ଏନ୍‌ସିଏଲ୍‌ଟିକୁ ଯିବ ବ୍ୟାଙ୍କ ସମୂହ;ଜେଟ୍‌ର ପୁନରୁଦ୍ଧାର ଆଶା ଶେଷ

ନୂଆଦିଲ୍ଲୀ,୧୮-୬: ନଗଦ ସଙ୍କଟ କାରଣରୁ ଅଚାନକ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ପୁନରୁଦ୍ଧାର ଲାଗି ସବୁ ଉଦ୍ୟମ ଫସର ଫାଟିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ନେତୃତ୍ୱରେ ଗଠିତ ବ୍ୟାଙ୍କ ସମୂହ ବକେୟା ଋଣ ଆଦାୟ ଲାଗି ଦେବାଳିଆ ଆଇନ(ଆଇବିସି) ଅଧୀନରେ ଏନ୍‌ସିଏଲ୍‌ଟି ନିକଟରେ ଜେଟ୍‌ ମାମଲା ନେଇଯିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଜେଟ୍‌ ଏୟାରଓ୍ବେଜ୍‌ ଦେବାଳିଆ ଘୋଷିତ ହେବ। ଆଇବିସି ବାହାରେ ଜେଟ୍‌ ମାମଲାର ସମାଧାନ ଲାଗି ଋଣପ୍ରଦାନକାରୀ ବ୍ୟାଙ୍କ ସମୂହ ଦୀର୍ଘ ଦିନ ହେଲା ପ୍ରୟାସ କରୁଥିଲେ। ତେବେ ସେମାନଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଛି।
ବ୍ୟାଙ୍କ ସମୂହ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଜେଟ୍‌ ଏୟାରଓ୍ବେଜର ଭବିଷ୍ୟତ ନିର୍ଦ୍ଧାରଣ ଲାଗି ସମସ୍ତ ଋଣପ୍ରଦାନକାରୀଙ୍କ ଏକ ବୈଠକ ସୋମବାର ବସିଥିଲା। ଅନେକ ବିଚାର ବିମର୍ଶ ପରେ ଜେଟ୍‌ ମାମଲାର ସମାଧାନ ପାଇଁ ଆଇବିସି ହିଁ ଏକମାତ୍ର ରାସ୍ତା ବୋଲି ବୈଠକରେ ମତପ୍ରକାଶ ପାଇଥିଲା। କାରଣ କମ୍ପାନୀକୁ ଏକମାତ୍ର ସସର୍ତ୍ତ ବିଡ଼୍‌ ମିଳିଥିଲା। ବ୍ୟାଙ୍କଗୁଡ଼ିକ ଦେଇଥିବା ଋଣର ୮୫% ଛାଡ଼ି ଦେବାଲାଗି ବିଡ଼୍‌ରେ ସର୍ତ୍ତ ରଖାଯାଇଥିଲା। ତେବେ ଏଭଳି ନିଷ୍ପତ୍ତି ନେବା ବ୍ୟାଙ୍କ ସ୍ବାର୍ଥର ପରିପନ୍ଥୀ ଥିଲା। ଏଣିକି ସମ୍ପୂର୍ଣ୍ଣ ପ୍ରକ୍ରିୟା ଆଇବିସି ଅଧୀନରେ ଚାଲିବ। ସୂଚନାଥାଉ କି, ଆଇବିସି ବାହାରେ ଜେଟ୍‌ ଏୟାରଓ୍ବେଜ୍‌ର ରିଜଲ୍ୟୁଶନ କରିବା ଲାଗି ବ୍ୟାଙ୍କ ସମୂହ ଚାହୁଁଥିଲେ। କାରଣ ଏହାଦ୍ୱାରା ସେମାନେ ଦେଇଥିବା ଋଣର ଅଧିକାଂଶ ଫେରସ୍ତ ପାଇଥାନ୍ତେ। ଆଇବିସି ଅଧୀନରେ ମାମଲା ଚାଲିଲେ ସେମାନଙ୍କୁ ବକେୟା ଋଣର କିୟଦଂଶ ମିଳିବ। ଜେଟ୍‌ ଏୟାରଓ୍ବେଜ୍‌କୁ କିଣିବା ଲାଗି ଆଗ୍ରହ ପ୍ରଦର୍ଶନ କରିଥିବା ହିନ୍ଦୁଜା ଗ୍ରୁପ୍‌ ଏବଂ ଏଟିହାଦ ଏୟାରଓ୍ବେଜ୍‌ ଏ ଦିଗରେ ଆଗେଇ ନ ଥିଲେ କି କୌଣସି ଔପଚାରିକ ପ୍ରସ୍ତାବ ଦେଇ ନ ଥିଲେ। ସୂଚନାଯୋଗ୍ୟ ଯେ, ଜେଟ୍‌ରେ ନଗଦ ସଙ୍କଟ କାରଣରୁ ଏପ୍ରିଲ ୧୭ରୁ ଏହାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଏହା ଉପରେ ବ୍ୟାଙ୍କ ସମୂହର ୮୫୦୦ କୋଟି ଟଙ୍କାର ବକେୟା ଋଣ ରହିଛି। ତେବେ ଏୟାରଲାଇନ୍ସ ଉପରେ ମୋଟରେ ୨୫ ହଜାର କୋଟି ଟଙ୍କାର ବକେୟା ଋଣ ଅଛି। ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ହାତରୁ ଜେଟ୍‌ର ପରିଚାଳନା ଭାର ନିଜ ହାତକୁ ନେବା ପରେ ବ୍ୟାଙ୍କ ସମୂହ କହିଥିଲେ ଯେ, ଭାରି ମାତ୍ରାରେ ଋଣକୁ ବାଦ୍‌ ଦେଇ କମ୍ପାନୀର ବିମାନ ଉଡାଇବା ଏକ ବଡ଼ ଆହ୍ବାନ ହୋଇଛି। ବେସାମରିକ ବିମାନ ଚଳାଚଳ ବିଶେଷଜ୍ଞ ଜିତେନ୍ଦ୍ର ଭାର୍ଗବ କହିଛନ୍ତି ଯେ, ଜେଟ୍‌ ଏୟାରଓ୍ବେଜ୍‌ ପାଇଁ ସବୁ ଶେଷ ହୋଇଗଲା। ପୁନରୁଦ୍ଧାର ଆଶା ବ୍ୟର୍ଥ ହେଲା। ଉଲ୍ଲେଖ କରାଯାଇପାରେ ଯେ, ଦୁଇ ଅପରେଶନାଲ କ୍ରେଡିଟର ଶମନ ହ୍ବିଲ୍ସ ପ୍ରାଇଭେଟ ଲିମିଟେଡ ଏବଂ ଗଗର ଏଣ୍ଟରପ୍ରାଇଜର୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଜେଟ୍‌ ଏୟାରଓ୍ବେଜ ବିରୋଧରେ ମୁମ୍ବାଇ ଏନ୍‌ସିଏଲ୍‌ଟିରେ ଦୁଇଟି ସ୍ବତନ୍ତ୍ର ଆବେଦନ କରାଯାଇଛି। ଆସନ୍ତା ୨୦ରେ ଏହି ମାମଲାର ଶୁଣାଣି ହେବ। ଜେଟ୍‌ ନିକଟରେ ଏବେ ମାତ୍ର ୧୪ ବିମାନ ରହିଥିବା ବେଳେ ଡିଜିସିଏ ଏହାର ଇଞ୍ଜିନିୟରିଂ ଲାଇସେନ୍ସକୁ ରଦ୍ଦ କରିଦେଇଛି। ମାସିକ ଭଡା ନ ଦେବା କାରଣରୁ ବିମାନ କମ୍ପାନୀଗୁଡ଼ିକ ଜେଟ୍‌କୁ ଦେଇଥିବା ବିମାନ ଫେରାଇ ନେଇଛନ୍ତି। ଅପରପକ୍ଷରେ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ନିର୍ଦ୍ଦେଶକ୍ରମେ ଦେଶର ଷ୍ଟକ୍‌ ଏକ୍ସଚେଞ୍ଜଗୁଡ଼ିକରେ ଜେଟ୍‌ ଏୟାରଓ୍ବେଜ୍‌ର ଶେୟାର କାରବାରକୁ ଚଳିତ ମାସ ୨୮ରୁ ରୋକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri