ଏବେ ପସନ୍ଦ ହର୍ବାଲ ହୋଲି

ଭୁବନେଶ୍ୱର,୭ା୩(ବ୍ୟୁରୋ): ଦିନଥିଲା ପ୍ରକୃତିର ବିଭିନ୍ନ ରଙ୍ଗକୁ ବ୍ୟବହାର କରି ଲୋକେ ହୋଲି ଖେଳୁଥିଲେ। କିନ୍ତୁ କିଛିବର୍ଷ ହେଲା ହୋଲିରେ ରାସାୟନିକ ରଙ୍ଗର ବହୁଳ ବ୍ୟବହାର ହେଉଛି। ସ୍ବାସ୍ଥ୍ୟ ପ୍ରତି ଏହା ହାନିକାରକ ହେଉଥିବାରୁ ଲୋକେ ଏଥିପ୍ରତି ଧୀରେ ଧୀରେ ସଚେତନ ହେଲେଣି। ବିଶେଷ କରି ଚାଇନା ବିଭିନ୍ନ ପ୍ରକାର ରଙ୍ଗ ଭାରତୀୟ ବଜାରକୁ ଛାଡ଼ୁଥିବାରୁ ଏବେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଚାଇନାରୁ କରୋନା ଭାଇରସ ବିଭିନ୍ନ ଦେଶକୁ ବ୍ୟାପୁଛି। ଏହା ନିୟନ୍ତ୍ରଣାଧୀନ ନ ଥିବାରୁ ପ୍ରତ୍ୟହ ବହୁସଂଖ୍ୟାରେ ଜୀବନ ନେଉଛି। ତେଣୁ ଚଳିତବର୍ଷ ହୋଲି ନ ଖେଳିବାକୁ ଅନେକେ ଭାବୁଥିବାବେଳେ ବହୁ ଲୋକ ହର୍ବାଲ ହୋଲିକୁ ପ୍ରସନ୍ଦ କରୁଛନ୍ତି। ବର୍ତ୍ତମାନ ଗ୍ରୀନ୍‌ ଦିଓ୍ବାଲି ଭଳି ଗ୍ରୀନ୍‌ ହୋଲି ଏକ ଭିନ୍ନ ଚିନ୍ତାଧାରା ହୋଇଥିବାବେଳେ ଏବେ ସବୁଠାରୁ ଆଗରେ ରହିଛି ହର୍ବାଲ ହୋଲିର ଆୟୋଜନ। ଗତ କିଛିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱରରେ ହର୍ବାଲ ହୋଲି ଟ୍ରେଣ୍ଡ୍‌ରେ ଅଛି। ଏଭଳିସ୍ଥଳେ ଗତ ୮ବର୍ଷ ଧରି ଭୁବନେଶ୍ୱରରେ ହର୍ବାଲ ହୋଲି ଉତ୍ସବର ଆୟୋଜନ କରିଆସୁଥିବା ସ୍ବପ୍ନା ପତି ଫାଉଣ୍ଡେଶନ ପକ୍ଷରୁ ଚଳିତବର୍ଷ ଜାତୀୟ ସ୍ତରରେ ହର୍ବାଲ ହୋଲି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଘୋଷଣା ହୋଇଛି।
ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ଫାଉଣ୍ଡେଶନ୍‌ର ମୁଖ୍ୟ ତଥା ଅଭିନେତ୍ରୀ ସ୍ବପ୍ନା ପତି କହିଛନ୍ତି, ଆସନ୍ତା ୮ତାରିଖ ସନ୍ଧ୍ୟାରେ ସ୍ଥାନୀୟ ହୋଟେଲ କଳିଙ୍ଗ ଅଶୋକାରେ ହର୍ବାଲ ହୋଲି ଉତ୍ସବର ଆୟୋଜନ କରାଯିବ। ଏହାସହିତ ପ୍ରଥମଥର ପାଇଁ ଓଡ଼ିଶା ବାହାରେ ତଥା ପୁଣେରେ ଆସନ୍ତା ୧୦ ତାରିଖରେ ହର୍ବାଲ ହୋଲି ଉତ୍ସବ ଆୟୋଜିତ ହେବ। ସମସ୍ତ ପ୍ରକାରର ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ଏହା ପାଳନ ହେବ। ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପଡୁଥିବାରୁ ସଂଘର୍ଷ ଓ ସଂଗ୍ରାମ କରି ଜୀବନରେ ସଫଳ ହୋଇଥିବା ୩ ଜଣ ମହିଳାଙ୍କୁ ସମ୍ମାନିତ କରାଯିବ। ଏଥିସହିତ ଫୁଟବଲ ଖେଳି ଗୋଲ୍ଡ ମେଡାଲ ଜିତିଥିବା ୪୦ବର୍ଷରୁ ଅଧିକ ବୟସର ମହିଳା ଦଳଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ୟତମ ଆକର୍ଷଣ ରହିବ। ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଜଗତର କଳାକାରମାନେ ଯୋଗଦେଇ ହର୍ବାଲ ହୋଲିକୁ ଅଧିକ ରଙ୍ଗିନ ଏବଂ ଆକର୍ଷଣୀୟ କରିବେ। ଭାଇଚାରାର ଏହି ପର୍ବରେ କେବଳ ନିଜେ ନୁହେଁ, ବରଂ ଅନ୍ୟମାନଙ୍କୁ ରସାୟନ ରଙ୍ଗ ପ୍ରତି ସଚେତନ କରିବାକୁ ଯାଇ ହର୍ବାଲ ହୋଲି ପାଳନ କରିବାକୁ ସ୍ବପ୍ନା ପରାମର୍ଶ ଦେଇଥିଲେ।
ବଜାରରେ ମିଳୁଥିବା ରଙ୍ଗରେ ହାନିକାରକ ରାସାୟନିକ ପଦାର୍ଥ ମିଶ୍ରିତ ହୋଇଥାଏ। ଯଦ୍ଦ୍ବାରା ଅନେକ ଜୀବନହାନି ହେବା ସହ ମାରାତ୍ମକ ଦୁର୍ଘଟଣା ଘଟିଥାଏ। ଏହିସବୁ ରଙ୍ଗଠାରୁ ଦୂରେଇ ରହି ଗାଜର, ବିଟ୍‌, ଟମାଟୋ, ପୁଦିନା, ହଳଦୀ, ଚନ୍ଦନ, ନିମ୍ବପତ୍ର, ମୁଲତାନୀ ମାଟି ଆଦି ପ୍ରାକୃତିକ ଓ ଘରୋଇ ସାମଗ୍ରୀକୁ ବ୍ୟବହାର କରି ହର୍ବାଲ ହୋଲି ପାଳନ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବଜାରରେ ମିଳୁଥିବା ରାସାୟନିକ ଦ୍ରବ୍ୟ ମିଶା ରଙ୍ଗର ଦାମ୍‌ ଅପେକ୍ଷାକୃତ କମ୍‌ ରହୁଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ବେପାରରେ ଲାଭ କରିବାକୁ ଯାଇ ରଙ୍ଗ ତିଆରି କରୁଥିବା କମ୍ପାନୀମାନେ ରଙ୍ଗରେ ଅଧିକ ରସାୟନ ମିଶାଇ ବିକ୍ରି କରୁଛନ୍ତି। ପ୍ରଚୁର ରାସାୟନିକ ପଦାର୍ଥ ମିଶା ଏହି ରଙ୍ଗର କିଲୋ ପିଛା ମୂଲ୍ୟ ମାତ୍ର ୩୦୦ଟଙ୍କା ରହୁଛି। ତେଣୁ ଗ୍ରାହକମାନେ ସ୍ବାସ୍ଥ୍ୟ କଥା ଚିନ୍ତା ନ କରି ବହୁଳ ମାତ୍ରାରେ ଏଭଳି ଶସ୍ତା ରଙ୍ଗ କିଣି ନେଉଥିବା ଦେଖାଯାଉଛି। ଏନେଇ ଚର୍ମରୋଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ରସାୟନ ରଙ୍ଗ ତିଆରି ପାଇଁ କପର ସଲଫେଟ୍‌, କ୍ରୋମିୟମ ଆୟୋଡାଇଡ, ଆଲୁମିନିୟମ ବ୍ରୋମାଇଡ୍‌, ଲେଡ୍‌ ଅକ୍ସାଇଡ, ମରକ୍ୟୁରି ସଲଫେଟ୍‌ ଭଳି ହାନିକାରକ କେମିକାଲ ବ୍ୟବହାର କରାଯାଇଥାଏ। ଏହାଛଡା କେତେକସ୍ଥଳେ ଇଞ୍ଜିନ ଅଏଲ, ଟକ୍ସିକ୍‌ ଏବଂ ଆଲକାଲାଇନ ପଦାର୍ଥ ମଧ୍ୟ ବ୍ୟବହୃତ ହୋଇଥାଏ। ଏସବୁ ହାନିକାରକ କେମିକାଲ ଦ୍ବାରା ଚର୍ମରୋଗ, ଆଲର୍ଜି, କିଡ୍‌ନୀ ରୋଗ, ପକ୍ଷାଘାତ ଏବଂ ଅନ୍ଧତ୍ବ ହେବାର ଆଶଙ୍କା ରହିଥାଏ। ତେଣୁ ଯେତେ ସମ୍ଭବ ଏହାଠାରୁ ଦୂରେଇ ରହି ସାଧାରଣ ଫଗୁରେ ହୋଲି ଖେଳିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri