ଏଫ୍‌ଏସ୍‌ଏସ୍‌ଏଆଇ ରିପୋର୍ଟ: ବିଷାକ୍ତ ହେଉଛି ଦୁଗ୍ଧ; ପରୋକ୍ଷରେ କର୍କଟ ରୋଗକୁ ନିମନ୍ତ୍ରଣ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଖାଦ୍ୟପେୟରେ ଦୁଗ୍ଧ ଏକ ପ୍ରମୁଖ ଉପାଦାନ। ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଖାଇବାକୁ ପସନ୍ଦ କରନ୍ତି। ତେବେ ଅଧିକ ମୁନାଫା କମାଇବା ଆଶାରେ କେତେକ ଦୁଗ୍ଧ ବ୍ୟବସାୟୀ ମାରାତ୍ମକ ବିଷାକ୍ତ ପଦାର୍ଥକୁ ଏଥିରେ ମିଶାଇ ବଜାରକୁ ଛାଡୁଛନ୍ତି, ଯାହାର ଭୟଙ୍କର ପ୍ରଭାବ ମଣିଷ ସ୍ବାସ୍ଥ୍ୟ ଉପରେ ପଡୁଛି। ଏହା ଯେ କେବଳ ମନୁଷ୍ୟ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି ତାହା ନୁହେଁ, ବରଂ ମାରାତ୍ମକ କର୍କଟ ରୋଗକୁ ମଧ୍ୟ ପରୋକ୍ଷରେ ନିମନ୍ତ୍ରଣ କରୁଛି। ଓଡ଼ିଶା ସମେତ ସମଗ୍ର ଦେଶରେ ଏଭଳି ପରିସ୍ଥିତି ଦେଖାଦେଇଛି। ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ ଇଣ୍ଡିଆ(ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ କରାଯାଇଥିବା ଜାତୀୟ ଦୁଗ୍ଧ ସୁରକ୍ଷା ଓ ଗୁଣବତ୍ତା ସର୍ଭେ-୨୦୧୮ ରିପୋର୍ଟରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଆସିଛି। ତେବେ ପ୍ରଥମଥର ପାଇଁ କ୍ଷୀରରେ କର୍କଟ ରୋଗ ସୃଷ୍ଟିକାରୀ ମାରାତ୍ମକ ରାସାୟନିକ ପଦାର୍ଥ ଆଫ୍ଲୋଟକ୍ସିନ ଏମ୍‌-୧ ଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି। ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ସଂଗୃହୀତ କରାଯାଇଥିବା ୬୪୩୨ଟି ନମୁନା ମଧ୍ୟରୁ ୩୬୮ଟିରେ ଆଫ୍ଲୋଟକ୍ସିନ ଏମ୍‌-୧ ଭଳି ମାରାତ୍ମକ ଦ୍ରବ୍ୟ ରହିଛି। ଏହାଛଡା ଦୁଗ୍ଧରେ ହାଇଡ୍ରୋଜେନ ପେରେକୋସାଇଡ, ଆଣ୍ଟି-ବାୟୋଟିକ୍ସ, ପେଷ୍ଟିସାଇଡ, ଡିଟରଜେଣ୍ଟ, ୟୁରିଆ, ନ୍ୟୁଟ୍ରାଲାଇଜର ଭଳି ବିଷାକ୍ତ ରାସାୟନିକ ପଦାର୍ଥ ମିଶି ରହୁଛି, ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ।

ଓଡ଼ିଶାରେ ମଧ୍ୟ ଦୁଗ୍ଧରେ ରାସାୟନିକ ପଦାର୍ଥର ମାତ୍ରା ରହୁଥିବା ଏଫ୍‌ଏସ୍‌ଏସ୍‌ଏଆଇ ରିପୋର୍ଟରେ କୁହାଯାଇଛି। ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ କ୍ଷୀରରେ ଆବଶ୍ୟକ ଗୁଣବତ୍ତା ନ ଥିବା କୁହାଯାଇଛି। ଓଡ଼ିଶାରୁ ୧୯୨ଟି ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିରୁ ୧୦୫ଟିରେ ଏଫ୍‌ଏସ୍‌ଏସ୍‌ଏଆଇ ମାନକୁ ପୂରଣ କରୁନାହିଁ। ରାଜ୍ୟରେ ବିକ୍ରି ହେଉଥିବା ପାଶ୍ଚରାଇଜ୍‌ଡ ପ୍ୟାକେଟ କ୍ଷୀରରେ ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦ୍ଦିଷ୍ଟ ଫ୍ୟାଟ ଓ ସଲିଡ ନନ୍‌ ଫ୍ୟାଟ(ଏସ୍‌ଏନ୍‌ଏଫ୍‌) ଦ୍ରବକ ରହୁ ନାହିଁ। କ୍ଷୀରରେ ଏସ୍‌ଏନ୍‌ଏଫ୍‌ ୮.୫ରୁ ୯ ପ୍ରତିଶତ ମଧ୍ୟରେ ରହିବା କଥା। ଓଡ଼ିଶାରୁ ସଂଗ୍ରହ କରାଯାଇଥିବା ୧୯୨ ନମୁନାରୁ ୮୫ଟି ଏସ୍‌ଏନ୍‌ଏଫ୍‌ ମାନ ପୂରଣ କରୁ ନ ଥିବା ରିପୋର୍ଟରେ କୁହାଯାଇଛି। ତେବେ ପ୍ୟାକେଟରେ ଯାହା ଲେଖାଯାଉଛି ବାସ୍ତବରେ କ୍ଷୀରରେ ତାହା ରହୁନାହିଁ। ତେବେ ଓଡିଶା ବଜାରରେ ବିକ୍ରି ହେଉଥିବା ୯ ପ୍ରତିଶତ କ୍ଷୀର ଖାଇବା ଉପଯୋଗୀ ନ ଥିବା ରିପୋର୍ଟରେ କୁହାଯାଇଛି।
ବଜାରରେ ଯେଉଁ କ୍ଷୀର ଉପଲବ୍ଧ ହେଉଛି ତାହା କେତେ ସୁରକ୍ଷିତ ସେ ନେଇ ଗ୍ରାହକ ଚିନ୍ତିତ। ଅନ୍ୟପକ୍ଷରେ ଖାଦ୍ୟ ସୁରକ୍ଷା ଅଫିସରମାନେ ନିୟମିତ ବ୍ୟବଧାନରେ ନମୁନା ସଂଗ୍ରହ କରି ରାଜ୍ୟ ପରୀକ୍ଷାଗାରକୁ ପଠାଉଛନ୍ତି। ତେବେ ତାହା ସୁରକ୍ଷିତ କି ନାହିଁ ସେ ନେଇ କୌଣସି ସୂଚନା ଦିଆଯାଉ ନାହିଁ। ରିପୋର୍ଟ ପ୍ରକାଶ ପାଇବା ପରେ କ୍ଷୀରର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ପରୀକ୍ଷାଗାରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ଅନେକ ସମୟରେ କ୍ଷୀରରେ ଫ୍ୟାଟ ଓ ସଲିଡ ନନ୍‌ ଫ୍ୟାଟ ରହୁ ନାହିଁ। ଏ ନେଇ ସମ୍ପୃକ୍ତ ସଂସ୍ଥାକୁ ତାଗିଦ୍‌ କରାଯାଉଛି। ତେବେ ରାଜ୍ୟର କ୍ଷୀର ବିଷାକ୍ତ ନୁହେଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ୨୦୧୮ ମେ ମାସରୁ ଅକ୍ଟୋବର ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୧୦୩ଟି ସହରରୁ ୬, ୪୩୨ଟି ନମୁନା ସଂଗ୍ରହ କରାଯାଇଥିଲା। ସେହିଠାରେ ନମୁନାଗୁଡିକର ପରୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri