ଏଥର ଟୁସୁ କନିଆ, ଶଙ୍କର ବର: ମେ ୨୯ରୁ ଜୁନ ୨ ତାରିଖ ଯାଏ ବାହାଘର

ବାଲେଶ୍ୱର ଅଫିସ,୧୮।୪- ବାଲେଶ୍ୱରରେ ପ୍ରତିବର୍ଷ ପାଳିତ ହେଉଥିବା ଜଉକଣ୍ଢେଇ ବାହାଘର ଲୋକକଳା ଓ ସଂସ୍କୃତି, ଲୋକକଥା, ଲୋକସାହିତ୍ୟ  ପରମ୍ପରାରେ  ଏକ ଅଦ୍ୱିତୀୟ ଲୋକପର୍ବର ମାନ୍ୟତା ଲାଭ କରିଛି। । କେବଳ ଓଡି଼ଶାରେ ନୁହେଁ, ସାରା ଭାରତରେ ଏଭଳି ଉତ୍ସବ ପାଳନ  ବିରଳ। ଜାତି-ଧର୍ମବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହୋଇ ପୁରାତନ ସଂସ୍କୃତିକୁ  ଉଦ୍‌ଜୀବିତ ରଖି ଆସୁଛନ୍ତି।

୨୦୧୧ରୁ ବାଲେଶ୍ୱରର ଆରମ୍ଭ ହୋଇଥିବା ଜଉକଣ୍ଢେଇ ବାହାଘର ବର୍ଷକୁ ବର୍ଷ ଅଧିକ ଆକର୍ଷଣୀୟ ରୂପ ନେଇ ଲୋକାଦୃତ ହେବାରେ ଲାଗିଛି। ଦୀର୍ଘ ଅଢ଼େଇ ମାସ ଧରି ପାଳିତ ହେଉଥିବା ଏହି  ଉତ୍ସବର ଏଥର ପର୍ବ ଦୋଳ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା। ସେଦିନ ଜଉକଣ୍ଢେଇରେ ନିର୍ମିତ ହେବାକୁ ଥିବା କନିଆ ଓ ବରଙ୍କ  ନାମକରଣ କରାଯାଇଥିଲା। ରାମନବମୀରେ କନିଆବର  ଜଉକଣ୍ଢେଇ ନିର୍ମାଣର ଶୁଭାରମ୍ଭ ହୋଇଥିଲା। ଏହାପରେ  ଚନ୍ଦନ ପୂର୍ଣ୍ଣୀମାରେ ଲଗ୍ନଧରା ଯାଇ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ବାହାଘର ହେବା କାର୍ଯ୍ୟକ୍ରମ ରହିଛି। ସାବିତ୍ରୀ ଅମାବସ୍ୟାର ଆଗ ଦିନ ଚତୁର୍ଥୀ ଭୋଜି ହୋଇ ପର୍ବର ପରି ସମାପ୍ତି ଘଟିବ । ବିଲୁପ୍ତ ଲୋକକଳାକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଜଉକଣ୍ଢେଇ ବାହାଘର ଉତ୍ସବ  ଜନମାନସରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି।

ଏଥର ଜଉକଣ୍ଢେଇ କନିିଆ ଓ ବରଙ୍କ ନାମ ଟୁସୁ ଓ ଶଙ୍କର ରଖାଯାଇଛି। ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ବାଲେଶ୍ୱର ସହର ଉପକଣ୍ଠ ବାମପଦାସ୍ଥ ନୋସି ଉତ୍କଳାରେ ଟୁସୁ ଓ ଶଙ୍କର ଜଉକଣ୍ଢେଇଙ୍କ  ନିର୍ମାଣ କାଯର୍‌ୟ ଶୁଭାରମ୍ଭ ହେବା ଅବସରରେ ଏକ ଭବ୍ୟ ସଭା ଆୟୋଜିତ ହୋଇଥିଲା। ତ୍ରୀବେଣୀଶ୍ୱର ଭାଗବତ ପୀଠର ମଠାଧୀଶ ଦୟାନନ୍ଦ ଦାସ ମହାରାଜ ଗତ ଶନିବାର ସନ୍ଧ୍ୟାରେ ଏହାକୁ ଉଦ୍‌ଘାଟନ କରିଥିଲେ।  ଜଉକଣ୍ଢେଇ ବାହାଘରର ଆବାହକ ଶିଳ୍ପୀ କେଶୁଦାସ ମଞ୍ଚ ଆହ୍ବାନ କରିଥିଲେ। କମିଟିର କାଯର୍‌ୟକାରୀ ସଭାପତି ଇଂ. ହୃଷିକେଶ ସାହୁ ପୌରୋହିତ୍ୟ କରିଥିଲେ। ସମ୍ପାଦକ ଡା. କୁମାର ଗୋପାଳ ପ୍ରାକ୍‌ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅମୃତବେଳାରେ ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ସୋଣ ନଦୀର ସଂଗମସ୍ଥଳରେ ଥିବା  ତ୍ରୀବେଣୀ ଘାଟରୁ ପୂଜାପାଠ କରାଯାଇ ମାଟି ଓ ଜଳ ଅଣଯାଇଥିଲା। ନିରଞ୍ଜନ ଗିରିଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା। କାଠସଂଗଡ଼ାର ସଂକୀର୍ତ୍ତନ ଦଳର ଶୋଭାଯାତ୍ରା ମଧ୍ୟରେ ଏହି ପବିତ୍ର ମାଟି ଓ ଜଳକୁ  ନୋସି ଉତ୍କଳାକୁ ଅଣାଯାଇଥିଲା। ପରେ   ଶିଳ୍ପୀ କନକଲତା ଦାସ ଓ ସାଥୀମାନେ ଉକ୍ତ ମାଟି ଓ ପାଣିରେ ଜଉକଣ୍ଢେଇ ଗଢ଼ିବା ଆରମ୍ଭ କରିଥିଲେ। ଉତ୍ସବରେ ନୋସାକା ତଥା କନ୍ୟା ଅନମୋଲର ମୁଖ୍ୟ ସରୋଜ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ।  ବ୍ରହ୍ମନାଥ ରଥ ଓ  ବିଜୟ କୁମାର ଆଚାଯର୍‌ୟ ପ୍ରମୁଖ ଜଉକଣ୍ଢେଇର ପରମ୍ପରା ଉପରେ ଆଲୋକପାତ  କରିଥିଲେ। କମିଟିର ସଦସ୍ୟା ରଚନା ସେନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମର ଶିଶୁ କଣ୍ଠଶିଳ୍ପୀ ବୈଶାଖୀ ଗିରି ଓ ଶ୍ରାବଣୀ ଗିରି ଜଗନ୍ନାଥ ଜଣାଣ ଓ ଦେଶାମତ୍ବୋଧକ ସଙ୍ଗୀତ ପରିବେଷଣ କରିଥିଲେ।  ଜଉକଣ୍ଢେଇ ଶିଳ୍ପୀ ଭାନୁମତୀ ସାହୁ, ଫୁଲମଣୀ ସିଂ, ରଜନୀ ସାହୁ, ମମତା ସିଂ, ଯଶୋମିତ୍ରା ସିଂ, ରୁନୀ ସିଂ ପ୍ରମୁଖ  ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଭୀମପୁରାସ୍ଥ କୋଶମ୍ବନଗରର ଦୁବଲାଗଡ଼ରେ ୧ମାସ ଧରିି ମାଗଣା ଜଉକଣ୍ଢେଇ ପ୍ରଶିକ୍ଷଣ କାଯର୍‌ୟକ୍ରମ କରାଯିବ ବୋଲି କମିଟି ତରଫରୁ ଘୋଷଣା କରିଯାଇଥିଲା। ଆସନ୍ତା  ୩୦ ତାରିଖରେ ଲଗ୍ନଧରା ଓ  ମେ  ୨୯ରୁ ଜୁନ୍‌ ୨ ତାରିଖ ପଯର୍‌ୟନ୍ତ ବାହାଘର କାଯର୍‌ୟକ୍ରମ ବାଲେଶ୍ୱରର ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜନ କରାଯିବାକୁ ସ୍ଥିର ହୋଇଛି।   ଚଳିତବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ବରେଣ୍ୟ ଅତିଥିଙ୍କୁ ଏହି ଉତ୍ସବକୁ ଆମନ୍ତ୍ରିତ କରାଯିବା ଲାଗି  ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

କର୍ମୀଙ୍କ ମନ ଜିଣୁଛି ପ୍ରାର୍ଥୀଙ୍କ ଭାଇରାଲ୍‌ ଭାଷଣ

ଖଇରା,୬ା୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି। ଏଥର ଏଠାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବ...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri