ୍ୟ। ତେବେ ଦିଆଯାଇଥିବା ତଥ୍ୟରେ ୧୯୮୯ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ୧୬ ହାଜତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅଧିକାର ଆଇନ ଧାରା-୨୫ ଓ ଉପଧାରା ୪ରେ ନିୟମ ରହିଛି ଯେ, ସରକାରଙ୍କ କେତେକ ତଦନ୍ତକାରୀ ଏଜେନ୍ସି ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ। କିନ୍ତୁ ମାନବିକ ଅଧିକାର ଉଲ୍ଲଂଘନ କିମ୍ବା ଦୁର୍ନୀତି ଅଭିଯୋଗ ସୂଚନା ଅଧିକାର ପରିସରଭୁକ୍ତ ହୋଇପାରିବ। ଏହି ଆଧାରରେ ୨୦୦୬ରେ ସୂଚନା ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ୧୯୮୯ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡିଶାରେ କେତେ ହାଜତ ମୃତ୍ୟୁ ଘଟିଥିଲା, ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ କ୍ଷତିପୂରଣ ବାବଦକୁ କେତେ ଟଙ୍କା ଦିଆଯାଇଛି ସେନେଇ ପ୍ରଥମେ ଗୃହ ବିଭାଗକୁ ତଥ୍ୟ ମାଗିଥିଲେ। ପରବର୍ତ୍ତୀ ସମୟରେ ଗୃହବିଭାଗ ଏହାକୁ ପୋଲିସ ଡିଜି ଓ ପରେ ପୋଲିସ ଡିଜି ମାନବାଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି)କୁ ଦେଇଥିଲେ। କିନ୍ତୁ ଏହି ସମୟ (୧୯୮୯ରୁ ୨୦୦୦) ମଧ୍ୟରେ ଘଟିଥିବା ହାଜତ ମୃତ୍ୟୁର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଥିଲା। ଏହାପରଠାରୁ ଏଚ୍‌ଆର୍‌ପିିସି ତଦନ୍ତ କରୁଛି। ହେଲେ କ୍ରାଇମବ୍ରାଞ୍ଚ ହାଜତ ମୃତ୍ୟୁ ସଂକ୍ରାନ୍ତ କୌଣସି ତଥ୍ୟ ନ ଦେବାରୁ ସୂଚନା ଅଧିକାର କର୍ମୀ ବିଶ୍ୱପ୍ରିୟ ୨୦୦୭ରେ ଓଡିଶା ସୂଚନା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା କମିଶନ ମାମଲାକୁ ଅନୁଧ୍ୟାନ କରିବା ପରେ ତୁରନ୍ତ ତଥ୍ୟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ କମିଶନଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାମଲାକୁ ହାଇକୋର୍ଟକୁ ନେଇଥିଲା। ମାମଲାର ବିଚାର କରି ହାଇକୋର୍ଟ କହିଥିଲେ ଆର୍‌ଟିଆଇ ନିୟମ ଅନୁଯାୟୀ, ସରକାରଙ୍କ କେତେକ ତଦନ୍ତକାରୀ ଏଜେନ୍ସି ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ, କିନ୍ତୁ ମାନବିକ ଉଲ୍ଲଂଘନ ଓ ଦୁର୍ନୀତି ସମ୍ପର୍କିତ ହୋଇଥିଲେ ତଥ୍ୟ ଦେବାକୁ ବାଧ୍ୟ। ତେଣୁ ୪ ସପ୍ତାହ ମଧ୍ୟରେ ତଥ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ କ୍ରାଇମବ୍ରାଞ୍ଚ ହାଜତ ମୃତ୍ୟୁ ସଂକ୍ରାନ୍ତ ତଥ୍ୟ ଦେଇଥିଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ବୋଲି ମାନବାଧିକାର କର୍ମୀ ବିଶ୍ୱପ୍ରିୟ ଅଭିଯୋଗ ଉଠାଇଛନ୍ତି। ହାଜତ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ କ୍ଷତିପୂରଣ ସଂକ୍ରାନ୍ତରେ କୌଣସି ତଥ୍ୟ ଦିଆଯାଇ ନ ଥିବା ସେ କହିଛନ୍ତି।
ଏନେଇ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କୁହନ୍ତି, ଏହା ଏଚ୍‌ଆରପିସିର ଦାୟିତ୍ୱଥିଲା। କିନ୍ତୁ କ’ଣ ପାଇଁ ଦିଆଯାଇ ନ ଥିଲା ତାହାର ତର୍ଜମା କରାଯିବ ବୋଲି କହି ଅଧାତଥ୍ୟ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। କିନ୍ତୁ ବିଶ୍ୱପ୍ରିୟ କହିଛନ୍ତି ଯେ,ଏଭଳି ତଥ୍ୟ ନ ଦେବା କ୍ରାଇମ୍‌ବ୍ରାଞ୍ଚର ବାହାନା ଥିଲା। ୧୨ବର୍ଷ ଧରି ବିଚାରବିଭାଗୀୟ ବ୍ୟବସ୍ଥାକୁ କାହିଁକି ମାନି ନ ଥିଲା। ତଥ୍ୟ ପାଇଁ ଯେଉଁ ଅଯଥା ଖର୍ଚ୍ଚ ହେଲା ସେଥିପାଇଁ କିଏ ଦାୟୀ? କ୍ରାଇମ୍‌ବ୍ରାଞ୍ଚ ଗୋଟିଏ ତଥ୍ୟକୁ ୧୨ବର୍ଷ ଲଗାଇବା ଓ ଆଉ କିଛି ତଥ୍ୟ ଲୁଚାଇ ରଖିବାର କାରଣ କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

-ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri