ଏମାନେ ବି ଷ୍ଟାର…

କ୍ୟାବ୍‌ ଡ୍ରାଇଭିଂରୁ ରାଜନୀତି, ସାମୂହିକ କାର୍ଯ୍ୟରୁ ମଡେଲିଂ -ସବୁକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରୁଛନ୍ତି ଏମାନେ। ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଲକ୍ଷ୍ମୀନାରାୟଣ ତ୍ରିପାଠୀ ହୁଅନ୍ତୁ କି ଭାରତର ପ୍ରଥମ କିନ୍ନର ଆଇନଜୀବୀ ସତ୍ୟଶ୍ରୀ ଶର୍ମିଲା କିମ୍ବା ପ୍ରଥମ କଲେଜ ଅଧ୍ୟକ୍ଷ ମାନବୀ ବନ୍ଦ୍ୟୋପାଧ୍ୟାୟ, ଏମାନେ ଆଜି ଦେଶର ଚର୍ଚ୍ଚିତ ଚେହେରା । ତେବେ ଏହି ଧାରାରେ ଓଡ଼ିଶାର କିନ୍ନରମାନେ ମଧ୍ୟ ପଛରେ ପଡ଼ିନାହାନ୍ତି। ପ୍ରଥମ ବ୍ୟୁରୋକ୍ରାଟ୍‌ରୁ ଆରମ୍ଭକରି ‘ଓଲା’ ଏବଂ ‘ଉବର୍‌’ର ଦେଶର ପ୍ରଥମ କିନ୍ନର କ୍ୟାବ୍‌ ଡ୍ରାଇଭର ହେବା ସହ ବିଭିନ୍ନ କ୍ଷେତ୍ରରେ ଏମାନେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରି ପାଲଟିଛନ୍ତି ଷ୍ଟାର…

ଦେଶର ପ୍ରଥମ ‘ଫାଇଭ୍‌ ଷ୍ଟାର୍‌’ ଉବର୍‌ ଡ୍ରାଇଭର

ମଲ୍ଟିନ୍ୟାଶନାଲ ଟ୍ରାନ୍ସପୋର୍ଟ କମ୍ପାନୀ ‘ଉବର୍‌’ ପାଇଁ କ୍ୟାବ୍‌ ଚଳାଉଥିବା ଓଡ଼ିଶାର ରାଣୀ ଦେଶର ପ୍ରଥମ ଫାଇଭ୍‌ ଷ୍ଟାର୍‌ କିନ୍ନର ଉବର୍‌ ଡ୍ରାଇଭର ହେବାର ଗୌରବ ଅର୍ଜନ କରିଛନ୍ତି। ସର୍ବଶ୍ରେଷ୍ଠ ରେଟିଂ ପାଇଥିବା ଡ୍ରାଇଭର ସହ ରାଣୀ ଏବେ ଭାରତର ୧ ନମ୍ବର ଉବର ଡ୍ରାଇଭର। ମଧ୍ୟରାତି ହେଉ କି ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ଟ୍ରାଫିକ୍‌, ଯାତ୍ରୀଙ୍କୁ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ରାଣୀ ସମସ୍ତଙ୍କ ପ୍ରିୟ ପାଲଟିଥିବା ବେଳେ ଏକୁଟିଆ ମହିଳାଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇ ମହିଳାଙ୍କ ସର୍ବାଧିକ ପ୍ରିୟଭାଜନ ହୋଇଛନ୍ତି। ସେଥିପାଇଁ ୯୫ ପ୍ରତିଶତ ବୁକିଂ କେବଳ ମହିଳାଙ୍କଠାରୁ ପାଇବା ସହ ପ୍ରତି ବୁକିଂରେ ସେ ଫାଇଭ୍‌ ଷ୍ଟାର୍‌ ପାଇଥାନ୍ତି। ରାଣୀଙ୍କ ଏହି ସଫଳତା କେବଳ ଓଡ଼ିଶାର ନୁହେଁ, ବରଂ ଦେଶର ବହୁ କିନ୍ନରଙ୍କୁ କ୍ୟାବ୍‌ ଡ୍ରାଇଭିଂ ପ୍ରତି ଆକର୍ଷିତ କରିଛି। ଲୋକଙ୍କ ଟାହିଟାପରାକୁ ଖାତିର ନକରି ସେ କିଭଳି ଜଣେ ସାଧାରଣ ଅଟୋରିକ୍ସା ଡ୍ରାଇଭରରୁ ଦେଶର ଏକ ନମ୍ବର ଡ୍ରାଇଭର ହେବା କିଛି କମ୍‌ କଥା ନୁହେଁ।

ରାଜନୀତି ମଇଦାନରେ କାଜଲ

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପ୍ରଥମଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ କିନ୍ନର କାଜଲ। ପୂର୍ବରୁ ସାମାଜିକ କର୍ମୀଭାବେ ଲୋକପ୍ରିୟତା ହାସଲ କରିଥିବା କାଜଲ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ପକ୍ଷରୁ ଯାଜପୁର ଜିଲା କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ନରମାନେ କିଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ସେଦିଗରେ ସେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଅଳ୍ପ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି। ସାମାଜିକ କାର୍ଯ୍ୟ ସହ ଏବେ ବି କାଜଲ ଜଡ଼ିତ ରହିଛନ୍ତି। କେବଳ କାଜଲ ନୁହନ୍ତି, ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ସଭାପତି ଥିବା ମୀରା ଏବଂ ମେନକାଙ୍କ ଭଳି ପରିଚିତ ଚେହେରା ଗତ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯେଉଁଥିପାଇଁ ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତ ବର୍ଷ ନିର୍ବାଚନରେ କିନ୍ନରମାନଙ୍କ ସକ୍ରିୟ ଉପସ୍ଥିତି ଦେଖିବାକୁ ମିଳିଥିଲା। ଓଡ଼ିଶାରେ ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ୱ କିନ୍ନର ରହିଥିବା ବେଳେ ଏଲ୍‌ଜିବିଟି କମ୍ୟୁନିଟି ଭୋଟରଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିଲା।

ପ୍ରଥମ ବ୍ୟୁରୋକ୍ରାଟ୍‌ ଐଶ୍ୱର୍ଯ୍ୟା

ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ କେବଳ ଓଡ଼ିଶା ନୁହେଁ, ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ସିଭିଲ ସର୍ଭ୍ୟାଣ୍ଟ୍‌ ବା ପ୍ରଶାସକ ହେବାର ଗୌରବ ଅର୍ଜନ କରିଛନ୍ତି। ଓଡ଼ିଶା ଫିନାନ୍ସିଆଲ ସର୍ଭିସ୍‌(ଓଏଫ୍‌ଏସ୍‌) ଓଡ଼ିଶା ଅର୍ଥନୈତିକ ସେବାରେ କୃତକାର୍ଯ୍ୟ ହୋଇ ସେ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ବ୍ୟୁରୋକ୍ରାଟ୍‌ ହୋଇଥିଲେ। ୨୦୧୦ରେ ଓଏଫ୍‌ଏସ୍‌ରେ ଯୋଗଦେଇଥିବା ଐଶ୍ୱର୍ଯ୍ୟା ପ୍ରଥମେ କମର୍ସିଆଲ ଟ୍ୟାକ୍ସ ଅଫିସରଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ଜିଏସ୍‌ଟିର ଡେପୁଟି କମିଶନରଭାବେ କାର୍ଯ୍ୟ କରୁଥିବା ବେଳେ କର୍ମକ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛନ୍ତି। ବହୁ ପ୍ରତିବନ୍ଧକ ସତ୍ତ୍ୱେ ଦୃଢ ଇଚ୍ଛାଶକ୍ତି ବଳରେ ସେ ଏହି ସଫଳତା ହାସଲ କରିଛନ୍ତି। କେବଳ ଏତିକି ନୁହେଁ, ୨୦୧୫ରେ ଔପଚାରିକଭାବେ ନିଜର ଲିଙ୍ଗ ପରିବର୍ତ୍ତନ କରି ସେ ଆଉଏକ ଉଦାହରଣ ସୃଷ୍ଟି କରିଥିଲେ।

ପ୍ରଥମ ‘ଓଲା’ କ୍ୟାବ୍‌ ଚାଳକ

୨୦୧୮ରେ ଓଡ଼ିଶାର ମେଘନା ସାହୁ ଦେଶର ପ୍ରଥମ ଏବଂ ଏକ ମାତ୍ର ଟ୍ରାନ୍ସଜେଣ୍ଡର ଓଲା କ୍ୟାବ୍‌ ଡ୍ରାଇଭର ହୋଇ ଲୋକଲୋଚନକୁ ଆସିଥିଲେ। ଚିରାଚରିତକୁ ପଛରେ ପକାଇ ସେ ନୂତନ ରାସ୍ତାରେ ଅଗ୍ରସର ହୋଇଛନ୍ତି। ପ୍ରଥମେ ୨୦୧୭ରେ ବାସୁଦେବ ନାୟକଙ୍କ ହାତ ଧରିଥିବା ମେଘନା ଓଡ଼ିଶାର ପ୍ରଥମ କିନ୍ନରଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇ ଚର୍ଚ୍ଚାକୁ ଆସିଥିଲେ। ମାର୍କେଟିଂ ଏବଂ ଏଚ୍‌ଆର୍‌ରେ ଏମ୍‌ବିଏ କରିଥିବା ମେଘନା ଉଚ୍ଚଶିକ୍ଷିତ ହୋଇ ମଧ୍ୟ କିନ୍ନର ହୋଇଥିବା ଯୋଗୁ ଚାକିରି ଖଣ୍ଡେ କରିବାରୁ ବଞ୍ଚତ୍ତ ହୋଇଥିଲେ। ଦୁର୍ବ୍ୟବହାର ଓ ପାତରଅନ୍ତରର ଶିକାର ହେବା ପରେ ନିଜେ ଏକ ଗାଡି କିଣି ତାହାକୁ ବ୍ୟବସାୟିକଭାବେ ଚଳାଇବାକୁ ସ୍ଥିର କରିଥିଲେ। ହେଲେ କମର୍ସିଆଲ ଡ୍ରାଇଭିଂ ଲାଇସେନ୍ସ ପାଇବା ତାଙ୍କ ପାଇଁ କାଠିକର ପାଠଥିଲା। ବହୁ ସଂଘର୍ଷ ପରେ ଲାଇସେନ୍ସ ମିଳିବାରୁ ଓଲା ସହ ଯୋଗାଯୋଗ କରି ଏହାର ପାର୍ଟନର ଡ୍ରାଇଭର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ୨୮ ବର୍ଷୀୟ ମେଘନା ଏକ ଏନ୍‌ଜିଓ ସହ କାମ କରୁଥିବା ବେଳେ ସାମାଜିକ ସୁରକ୍ଷା କର୍ମୀଭାବେ ମଧ୍ୟ କିନ୍ନରମାନଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି। କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏହାସହ ଏକ ଗଣମାଧ୍ୟମ ସଂସ୍ଥା ସହ ଜଡିତ ରହି ମେଘନା ଖବରଦାତାଭାବେ କାମ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri