Posted inଖେଳ

ଏଫଆଇଏଚ୍‌ ପ୍ରୋ ଲିଗ୍‌: ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ

ନୂଆଦିଲ୍ଲୀ, ୫।୯(ପି.ଟି.)- ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ହକି ଦଳ ଆସନ୍ତାବର୍ଷ ଜାନୁୟାରୀ୧୮ରେ ଏହାର ପ୍ରଥମ ମ୍ୟାଚ ଘରୋଇ ପରିବେଶରେ ଖେଳିବ। ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେବ ନେଦରଲାଣ୍ଡ୍ସ। ଏଫଆଇଏଚ୍‌ ପ୍ରୋ ଲିଗ୍‌ ସିଜନ-୨ ପାଇଁ ବୁଧବାର ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ୧୯ ତାରିଖରେ ଭାରତ ସମାନ ପ୍ରତିଦ୍ୱନ୍ଦ୍ୱୀକୁ ଭେଟିବ। ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣରୁ ଭାରତ ଓହରି ଯାଇଥିଲା। ଏହାପରେ ଭାରତ ଘରୋଇ ପରିବେଶରେ ବିଶ୍ୱ ଚାମ୍ପିୟନ ବେଲ୍‌ଜିୟମକୁ ଫେବୃୟାରୀ ୮ ଓ ୯ ତାରିଖରେ ଭେଟିବ। ପରବର୍ତ୍ତୀ ୨ଟି ମ୍ୟାଚ ଫେବୃୟାରୀ ୨୨ ଓ ୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେହି ଘରୋଇ ପରିବେଶରେ ଖେଳିବ। ୬ଟି ମ୍ୟାଚ ଖେଳି ସାରିବାପରେ ଭାରତ ବାହାର ପରିବେଶରେ ମ୍ୟାଚ ଖେଳିବାକୁ ବାହାରିବ। ଦଳ ଏପ୍ରିଲ ୨୫ ଓ ୨୬ରେ ଜର୍ମାନୀ ଏବଂ ମେ ୨ ଓ ୩ରେ ଗ୍ରେଟ ବ୍ରିଟେନ ସହିତ ବାହାର ପରିବେଶରେ ଖେଳିବ। ଏହାପରେ ଦଳ ପୁଣି ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମେ ୨୩, ୨୪ରେ ମ୍ୟାଚ ଖେଳିବା ପରେ ଆର୍ଜେଣ୍ଟିନା ଯାଇ ଜୁନ ୫ ଓ ୬ରେ ୨ଟି ମ୍ୟାଚ ଖେଳିବ। ପ୍ରୋ-ଲିଗ୍‌ରେ ଭାରତ ଏହାର ଶେଷ ରାଉଣ୍ଡ ରବିନ ମ୍ୟାଚ ସ୍ପେନରେ ଜୁନ ୧୩ ଓ ୧୪ରେ ଖେଳିବ। ଭାରତ ଘରୋଇ ପରିବେଶରେ ମୋଟ ୮ଟି ଗେମ୍‌ ଖେଳିବ। ସେଥିରୁ ଜାନୁୟାରୀ-ଫେବୃୟାରୀରେ ୬ଟି ଏବଂ ମେରେ ୨ଟି ମ୍ୟାଚ ହେବ।
ମନପ୍ରୀତ ବ୍ୟଗ୍ର
ଏଫଆଇଏଚ୍‌ ପ୍ରୋ ଲିଗ୍‌ ସିଜନ-୨ କାର୍ଯ୍ୟସୂଚୀ ଘୋଷଣା ହେବାପରେ ତାଙ୍କ ଦଳର ବ୍ୟଗ୍ରତା ପ୍ରକାଶ କରିଛନ୍ତି ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ। ”ଘରୋଇ ପରିବେଶରେ ଆସନ୍ତା ଜାନୁୟାରୀରେ ପ୍ରୋ ଲିଗ୍‌ ଆରମ୍ଭ କରିବାପାଇଁ ଆମେ ବ୍ୟଗ୍ର। ଏହି ଲିଗ୍‌ରେ ବିଶ୍ୱର ଟପ୍‌ ଟମ୍‌ ଗୁଡ଼ିକ ବିପକ୍ଷରେ ଖେଳିବାର ସୁଯୋଗ ମିଳିବ। ତେଣୁ ସମସ୍ତ ମ୍ୟାଚ ଚ୍ୟାଲେଞ୍ଜିଂ ହେବା ସମ୍ଭାବନା। ଏହା ଅଲିମ୍ପିକ୍ସ ବର୍ଷ ହୋଇଥିବାରୁ କ୍ରମାଗତଭାବେ ଟପ୍‌ ଟିମ୍‌ଗୁଡ଼ିକ ବିପକ୍ଷରେ ଖେଳିଲେ ଆମକୁ ନିଶ୍ଚିତ ଫାଇଦା ମିଳିବ। କୋର ଗ୍ରୁପରେ ସ୍ଥାନ ପାଇଥିବା ଖେଳାଳିମାନେ ଭଲଭାବେ ଅଭ୍ୟାସ କରିପାରିବେ। ଘରୋଇ ପରିବେଶରେ ଆମେ ନେଦରଲାଣ୍ଡ୍ସ, ବେଲଜିୟମ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଥିବାରୁ ଭାରତୀୟ ଦର୍ଶକମାନେ ହକି ରୋମାଞ୍ଚ ଦେଖିବାକୁ ପାଇବେ। ଘରୋଇ ପରିବେଶରେ ଆମେ ଏହିସବୁ ଦଳଗୁଡ଼ିକ ବିପକ୍ଷରେ ଖେଳୁଥିବାବେଳେ ମ୍ୟାଚକୁ ବେଶ୍‌ ଉପଭୋଗ କରୁ“ ବୋଲି ମନପ୍ରୀତ କହିଛନ୍ତି। ଭାରତୀୟ କୋଚ୍‌ ଗ୍ରାହାମ ରିଡ୍‌ ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ଭାରତ ନିୟମିତଭାବେ ବଡ଼ ଦଳଗୁଡ଼ିକ ବିପକ୍ଷରେ ଖେଳିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ”ଆମେ ଆସନ୍ତାବର୍ଷ ପ୍ରୋ ଲିଗ୍‌ରେ ଖେଳିବାକୁ ଅତ୍ୟନ୍ତ ଆଗ୍ରହର ସହିତ ଅପେକ୍ଷା କରିଛୁ। ଏହାଦ୍ୱାରା ଆମେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ଖେଳିପାରିବୁ। ଫଳରେ ଆମର ଯୁବ ଖେଳାଳିଭାବେ କେତେ ପାରଙ୍ଗମ ତାହା ଜଣାପଡ଼ିବ। ମୋଟାମୋଟି କହିବାକୁ ଗଲେ ଆମେଯଦି ନଭେମ୍ବରରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବୁ ତେବେ ଏହି ଲିଗ୍‌ରେ ସବୁଠାରୁ ଭଲ ମ୍ୟାଚ ଅଭ୍ୟାସ ମିଳିପାରିବ“ ବୋଲି ରିଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri