ଏଥର ପାକିସ୍ତାନକୁ ମିଳିବ ବଡ଼ ଫାଇଦା, ଏହି ପରିଷଦରେ ହେଲା ସାମିଲ

ନୂଆଦିଲ୍ଲୀ, ୭ା୬: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସିଟ୍‌ ପାଇଁ ହୋଇଥିବା ଭୋଟ୍‌ରେ ପାକିସ୍ତାନକୁ ଚୟନ କରାଯାଇଛି। ୧୯୩ ସଦସ୍ୟ ଥିବା ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୁପ୍ତଭାବେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିତିବା ପାଇଁ ୧୯୩ ଦେଶ ମଧ୍ୟରୁ ଦୁଇ-ତୃତୀୟାଂଶ ଅର୍ଥାତ ୧୨୮ଟି ଦେଶର ସମର୍ଥନ ଆବଶ୍ୟକ। ପାକିସ୍ତାନ ଛଡ଼ା ଏହି ସିଟ୍‌ ପାଇଁ ଡେନ୍‌ମାର୍କ, ଗ୍ରୀସ୍‌, ପନାମା ଏବଂ ସୋମାଲିଆକୁ ଚୟନ କରାଯାଇଛି। ବର୍ତ୍ତମାନ ଏବେ ଏହି ଦେଶଗୁଡ଼ିକ ଦୁଇ ବର୍ଷ ପାଇଁ ସୁରକ୍ଷା ପରିଷଦକୁ ସେବା ପ୍ରଦାନ କରିବେ। ଆସନ୍ତା ବର୍ଷ ଅର୍ଥାତ ୨୦୨୫ରୁ ସେମାନଙ୍କର କାର୍ଯ୍ୟକାଳ ଆରମ୍ଭ ହେବ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ବିଶ୍ୱ ସୁରକ୍ଷା ପରିଚାଳନା ପାଇଁ ସର୍ବ ବୃହତ ଫୋରମ ଭାବରେ ବିବେଚନା କରାଯାଏ । ବିଶ୍ୱରେ ଶାନ୍ତି ବଜାୟ ରଖିବା ଏବଂ ସାମୂହିକ ନିରାପତ୍ତାର ନୀତି ପାଳନ କରିବା ଏହାର ପ୍ରମୁଖ ଦାୟିତ଼୍ବ । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ସମୟ ସମୟରେ ବଦଳିଥାଏ, ଯେପରି ଏଥର ମଧ୍ୟ ଘଟିଛି ।

ଏହାପୂର୍ବରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୦ ଜଣ ଅସ୍ଥାୟୀ ସଦସ୍ୟ ଜାପାନ, ଇକ୍ୟୁଏଡର୍‌, ମୋଜାମ୍ବିକ, ମାଲ୍ଟା ଏବଂ ସୱିଜରଲ୍ୟାଣ୍ଡକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସେମାନଙ୍କର କାର୍ଯ୍ୟକାଳ ୩୧ ଡିସେମ୍ବରରେ ଶେଷ ହୋଇଥିଲା। ସେମାନଙ୍କ ସ୍ଥାନ ପୂରଣ ପାଇଁ ଅନୁଷ୍ଠିତ ର୍ନିବାଚନରେ ସୋମାଲିଆ ୧୭୯ ଭୋଟ ପାଇଥିବାବେଳେ ଆଫ୍ରିକା ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ ଦେଶର ଦୁଇଟି ସିଟ ପାଇଁ ପାକିସ୍ତାନ ୧୮୨ ଭୋଟ ପାଇଛି। ଏଥି ସହିତ, ଲାଟିନ ଆମେରିକୀୟ ଏବଂ କାରିବିଆନ ଦେଶ ପାଇଁ ପାନାମା ୧୮୩ ଭୋଟ, ପଶ୍ଚିମ ୟୁରୋପୀୟ ଏବଂ ଅନ୍ୟାନ୍ୟ ଦେଶ ପାଇଁ ଡେନମାର୍କ ୧୮୪ ଭୋଟ ଏବଂ ଗ୍ରୀସ ୧୮୨ ଭୋଟ ପାଇଛି । ଏହି ପାଞ୍ଚଜଣ ନୂତନ ସଦସ୍ୟଙ୍କ କାର୍ଯ୍ୟକାଳ ୨୦୨୫ ଜାନୁୟାରୀ ୧ରୁ ଆରମ୍ଭ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri