ଏନ୍‌ଜିଟି କାଠଗଡ଼ାରେ ସୁକିନ୍ଦା ରେଲୱେ ସାଇଡିଂ

ଯାଜପୁର ଅଫିସ, ୧୮ା୬: ପୂର୍ବତଟ ରେଳପଥ ଅଧୀନ ସୁକିନ୍ଦା ରେଲୱେ ସାଇଡିଂରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା (ଆବେଦନ ନମ୍ବର-୩୪/୨୦୨୦)ରେ ରୁଜୁ ହୋଇଛି। ଏହି ମାମଲା ଉପରେ ଏନ୍‌ଜିଟିର ବିଚାରପତି ଏସ୍‌.ପି. ୱାଙ୍ଗଡି ଓ ବୈଷୟିକ ସଦସ୍ୟ ସିଦ୍ଧାନ୍ତ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶରେ ଯାଜପୁର ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) କର୍ତ୍ତୃପକ୍ଷଙ୍କୁ ନେଇ ଏକ ତିନି ଜଣିଆ ତଦନ୍ତକାରୀ ଟିମ୍‌ ଗଠନ କରିବାକୁ ପରାମର୍ଶ ଦିଆଯାଇଛି। ଏଥିଯୋଗୁ ଯଖପୁରା ପରେ ସୁକିନ୍ଦା ରେଲୱେ ସାଇଡିଂ ମଧ୍ୟ ବନ୍ଦ ହେବା ଆଶଙ୍କା ଘନୀଭୂତ ହୋଇଛି। ଏସ୍‌ପିସିବି କର୍ତ୍ତୃପକ୍ଷଙ୍କ ଅପାରଗତା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।
ସାଧାରଣ ଲୋକଙ୍କୁ ଜଳ ଓ ବାୟୁ ପ୍ରଦୂଷଣରୁ ରକ୍ଷା କରିବାକୁ ଏସ୍‌ପିସିବି କାର୍ଯ୍ୟ କରୁଛି। ସିପିସିବି ଅଧୀନରେ ପରିଚାଳିତ ଏହି ବୋର୍ଡର ଅଧିକାରୀ ଓ କର୍ମଚାରୀମାନେ ଏଥିପାଇଁ ସାଧାରଣ ଲୋକଙ୍କ ଟିକସରୁ ଦରମା ପାଉଛନ୍ତି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏସ୍‌ପିସିବି କର୍ତ୍ତୃପକ୍ଷ ନିଜ ସ୍ବାର୍ଥକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ କର୍ତ୍ତବ୍ୟରୁ ଓହରିଯାଇ କେବଳ କାଗଜପତ୍ରରେ ପ୍ରଦୂଷଣ ନିୟନ୍ତ୍ରଣ କରୁଥିବାରୁ ଅଞ୍ଚଳବାସୀ ଏନଜିଟିର ଦ୍ୱାରସ୍ଥ ହୋଇଛନ୍ତି। ଏନ୍‌ଜିଟିର କଡା କାର୍ଯ୍ୟାନୁଷ୍ଠାନ କେବଳ ଶିଳ୍ପାଞ୍ଚଳକୁ କ୍ଷତି ପହଞ୍ଚାଉନାହିଁ ବରଂ ଏଥିରେ ସମ୍ପୃକ୍ତ କର୍ମଚାରୀ ଓ ଶ୍ରମିକଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହେଉଛି। ସୁକିନ୍ଦା ରେଲୱେ ସାଇଡିଂକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ରେଲୱେ ସାଇଡିଂ ଉପରେ ଜେଏସଡବ୍ଲ୍ୟୁ ଓ ଇମାମି ସିମେଣ୍ଟ, ଇମ୍ଫା, ଭିସା ଷ୍ଟିଲ ପ୍ରଭୃତି କମ୍ପାନୀ ନିର୍ଭର କରୁଛନ୍ତି। ଏଠାରେ ପ୍ରତ୍ୟହ ୧୮,୫୪୭ ମେଟ୍ରିକ ଟନ ଖଣିଜ ଦ୍ରବ୍ୟ ଲୋଡିଂ ଓ ଅନ୍‌ଲୋଡିଂ ହେଉଛି। ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ଶତ ପ୍ରତିଶତ ହେବା କଥା। କିନ୍ତୁ ଏସପିସିବିର ବିଫଳତା ଯୋଗୁ ପ୍ରଦୂଷଣରେ ଆଖପାଖ ଅଞ୍ଚଳର ୮୪ ଲୋକଙ୍କ ଜୀବନ ଯାଇଛି ବୋଲି ପୂର୍ବରୁ ଅଭିଯୋଗ ହୋଇଛି। ଏନ୍‌ଜିଟିରେ ହୋଇଥିବା ମାମଲାରେ ଆବେଦନକାରୀ ସୁଶାନ୍ତ ଦାସଙ୍କ ପକ୍ଷରୁ ଓକିଲ ଶଙ୍କରପ୍ରସାଦ ପାଣି ଦର୍ଶାଇଛନ୍ତି ଯେ, ସୁକିନ୍ଦା ରେଲୱେ ସାଇଡିଂରେ ପ୍ରଦୂଷଣ ନିୟନ୍ତ୍ରଣ ସର୍ତ୍ତାବଳୀର ଉଲ୍ଲଂଘନ କରାଯାଉଛି। ଏହାସତ୍ତ୍ବେ ଏସ୍‌ପିସିବି ପକ୍ଷରୁ ଗତ ମାର୍ଚ୍ଚ ୩୦ ତାରିଖରେ ରେଳ ସାଇଡିଂ ଚାଲୁ କରିବା ଅନୁମତିକୁ ନବୀକରଣ କରାଯାଇଛି। ରେଳବାଇ ତରଫରୁ ସାଇଡିଂ ଅଞ୍ଚଳରେ ଖଣିଜ ଦ୍ରବ୍ୟର ପ୍ରଦୂଷଣ ରୋକିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏପରିକି ସାଇଡିଂର ଛାତ ନାହିଁ। ଖୋଲାସ୍ଥାନରେ ଖଣିଜ ଦ୍ରବ୍ୟ ଗଚ୍ଛିତ ରଖି ପରିବହନ ହେଉଥିବାରୁ ଆଖପାଖ ଅଞ୍ଚଳରେ ଅତ୍ୟଧିକ ବାୟୁ ପ୍ରଦୂଷଣ ହେଉଛି। ବର୍ଷା ଦିନେ ଖଣିଜ ଗୁଣ୍ଡ ମିଶ୍ରିତ ପାଣି ଆଖପାଖ ଚାଷଜମିରେ ମାଡୁଛି। ରେଳ ସାଇଡିଂର ମାତ୍ର ୩୦ ମିଟର ଦୂରରେ ଥିବା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମଧ୍ୟ ଏହାଦ୍ୱାରା ବହୁଳ ଭାବେ ପ୍ରଭାବିତ ହେଉଛନ୍ତି। ଏହି ମର୍ମରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୨୦୧୮ ଅଗଷ୍ଟ ୧୩ ତାରିଖରେ ରେଲୱେ ସାଇଡିଂ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏଥିରେ ପ୍ରଦୂଷଣ ରୋକିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ତାହା କେବଳ ନୋଟିସ୍‌ରେ ସୀମିତ ରହିଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏ ନେଇ ଏସ୍‌ପିସିବିର ସଦସ୍ୟ ସଚିବ ମଧ୍ୟ ଜାଣିଶୁଣି ନୀରବ ରହିବା ଯୋଗୁ ତାଙ୍କ କାର୍ଯ୍ୟକଳାପରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ତଦନ୍ତକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୪କୁ ଧାର୍ଯ୍ୟ କରାଯାଇଛି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ଏ ଯାଏ ସେ ଅଫିସିଆଲି ଏନ୍‌ଜିଟି ନିର୍ଦ୍ଦେଶ ପାଇନାହାନ୍ତି। ତଥାପି ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି…

ଆଜି ରାଜ୍ୟର ୪ ଜିଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୩୦।୭: ଆଜି ରାଜ୍ୟର ୪ଟି ଜିଲାରେ ସ୍କୁଲ ଛୁଟି ଘୋଷଣା। ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡିରେ ସ୍କୁଲ ଛୁଟି। ସବୁ ସରକାରୀ ଓ ଘରୋଇ ସ୍କୁଲ…

ସରକାରଙ୍କ ବଡ଼ ସୂଚନା: ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା! ଜାଣନ୍ତୁ କେତେ…

ଭୁବନେଶ୍ୱର,୩୦।୭: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରୀ ସ୍ତରରେ ସେମାନଙ୍କ ଦରମା ବୃଦ୍ଧି…

ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଅଖାରେ ପଶି ମାଟି ତଳେ ୩ ଦିନ ରହିବା ପରେ ଘଟିଲା…

ଚଣ୍ଡିଗଡ଼,୩୦ା୭:ଏକ ପାରମ୍ପରିକ ଗ୍ରାମ ସର୍କସ ଦଳର ଜଣେ ୨୭ ବର୍ଷୀୟ ଯୁବକ ପୂର୍ବରୁ ଅନେକ ଥର ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଇଥିଲେ। ତେବେ ହରିୟାଣାର ନୁହ ଜିଲାରେ…

ବସ୍‌ ଡ୍ରାଇଭରଙ୍କ ଘରୁ ମିଳିଲା ୨୦ କୋଟି ଟଙ୍କା, ୧୫ କେ.ଜି. ସୁନା: ପୋଲିସ ତାଜୁବ

କୋଲକାତା,୩୦।୭:ପୂର୍ବରୁ ସରକାରୀ ବସ୍‌ ଡ୍ରାଇଭର ଭାବେ କାମ କରୁଥିବା ପଶ୍ଚିମବଙ୍ଗ ବୀରଭୂମ ଜିଲାର ମିନାର ମଣ୍ଡଳଙ୍କ ଘରୁ ପୋଲିସ ୨୦ କୋଟି ନଗଦ ଟଙ୍କା ଏବଂ ୧୫…

ଅଗ୍ନିବୀରଙ୍କ ପାଇଁ ଏସ୍‌ଏସ୍‌ବିରେ ୫୦% କନ୍‌ଷ୍ଟେବଲ ପଦବୀ ସଂରକ୍ଷିତ

ନୂଆଦିଲ୍ଲୀ,୩୦ା୭: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) (ଯୁଦ୍ଧ ପାଇଁ ପ୍ରସ୍ତୁତ ସାଧାରଣ ଡ୍ୟୁଟି) ଗ୍ରୁପ୍‌ ‘ସି’ ପଦବୀ ନିଯୁକ୍ତି ନିୟମାବଳୀ, ୨୦୨୬ ଉପରେ…

ପରିବହନ ପ୍ରଦୂଷଣରୁ ପ୍ରତି ୬ ମିନିଟ୍‌ରେ ଜଣକ ଅକାଳ ମୃତ୍ୟୁ

ନୂଆଦିଲ୍ଲୀ,୩୦ା୭: ସଡ଼କ ପରିବହନଜନିତ ପ୍ରଦୂଷଣ ଭାରତରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ସମସ୍ୟା ସୃଷ୍ଟି କରିଛି। ୨୦୨୪ରେ ଗାଡ଼ିମୋଟରଜନିତ ପ୍ରଦୂଷଣ କାରଣରୁ ପ୍ରତି ୬ ମିନିଟ୍‌ରେ ଜଣେ ବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri