ଏଣିକି ରାସ୍ତାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ସହ ତର୍କ କରିବନି ପୋଲିସ: ଘରକୁ ପଠାଯିବ ଚାଲାଣ, ନ ଦେଲେ ଆର୍‌ଟିଓ ଖାତାରେ ଗଡ଼ିବ ସୁଧମୂଳ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରବିବାରଠାରୁ ସଂଶୋଧିତ ନୂତନ ଟ୍ରାଫିକ ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏଥର ପୋଲିସ ଆଉ ରାସ୍ତା ମଝିରେ ନିୟମ ଉଲ୍ଲଂଘନକାରୀଙ୍କ ସହ ତର୍କ କରିବ ନାହିଁ। ନୂଆ ବ୍ୟବସ୍ଥାରେ କମିଶନରେଟ ପୋଲିସ ଉଲ୍ଲଘଂନକାରୀଙ୍କଠାରୁ କଡ଼ାଗଣ୍ଡା କରି ସୁଧମୂଳ ଅସୁଲ କରିବ।  ଡିସେମ୍ବର ୧ରୁ ଆରମ୍ଭ ହେବ ଟିଭିଡିଏସ୍‌ ବ୍ୟବସ୍ଥା। ଏହା ପ୍ରଥମେ ରୂପାଲି ଛକରୁ ଆରମ୍ଭ କରାଯିବ। ପରେ ଏହା ଆଉ ଆଠଟି ପ୍ରମୁଖ ଛକକୁ ବ୍ୟାପିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଶନିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ସେ ସୂଚନା ଦେଇ କହିଛନ୍ତି, ଟିଭିଡିଏସ୍‌ ବ୍ୟବସ୍ଥାରେ ଆମେ ବିଭିନ୍ନ ଛକରେ ଲାଗିଥିବା ସିସିଟିଭିରୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଗାଡ଼ି ନଂ ଚିହ୍ନଟ କରିବୁ। ଏହି ନମ୍ବର ଆଧାରରେ ତାଙ୍କ ଘରକୁ ଚାଲାଣ ପଠାଯିବ। ଏହାସହ ବିଭିନ୍ନ ଛକରେ ଟ୍ରାଫିକ୍‌ ଚେକିଂ କରୁଥିବା ପୋଲିସଙ୍କ ବଡ଼ି କ୍ୟାମେରାରୁ ନିୟମ ଉଲ୍ଲଘଂନକାରୀଙ୍କ ଠାବ କରାଯିବ। ସେମାନେ ଯଦି ଘଟଣାସ୍ଥଳରେ ଜରିମାନା ନ ଦେବେ ଅଯଥାରେ ସେମାନଙ୍କ ସହ ତର୍କ କରିବା ଲାଗି ପୋଲିସକୁ ମନା କରାଯାଇଛି। ଉଲ୍ଲଘଂନକାରୀଙ୍କ ନମ୍ବରରୁ ଠାବ କରାଯାଇ ତାଙ୍କ ଘରକୁ ଚାଲାଣ ପଠାଯିବ। ପରେ ସେମାନେ କମିଶନରେଟ ମୁଖ୍ୟାଳୟରେ ଜରିମାନା ପୈଠ କରିବେ। ଏଥିଲାଗି ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର କାଉଣ୍ଟର ମଧ୍ୟ ଖୋଲାଯିବ। ଯଦି ଜଣେ ନିୟମ ଉଲ୍ଲଘଂନକାରୀ ଖସି ଯିବାକୁ ଉଦ୍ୟମ କଲେ ସେହି ଗାଡ଼ି ନମ୍ବର ଆଧାରରେ ଆର୍‌ଟିଓ ଖାତାରେ ଜରିମାନା ପଡ଼ିବ। ଏହି ଜରିମାନା ଦେବାରେ ବିଳମ୍ବ ହେଲେ ଏହା କ୍ରମଶଃ ବୃଦ୍ଧି ପାଇଯିବ। ଭବିଷ୍ୟତରେ ସେ ଗାଡ଼ିର କାଗଜପତ୍ର ବଦଳାଇବାକୁ ତଥା ଅନ୍ୟ କାମରେ ଆର୍‌ଟିଓ ଅଫିସ ଗଲେ ତାଙ୍କଠାରୁ ପ୍ରଥମେ ଜରିମାନା ଆଦାୟ ହେବ। ପରେ ତାଙ୍କ କାମ କରାଯିବ। ନ ହେଲେ ଗାଡ଼ିର  କାଗଜପତ୍ର କରାଯିବନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ତିନି ବର୍ଷ ମଧ୍ୟରେ କମିଶନରେଟ ପୋଲିସ ଅଧୀନରେ ଥିବା ଏକାଧିକ ଟ୍ରାଫିକ୍‌ ପୋଷ୍ଟରୁ ପୋଲିସକୁ ହଟାଯିବାକୁ ଯୋଜନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri