ଏନ୍‌ଏଫ୍‌ଏସ୍‌ଏରୁ ବାଦ୍‌ ପଡ଼ିପାରନ୍ତି ୧୯ ଲକ୍ଷ:ଆଧାର ଛଡ଼ାଇନେବ ରାଶନ, ଚିନ୍ତାରେ ହିତାଧିକାରୀ

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଭୋକ ଉପାସରେ କେହି ରହିବେ ନାହିଁ। ଦେଶର ସମସ୍ତ ଗରିବ ଲୋକଙ୍କୁ ଦିନକୁ ଦୁଇମୁଠା ପେଟ ଭରି ଖାଇବାକୁ ମିଳିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)। ଓଡ଼ିଶା ସରକାର ମଧ୍ୟ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍‌(ଏସ୍‌ଏଫ୍‌ଏସ୍‌ଏସ୍‌) କାର୍ଯ୍ୟକାରୀ କରିଛନ୍ତି। ଏହି ଦୁଇଟି ଯୋଜନା କେବଳ ଗରିବ ଲୋକଙ୍କ ପେଟରେ ଦାନା ଦେବାକୁ କରାଯାଇଛି। ମାତ୍ର ବିଡମ୍ବନାର ବିଷୟ ଯେ, ଆଧାର କାର୍ଡକୁ ସର୍ବୋଚ୍ଚ ମାପଦଣ୍ଡ ଭାବେ ସରକାର ଧରି ନେଇଥିବାରୁ ୧ ଲକ୍ଷ ୮୪ ହଜାର ୯୫୦ ପରିବାରର ୧୮ଲକ୍ଷ ୬୭ ହଜାର ୮୦୩ ହିତାଧିକାରୀ ରାଶନ ପାଇବାରୁ ବଞ୍ଚତ୍ତ ହେବାକୁ ଯାଉଛନ୍ତି। କାରଣ ସେମାନେ ରାଶନ କାର୍ଡ ସହ ଆଧାର ସଂଯୋଗ କରିନାହାନ୍ତି। ଅଦ୍ୟାବଧି ଅନେକ ଲୋକଙ୍କ ଆଧାର କାର୍ଡ ହୋଇପାରି ନାହିଁ। ଯାନ୍ତ୍ରିକ କିମ୍ବା ବ୍ୟବସ୍ଥାରେ ତ୍ରୁଟି ହେଉ କି ଅଙ୍ଗୁଳି ଛାପ ଠିକ୍‌ ହୋଇ ନ ପାରିବା ଭଳି ସମସ୍ୟା ହେଉ, ଲୋକେ ନିଜର ଆଧାର କାର୍ଡ କରିପାରୁନାହାନ୍ତି। ଏଭଳିସ୍ଥଳେ ରାଶନ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯିବା ଯୋଗୁ ପ୍ରାୟ ୧୯ ଲକ୍ଷ ଲୋକ ଏନ୍‌ଏଫ୍‌ଏସ୍‌ଏରୁ ବାଦ୍‌ ପଡ଼ିପାରନ୍ତି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ସୋମବାର ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୮୮ ଲକ୍ଷ ୨୮ ହଜାର ୪୧୯ ପରିବାରର ୩ କୋଟି ୭ ଲକ୍ଷ ୩୦ ହଜାର ୧୯୭ ବ୍ୟକ୍ତିଙ୍କୁ ଆଧାର ସହ ଯୋଡ଼ାଯାଇଛି। ଅର୍ଥାତ୍‌ ସେପ୍ଟେମ୍ବର ୧୬ ତାରିଖ ସୁଦ୍ଧା ୯୭.୯ ପ୍ରତିଶତ ପରିବାର ଏବଂ ୯୪.୩ ପ୍ରତିଶତ ବ୍ୟକ୍ତିଙ୍କର ଏନ୍‌ଏଫ୍‌ଏସ୍‌ଏ ସହ ଆଧାର ଲିଙ୍କ୍‌ ହୋଇଛି।
ଗାଇଡ୍‌ଲାଇନ୍‌ ଅନୁଯାୟୀ ୬ଟି ମାନଦଣ୍ଡ ଆଧାରରେ ଗରିବ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଏନ୍‌ଏଫ୍‌ଏସ୍‌ଏରେ ସାମିଲ କରାଯାଉଥିବା ବେଳେ ୯ଟି ମାନଦଣ୍ଡ ଆଧାରରେ ସ୍ବଚ୍ଛଳ ବର୍ଗଙ୍କୁ ଏଥିରୁ ବାଦ୍‌ ଦିଆଯିବାର ବ୍ୟବସ୍ଥା ରହିଛି। ତେବେ ତଥ୍ୟ ଗୋପନ ରଖି ଲକ୍ଷ ଲକ୍ଷ ଅସାଧୁ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇ ଭରପୂର ଫାଇଦା ଉଠାଉଥିଲେ। ଏ ନେଇ ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଧରପଗଡ଼ ମଧ୍ୟ ଜୋର୍‌ଦାର ହୋଇଥିଲା। ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ଫୌଜଦାରି ମାମଲା ରୁଜୁ ହୋଇଥିଲା। ବେଆଇନ ଭାବେ ନେଇଥିବା ଖାଦ୍ୟ ଶସ୍ୟ ବାବଦରେ ବଜାର ଦର ଅନୁଯାୟୀ ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତନାଘନା ଯୋଗୁ ଲକ୍ଷଲକ୍ଷ ସଂଖ୍ୟାରେ ବେଆଇନ ରାଶନ କାର୍ଡଧାରୀ ଭୟରେ ଫେରାଇ ଦେଇଥିଲେ। ଖାଦ୍ୟଶସ୍ୟ ବାବଦରେ ବେଆଇନ ରାଶନ କାର୍ଡଧାରୀଙ୍କଠାରୁ ୪୨ କୋଟି ୧୩ ଲକ୍ଷ ୯୦ ହଜାର ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବେଆଇନ ରାଶନ କାର୍ଡଧାରୀଙ୍କଠାରୁ ଆଦାୟ କରିଥିବା ଜରିମାନା ବାବଦ ୩୬ କୋଟି ୨୭ ଲକ୍ଷ ୫୫ ହଜାର ୭୮୫ ଟଙ୍କା ଫେରାଯିବା ସହ ମକଦ୍ଦମା ଉଠାଇ ଦେଇଥିଲେ। ଏହାର ସୁଯୋଗ ନେଇ ପୁଣି ବେଆଇନ ଏବଂ ଅସାଧୁ ଲୋକମାନେ ଏନ୍‌ଏଫ୍‌ଏସ୍‌ଏ କାର୍ଡ ହାତେଇବାରେ ସଫଳ ହୋଇଥିବା ଅଭିଯୋଗ ଉଠିଲା। ତେଣୁ ବେଆଇନ କାର୍ଯ୍ୟକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଧାରକୁ ରାଶନ କାର୍ଡ ସହ ଶତପ୍ରତିଶତ ସଂଯୋଗ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ। ଆଧାର ସଂଯୋଗ ନ ହେଲେ ରାଶନ ଯୋଗାଇ ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି। ହେଲେ ବିଭିନ୍ନ ସମସ୍ୟାରୁ ଆଧାର କାର୍ଡ ପାଇପାରି ନ ଥିବା ଲକ୍ଷ ଲକ୍ଷ ହିତାଧିକାରୀ ଯେ ବେଆଇନ ଭାବେ ଏନ୍‌ଏଫ୍‌ଏସ୍‌ଏ କାର୍ଡ ପାଇଛନ୍ତି ତାହା ସରକାର କିଭଳି କହିପାରିବେ ବୋଲି ପ୍ରଶ୍ନ ଉଠୁଛି। ଏଭଳି ସ୍ଥଳେ ସେମାନଙ୍କୁ ରାଶନ ପାଇବାରୁ ବଞ୍ଚତ୍ତ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଆଲୋଚନା ହେଉଛି।
ଯୋଗାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଆଧାର ସଂଯୋଗ ପାଇଁ ୩ ମାସିଆ ଡେଡ୍‌ଲାଇନ ଦିଆଯାଇଥିଲା। ସେପ୍ଟେମ୍ବର ୧୫ରେ ଏହି ଅବଧି ଶେଷ ହୋଇଛି। ଶତ ପ୍ରତିଶତ ଆଧାର ଲିଙ୍କ୍‌ ହେବା ପରେ ଆହୁରି ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡିବେ ବୋଲି ସେ କହିଛନ୍ତି। ଭାଜପା ବରିଷ୍ଠ ନେତା ପ୍ରଦୀପ ପୁରୋହିତ କହିଛନ୍ତି ଯେ, ରାଜ୍ୟ ସରକାର ଜାଣି ଶୁଣି ବେଆଇନ ହିତାଧିକାରୀଙ୍କ ଜରିଆରେ କେନ୍ଦ୍ର ସରକାର ଦେଉଥିବା ରାଶନକୁ ଲୁଟ୍‌ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri