ଏଥର ବି ରାଜଧାନୀବାସୀଙ୍କୁ କଲବଲ କରିବ ଜଳବନ୍ଦୀ ସମସ୍ୟା

ଭୁବନେଶ୍ୱର, ୨୪ା୫(ବ୍ୟୁରୋ): ଏଥର ବି ବର୍ଷାଋତୁରେ ରାଜଧାନୀବାସୀ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବେ। କାରଣ ଏଯାବତ୍‌ ଭୁବନେଶ୍ୱରରେ ନୂତନ ଡ୍ରେନ୍‌ ନିର୍ମାଣ, ପୁରୁଣା ଡ୍ରେନର ପୁନରୁଦ୍ଧାର ଓ ପଙ୍କୋଦ୍ଧାର କାର୍ଯ୍ୟ ସରିବାର ତ ଦୂରର କଥା, ଅଧା ମଧ୍ୟ ହୋଇନାହିଁ। ସହରର ୨୬ଟି ସ୍ଥାନରେ ନୂଆ ଡ୍ରେନ୍‌ ନିର୍ମାଣାଧୀନ ଥିବାବେଳେ ୯୧ଟି ନିର୍ମାଣ ପାଇଁ ଟେଣ୍ଡର ହୋଇଛି। ହେଲେ କରୋନା ଯୋଗୁ ୩ ମାସ ହେବ ଟେଣ୍ଡର ପାଇଥିବା ସମ୍ପୃକ୍ତ ଠିକା ସଂସ୍ଥା କାର୍ଯ୍ୟ ଆରମ୍ଭ କରିପାରି ନାହିଁ। ଫଳରେ ଚଳିତ ଥର ଭୁବନେଶ୍ୱରବାସୀ ପୁଣି ଜଳବନ୍ଦୀ ସମସ୍ୟାରେ କଲବଲ ହେବା ଆଶଙ୍କା ପ୍ରକାଶ ପାଇଛି।

ଭୁବନେଶ୍ୱରରେ ଏବେ ବର୍ଷା ଜଳ ନିଷ୍କାସନ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଗତ ୧୯ ଓ ୨୦ ତାରିଖ ଦୁଇଦିନ ଧରି ୩୬ ଘଣ୍ଟାରେ ବାତ୍ୟା ‘ଅମ୍ପନ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଏହାର ଉଦାହରଣ। ଲଗାଣ ବର୍ଷା ଯୋଗୁ ସହରର ତଳି ଅଞ୍ଚଳରେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ ଏଭଳି ସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପମ୍ପ ଯୋଗାଡ଼ କରି ପୂର୍ବରୁ ପ୍ରସ୍ତୁତ ଥିଲା। ମାତ୍ର ସହରର ଜଳବନ୍ଦୀ ସମସ୍ୟା ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ମୌସୁମୀ ଆସିବା ପରେ ଲଗାଣ ବର୍ଷା ହେବ। ତେଣୁ ସେ ସମୟରେ ଜଳବନ୍ଦୀ ସମସ୍ୟା କିପରି ଦୂର କରାଯିବ ସେନେଇ ବିଏମ୍‌ସିର ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି। ଏନେଇ ବିଏମ୍‌ସି ଡ୍ରେନେଜ୍‌ ବିଭାଗ ଦାୟିତ୍ୱରେ ଥିବା ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ କହିଛନ୍ତି, ମୌସୁମୀ ପୂର୍ବରୁ ନିର୍ମାଣାଧୀନ ୨୬ଟି ଡ୍ରେନର କାର୍ଯ୍ୟ ସରିଯିବ। ଡ୍ରେନେଜ୍‌ ବିଭାଗ କର୍ତ୍ତୃପକ୍ଷ ନିୟମିତ କାର୍ଯ୍ୟ ତଦାରଖ କରୁଛନ୍ତି। ମୁଖ୍ୟତଃ ଏହି ନୂଆ ଡ୍ରେନ୍‌ଗୁଡ଼ିକ ସମ୍ବେଦନଶୀଳ ଅଞ୍ଚଳରେ ନିର୍ମାଣାଧୀନ ଅବସ୍ଥାରେ ଅଛି। ଯଦି ଏ ସବୁର ନିର୍ମାଣ ଧାର୍ଯ୍ୟ ସମୟରେ ସରିଯାଏ ତାହେଲେ ଜଳବନ୍ଦୀ ସମସ୍ୟା ଅନେକ ମାତ୍ରାରେ ଦୂର ହୋଇପାରିବ। ଏଥିସହ ବିଏମ୍‌ସି ପକ୍ଷରୁ ପାଣି ନିଷ୍କାସନ ପାଇଁ ବଡ଼ ବଡ଼ ପମ୍ପସେଟ୍‌ ରଖାଯାଇଛି। ଆବଶ୍ୟକ ସ୍ଥଳେ ସେଗୁଡ଼ିକୁ ବ୍ୟବହାର କରାଯିବ ବୋଲି ଦୁରିଆ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଏମ୍‌ସି ଲାଗି ମୁଖ୍ୟମନ୍ତ୍ରୀ ଗତବର୍ଷ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ହେଲେ ପ୍ରଶାସନର ସ୍ଥାଣୁତା ଯୋଗୁ ଏପର୍ଯ୍ୟନ୍ତ ମାତ୍ର ୧୦ ପ୍ରତିଶତ ଟଙ୍କାର କାମ ପାଇଁ ଟେଣ୍ଡର ଡକାଯାଇ କିଛି କିଛି କାମ ଆରମ୍ଭ ହୋଇଛି। ସେହିପରି ଡ୍ରେନେଜ୍‌ ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ପାଖରେ ସଫେଇ କର୍ମଚାରୀଙ୍କ ଅଭାବ ଥିବାରୁ ଡ୍ରେନ୍‌ର ପଙ୍କୋଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ପୂର୍ତ୍ତ ଓ ସାଧାରଣ ପ୍ରଶାସନ ପକ୍ଷରୁ ମଧ୍ୟ ଡ୍ରେନ୍‌ ମରାମତି କାମ ହୋଇ ନ ଥିବା ଜଣାପଡ଼ିଛି। ତେଣୁ ଏଥର ମଧ୍ୟ ବିଏମ୍‌ସି ମୌସୁମୀ ମୁକାବିଲା ଲାଗି ପମ୍ପକୁ ଭରସା କରିବ ବୋଲି ଆଲୋଚନା ହେଉଛି। ୪ର୍ଥ ପର୍ଯ୍ୟାୟରେ ଲକ୍‌ଡାଉନ୍‌ କୋହଳ ହେବା ପରେ ଜାତୀୟ ରାଜପଥ ପାର୍ଶ୍ୱ ଏବଂ ଅନ୍ୟ ଆଭ୍ୟନ୍ତରୀଣ ଡ୍ରେନଗୁଡ଼ିକରୁ ପଙ୍କୋଦ୍ଧାର କରାଯାଉଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri