Posted inଜାତୀୟ

ଏନ୍‌ପିଆର୍‌, ଏନ୍‌ଆର୍‌ସି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୨୫ା୧୨(ପି.ଟି./ଆଇଏଏନ୍‌ଏସ୍‌): କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ମଞ୍ଜୁରୀ ଦେଇଛି। ଏହାସହ ଆରମ୍ଭ ହୋଇଛି ଏନ୍‌ପିଆର୍‌ ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଅର୍‌ସି) ଦ୍ୱନ୍ଦ୍ୱ। ଏହି ଦୁଇ ପ୍ରସଙ୍ଗକୁ ଅନେକେ ବୁଝିପାରି ନ ଥିବାବେଳେ କେତେକ ରାଜନୈତିକ ଦଳ ଏନ୍‌ପିଆରକୁ ଏନ୍‌ଆର୍‌ସି ପାଇଁ କେନ୍ଦ୍ରର ପ୍ରଥମ ପଦକ୍ଷେପ ବୋଲି କହୁଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି। ଏନ୍‌ପିଆର୍‌ରେ ସଂଗୃହୀତ ତଥ୍ୟକୁ ନେଇ ଏନ୍‌ଆର୍‌ସି ପ୍ରସ୍ତୁତ କରାଯିବ ନାହିଁ। ଏନ୍‌ପିଆର୍‌ ପ୍ରସ୍ତୁତି ବେଳେ ଏନ୍‌ଆର୍‌ସିକୁ ଦେଶବ୍ୟାପୀ ଲାଗୁ କରିବା ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ନବପ୍ରଣୀତ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଉଭୟ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ନାନା ମତମନ୍ତବ୍ୟ ଆସିବାରେ ଲାଗିଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଥିଲେ, ଏନ୍‌ଆର୍‌ସିକୁ ନେଇ ସରକାର କିଛି ଚିନ୍ତା କରିନାହାନ୍ତି। ଆମ ସରକାର ୨୦୧୪ରେ କ୍ଷମତାକୁ ଆସିଥିଲା। ମୁଁ ୧୩୦ କୋଟି ଭାରତୀୟଙ୍କୁ କହିବାକୁ ଚାହେଁ ଯେ, ଏନ୍‌ଆର୍‌ସିକୁ ନେଇ ଆମେ କିଛି ଆଲୋଚନା କରିନାହୁଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ଆସାମରେ ଏନ୍‌ଆର୍‌ସି ଲାଗୁ କରାଯାଇଛି। ମଙ୍ଗଳବାର କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଏନ୍‌ପିଆର୍‌ ଅପ୍‌ଡେଟ୍‌ ପାଇଁ ୩,୯୪୧.୩୫ କୋଟି ଏବଂ ଭାରତରେ ଜନଗଣନା ୨୦୨୧ ଲାଗି ୮,୭୫୪.୨୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏନ୍‌ପିଆର୍‌କୁ ପ୍ରତି ୧୦ ବର୍ଷରେ ଥରେ ଅପ୍‌ଡେଟ୍‌ କରାଯିବ। ଏଥିରେ ଲକ୍ଷ ଲକ୍ଷ ଗଣନାକାରୀ ନିୟୋଜିତ ହେବେ। ସେମାନେ ଘର ଘର ଯାଇ ସର୍ଭେ କରିବେ। ଏହି ପ୍ରକ୍ରିୟା ପାଇଁ ଏକ ଆପ୍‌ ମଧ୍ୟ ଅଣାଯିବ। ମିଳିଥିବା ସୂଚନାନୁସାରେ ପ୍ରାୟ ୪୮,୦୦୦ ଲୋକ ଏନ୍‌ପିଆର୍‌ରେ ନିୟୋଜିତ ହେବେ। ସେମାନେ ୨,୯୦୦ ଦିନ ଧରି ସ୍ଥାନୀୟ ସ୍ତରରେ କାର୍ଯ୍ୟ କରିବେ। ଅନ୍ୟ ଭାଷାରେ ୨.୪ କୋଟି ଶ୍ରମ ଦିବସ ଏଥିରୁ ସୃଷ୍ଟି ହେବ। ଭାରତରେ ୧୮୭୨ରୁ ଲଗାତର ଜନଗଣନା ହୋଇଆସୁଛି। ୨୦୨୧ ଜନଗଣନା ଦେଶର ୧୬ତମ ଓ ସ୍ବାଧୀନତା ପରେ ଅଷ୍ଟମ ଜନଗଣନା ହେବ। ଜନଗଣନା ଆଇନ, ୧୯୪୮ ଏବଂ ଜନଗଣନା ନିୟମ ୧୯୯୦ରେ ଜନଗଣନା ପ୍ରକ୍ରିୟାର ସମସ୍ତ ବିଧି ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri