Posted inଜାତୀୟ

ଏନ୍‌ଡିଏ ୨: ଆରମ୍ଭରୁ ଫାଟ

ନୂଆଦିଲ୍ଲୀ,୧ା୬: ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ବହୁମତ ପାଇ କେନ୍ଦ୍ରରେ ପୁଣିଥରେ କ୍ଷମତାସୀନ ହୋଇଛି। ସାଧାରଣ ନିର୍ବାଚନରେ ଲୋକ ସଭାର ୫୪୨ ସିଟ୍‌ରୁ ଭାଜପାକୁ ୩୦୩ଟିରେ ସଫଳତା ମିଳିଥିବାବେଳେ ଏନ୍‌ଡିଏ ୩୫୩ ଆସନ ଦଖଲ କରିଛି। ସଂଖ୍ୟାବଳରେ ବଳୀୟାନ ଏହି ମେଣ୍ଟର ଦ୍ୱିତୀୟ ପାଳି ଶାସନ ଶପଥ ଗ୍ରହଣ ପରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ହେଲେ କ୍ୟାବିନେଟ୍‌ରେ ସ୍ଥାନ ପାଇ ନ ଥିବା କେତେକ ସହଯୋଗୀ ଦଳ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଲେଣି। ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ୫ ବର୍ଷ ଯାଏ କେନ୍ଦ୍ର ସରକାର ପ୍ରତି କିଛି ବିପଦ ନ ଥିଲେ ମଧ୍ୟ ମେଣ୍ଟ ରାଜନୀତି ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ ବୋଲି ବିଶ୍ଳେଷକମାନେ ମତଦେଇଛନ୍ତି।
ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଏନ୍‌ଡିଏରେ ସାମିଲ ଥିବା (ଭାଜପାକୁ ବାଦ୍‌ ଦେଲେ) ଦଳଗୁଡ଼ିକୁ ପ୍ରାୟ ୫୦ ଆସନରେ ସଫଳତା ମିଳିଛି। ସେଗୁଡ଼ିକ ମଧ୍ୟରୁ ପ୍ରମୁଖ ଶିବସେନାକୁ ୧୮, ସଂଯୁକ୍ତ ଜନତା ଦଳ (ଜେଡିୟୁ) ୧୬ ଓ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)କୁ ୬ ଆସନ ମିଳିଛି। ସେହିପରି ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ଏବଂ ଅପ୍‌ନା ଦଳ (ସୋନେଲାଲ)କୁ ୨ଟି ଲେଖାଏ ଆସନ ମିଳିଥିବାବେଳେ ଏଆଇଏଡିଏମ୍‌କେ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ଏହି ପ୍ରମୁଖ ୬ ସହଯୋଗୀ ଦଳ ଭାଗରେ ଗୋଟିଏ ଲେଖାଏ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଉଥିଲା। ହେଲେ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିବସେନାର ଲୋକ ସଭା ସଦସ୍ୟ ଅରବିନ୍ଦ ସାଓ୍ବନ୍ତ ଏବଂ ଏସ୍‌ଏଡିର ହର୍‌ସିମ୍‌ରତ୍‌ କୌର ବାଦଲଙ୍କୁ ଶପଥପାଠ କରାଇଥିଲେ। କ୍ୟାବିନେଟରେ ସ୍ଥାନ ପାଇଥିବା ଅନ୍ୟ ୨ ସଦସ୍ୟ ହେଲେ ଏଲ୍‌ଜେପି ଅଧ୍ୟକ୍ଷ ରାମବିଳାସ ପାଶ୍ୱାନ ଏବଂ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ମୁଖ୍ୟ ରାମଦାସ ଅଠାଓ୍ବଲେ। ଏହି ଦୁଇନେତା ହେଉଛନ୍ତି ରାଜ୍ୟ ସଭା ସଦସ୍ୟ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ, ତାମିଲନାଡୁରେ କ୍ଷମତାସୀନ ଏଆଇଏଡିଏମ୍‌କେ ଏବଂ ଅନୁପ୍ରିୟା ପଟେଲଙ୍କ ଅପ୍‌ନା ଦଳର କେହି ଜଣେ ହେଲେ କ୍ୟାବିନେଟରେ ସାମିଲ ହୋଇନାହାନ୍ତି। ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ନୀତୀଶ ଶେଷ ମୁହୂର୍ତ୍ତ ଯାଏ ଜେଡିୟୁ ପାଇଁ ଅନୂ୍ୟନ ୨ଟି ମନ୍ତ୍ରୀପଦ ଦାବି କରିଥିଲେ, ଯାହାକୁ ମୋଦି ଗ୍ରହଣ କରି ନ ଥିଲେ। ମାତ୍ର ଗୋଟିଏ ମନ୍ତ୍ରୀପଦ ପାଇଁ ନୀତୀଶ ରାଜି ନ ହେବାରୁ ଶେଷରେ କ୍ୟାବିନେଟରେ ସାମିଲ ହେବାକୁ ଥିବା ଆର୍‌ସିପି ସିଂ ଶପଥ ନେଲେନାହିଁ। ସେହିପରି ପୂର୍ବ ମନ୍ତ୍ରିମଣ୍ଡଳରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଥିବା ଅନୁପ୍ରିୟା ପଟେଲ ଏଥର କ୍ୟାବିନେଟ ପାହ୍ୟା ଦାବି କରିଥିବାବେଳେ ତାହା ଅଗ୍ରାହ୍ୟ ହୋଇଯାଇଥିଲା। ଫଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ଫୋନ୍‌ କଲ୍‌ ଆସିବା ପରେ ମଧ୍ୟ ସେ ଶପଥ ନେବାକୁ ଗଲେନାହିଁ। ଅନୁରୂପ ଭାବେ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଓ. ପନ୍ନିରସେଲଭମ୍‌ଙ୍କ ପୁଅ ତଥା ଏଆଇଏଡିଏମ୍‌କେର ଏକମାତ୍ର ଲୋକ ସଭା ସଦସ୍ୟ ରବୀନ୍ଦ୍ରନାଥ କୁମାର ଏବଂ ରାଜ୍ୟ ସଭା ସଦସ୍ୟ ଆର୍‌. ଭାଇଥିଲିଙ୍ଗମ୍‌ କ୍ୟାବିନେଟ୍‌ରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚା ଚାଲିଥିବାବେଳେ ଶପଥ ଗ୍ରହଣ ପାଇଁ ଉଭୟଙ୍କ ମଧ୍ୟରୁ କାହାକୁ ଡକରା ଆସି ନ ଥିଲା। ଏହାକୁ ନେଇ ଏଆଇଏଡିଏମ୍‌କେରେ ନୈରାଶ୍ୟ ଦେଖାଦେଇଛି। ରାମବିଳାସ ମଧ୍ୟ ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ପାଇଁ ମନ୍ତ୍ରୀପଦ ଦାବି କରୁଥିବା ଜଣାପଡ଼ିଛି। ତେଣୁ ପରବର୍ତ୍ତୀ ସମୟରେ କେନ୍ଦ୍ର କ୍ୟାବିନେଟରେ ଏହି ସହଯୋଗୀ ଦଳଗୁଡ଼ିକୁ ଉପଯୁକ୍ତ ପ୍ରତିନିଧିତ୍ୱ ନ ମିଳିଲେ ଏନ୍‌ଡିଏରେ ଫାଟ ବଢ଼ିବା ଆଶଙ୍କା କରାଯାଉଛି। ବିହାରରେ ୨୦୨୦ ଅକ୍ଟୋବର, ତାମିଲନାଡୁରେ ୨୦୨୧ ମେ ଓ ଉତ୍ତରପ୍ରଦେଶରେ ୨୦୨୨ ଫେବୃୟାରୀ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏନ୍‌ଡିଏର ଏହି ଅଂଶୀଦାର ଦଳଗୁଡ଼ିକ ଭାଜପା ପାଇଁ ଅଡୁଆ ସାଜିପାରନ୍ତି ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ଟିଏମ୍‌ସି ନେତା ଅଭିଷେକଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ପ୍ରଶାସନ

କୋଲକାତା,୧୮।୭: ଟିଏମ୍‌ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

ଫିଫା ବିଶ୍ୱକପ୍‌ ଫାଇନାଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ ଅବିସ୍ମରଣୀୟ, ଯୋଗଦେବେ ନାମିଦାମି

ନ୍ୟୁୟର୍କ,୧୮।୭: ଫିଫା ବିଶ୍ୱକପ୍‌ ୨୦୨୬ର ଉଦ୍‌ଯାପନୀ ଉତ୍ସବକୁ ଯେପରି ଅବିସ୍ମରଣୀୟ କରାଯାଇପାରିବ ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ସବୁମତେ ଉଦ୍ୟମ କରାଯାଇଛି। ରବିବାର ଆର୍ଜେଣ୍ଟିନା ବନାମ ସ୍ପେନ୍‌ ଫାଇନାଲ…

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri