ଏନ୍‌ସିଏଲ୍‌ଟିକୁ ଯିବ ବ୍ୟାଙ୍କ ସମୂହ;ଜେଟ୍‌ର ପୁନରୁଦ୍ଧାର ଆଶା ଶେଷ

ନୂଆଦିଲ୍ଲୀ,୧୮-୬: ନଗଦ ସଙ୍କଟ କାରଣରୁ ଅଚାନକ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ପୁନରୁଦ୍ଧାର ଲାଗି ସବୁ ଉଦ୍ୟମ ଫସର ଫାଟିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ନେତୃତ୍ୱରେ ଗଠିତ ବ୍ୟାଙ୍କ ସମୂହ ବକେୟା ଋଣ ଆଦାୟ ଲାଗି ଦେବାଳିଆ ଆଇନ(ଆଇବିସି) ଅଧୀନରେ ଏନ୍‌ସିଏଲ୍‌ଟି ନିକଟରେ ଜେଟ୍‌ ମାମଲା ନେଇଯିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଜେଟ୍‌ ଏୟାରଓ୍ବେଜ୍‌ ଦେବାଳିଆ ଘୋଷିତ ହେବ। ଆଇବିସି ବାହାରେ ଜେଟ୍‌ ମାମଲାର ସମାଧାନ ଲାଗି ଋଣପ୍ରଦାନକାରୀ ବ୍ୟାଙ୍କ ସମୂହ ଦୀର୍ଘ ଦିନ ହେଲା ପ୍ରୟାସ କରୁଥିଲେ। ତେବେ ସେମାନଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଛି।
ବ୍ୟାଙ୍କ ସମୂହ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଜେଟ୍‌ ଏୟାରଓ୍ବେଜର ଭବିଷ୍ୟତ ନିର୍ଦ୍ଧାରଣ ଲାଗି ସମସ୍ତ ଋଣପ୍ରଦାନକାରୀଙ୍କ ଏକ ବୈଠକ ସୋମବାର ବସିଥିଲା। ଅନେକ ବିଚାର ବିମର୍ଶ ପରେ ଜେଟ୍‌ ମାମଲାର ସମାଧାନ ପାଇଁ ଆଇବିସି ହିଁ ଏକମାତ୍ର ରାସ୍ତା ବୋଲି ବୈଠକରେ ମତପ୍ରକାଶ ପାଇଥିଲା। କାରଣ କମ୍ପାନୀକୁ ଏକମାତ୍ର ସସର୍ତ୍ତ ବିଡ଼୍‌ ମିଳିଥିଲା। ବ୍ୟାଙ୍କଗୁଡ଼ିକ ଦେଇଥିବା ଋଣର ୮୫% ଛାଡ଼ି ଦେବାଲାଗି ବିଡ଼୍‌ରେ ସର୍ତ୍ତ ରଖାଯାଇଥିଲା। ତେବେ ଏଭଳି ନିଷ୍ପତ୍ତି ନେବା ବ୍ୟାଙ୍କ ସ୍ବାର୍ଥର ପରିପନ୍ଥୀ ଥିଲା। ଏଣିକି ସମ୍ପୂର୍ଣ୍ଣ ପ୍ରକ୍ରିୟା ଆଇବିସି ଅଧୀନରେ ଚାଲିବ। ସୂଚନାଥାଉ କି, ଆଇବିସି ବାହାରେ ଜେଟ୍‌ ଏୟାରଓ୍ବେଜ୍‌ର ରିଜଲ୍ୟୁଶନ କରିବା ଲାଗି ବ୍ୟାଙ୍କ ସମୂହ ଚାହୁଁଥିଲେ। କାରଣ ଏହାଦ୍ୱାରା ସେମାନେ ଦେଇଥିବା ଋଣର ଅଧିକାଂଶ ଫେରସ୍ତ ପାଇଥାନ୍ତେ। ଆଇବିସି ଅଧୀନରେ ମାମଲା ଚାଲିଲେ ସେମାନଙ୍କୁ ବକେୟା ଋଣର କିୟଦଂଶ ମିଳିବ। ଜେଟ୍‌ ଏୟାରଓ୍ବେଜ୍‌କୁ କିଣିବା ଲାଗି ଆଗ୍ରହ ପ୍ରଦର୍ଶନ କରିଥିବା ହିନ୍ଦୁଜା ଗ୍ରୁପ୍‌ ଏବଂ ଏଟିହାଦ ଏୟାରଓ୍ବେଜ୍‌ ଏ ଦିଗରେ ଆଗେଇ ନ ଥିଲେ କି କୌଣସି ଔପଚାରିକ ପ୍ରସ୍ତାବ ଦେଇ ନ ଥିଲେ। ସୂଚନାଯୋଗ୍ୟ ଯେ, ଜେଟ୍‌ରେ ନଗଦ ସଙ୍କଟ କାରଣରୁ ଏପ୍ରିଲ ୧୭ରୁ ଏହାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଏହା ଉପରେ ବ୍ୟାଙ୍କ ସମୂହର ୮୫୦୦ କୋଟି ଟଙ୍କାର ବକେୟା ଋଣ ରହିଛି। ତେବେ ଏୟାରଲାଇନ୍ସ ଉପରେ ମୋଟରେ ୨୫ ହଜାର କୋଟି ଟଙ୍କାର ବକେୟା ଋଣ ଅଛି। ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ହାତରୁ ଜେଟ୍‌ର ପରିଚାଳନା ଭାର ନିଜ ହାତକୁ ନେବା ପରେ ବ୍ୟାଙ୍କ ସମୂହ କହିଥିଲେ ଯେ, ଭାରି ମାତ୍ରାରେ ଋଣକୁ ବାଦ୍‌ ଦେଇ କମ୍ପାନୀର ବିମାନ ଉଡାଇବା ଏକ ବଡ଼ ଆହ୍ବାନ ହୋଇଛି। ବେସାମରିକ ବିମାନ ଚଳାଚଳ ବିଶେଷଜ୍ଞ ଜିତେନ୍ଦ୍ର ଭାର୍ଗବ କହିଛନ୍ତି ଯେ, ଜେଟ୍‌ ଏୟାରଓ୍ବେଜ୍‌ ପାଇଁ ସବୁ ଶେଷ ହୋଇଗଲା। ପୁନରୁଦ୍ଧାର ଆଶା ବ୍ୟର୍ଥ ହେଲା। ଉଲ୍ଲେଖ କରାଯାଇପାରେ ଯେ, ଦୁଇ ଅପରେଶନାଲ କ୍ରେଡିଟର ଶମନ ହ୍ବିଲ୍ସ ପ୍ରାଇଭେଟ ଲିମିଟେଡ ଏବଂ ଗଗର ଏଣ୍ଟରପ୍ରାଇଜର୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଜେଟ୍‌ ଏୟାରଓ୍ବେଜ ବିରୋଧରେ ମୁମ୍ବାଇ ଏନ୍‌ସିଏଲ୍‌ଟିରେ ଦୁଇଟି ସ୍ବତନ୍ତ୍ର ଆବେଦନ କରାଯାଇଛି। ଆସନ୍ତା ୨୦ରେ ଏହି ମାମଲାର ଶୁଣାଣି ହେବ। ଜେଟ୍‌ ନିକଟରେ ଏବେ ମାତ୍ର ୧୪ ବିମାନ ରହିଥିବା ବେଳେ ଡିଜିସିଏ ଏହାର ଇଞ୍ଜିନିୟରିଂ ଲାଇସେନ୍ସକୁ ରଦ୍ଦ କରିଦେଇଛି। ମାସିକ ଭଡା ନ ଦେବା କାରଣରୁ ବିମାନ କମ୍ପାନୀଗୁଡ଼ିକ ଜେଟ୍‌କୁ ଦେଇଥିବା ବିମାନ ଫେରାଇ ନେଇଛନ୍ତି। ଅପରପକ୍ଷରେ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ନିର୍ଦ୍ଦେଶକ୍ରମେ ଦେଶର ଷ୍ଟକ୍‌ ଏକ୍ସଚେଞ୍ଜଗୁଡ଼ିକରେ ଜେଟ୍‌ ଏୟାରଓ୍ବେଜ୍‌ର ଶେୟାର କାରବାରକୁ ଚଳିତ ମାସ ୨୮ରୁ ରୋକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri