ଏଣିକି ଭଲ କାମ କଲେ ଥାନାଧିକାରୀଙ୍କୁ ମିଳିବ ପଦୋନ୍ନତି, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ‘ମୋ ସରକାର କାର୍ଯ୍ୟକ୍ରମ’। ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୬୩୫ଜଣ ଥାନାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ୫-ଟିରେ ଭଲ କାମ କଲେ ଅଧିକାରୀଙ୍କୁ ପନୋନ୍ନତି ଦିଆଯିବ ବୋଲି କୁହାଯାଇଛି। ଏଥିସହ ସାଧାରଣ ନାଗରିକମାନଙ୍କ ସହ ଯୋଗାଯୋଗ କରି ଥାନାଧିକାରୀମାନେ ସେବା ଯୋଗାଇ ଦେବେ। ଏଭଳି କଲେ ସେମାନଙ୍କୁ ପୁରସ୍କୃତ କରାଯିବ। ହେଲେ ଏହାର ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ଏଣିକି ପ୍ରତ୍ୟେହ ୧୦ ଅଭିଯୋଗକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ସିଧା କଥା ହେବେ। ଖାଲି ସେତିକି ନୁହେଁ ଥାନାରେ ବ୍ୟବହାର ଓ ସେବା ନେଇ ମୁଖ୍ୟମନ୍ତ୍ରୀ ପଚାରି ବୁଝିବେ। ଭଲକାମ କରିଥିଲେ ଅଧିକାରୀମାନଙ୍କୁ ପ୍ରଶଂସା ପତ୍ର ଦିଆଯିବ। ଅପରପକ୍ଷେ କାମ ସନ୍ତୋଷ ଜନକ ନ ଥିଲେ ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୋଗକାରୀଙ୍କ ଫୋନ ନଂ ପଞ୍ଜିକରଣ ହେବ। ଏହା ଏସ୍‌ପିଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପହଞ୍ଚିବ। ଯୋଗାଯୋଗ କରି ଅଧିକାରୀମାନେ ନାଗରିକଙ୍କୁ ସେବା ଯୋଗାଇ ଦିଆଯିବ। ଅଭିଯୋଗକାରୀ କେବଳ ଥାନାକୁ ଆସିବେ। ଅନ୍ୟ କେଉଁଠିକୁ ଯିବେ ନାହିଁ।

ସୂଚନାଯୋଗ୍ୟ, ୭୩ତମ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ୫-ଟିକୁ ଭିତ୍ତି କରି ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଦାୟିତ୍ୱ ସମ୍ପର୍ଣ୍ଣ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯିବ। ଏହାଦ୍ୱାରା ସରକାରୀ ସେବାରେ ଉନ୍ନତି ଆସିବ। ଲୋକଙ୍କ ସହ ପ୍ରଶାସନର ସମ୍ପର୍କ ମଜଭୂତ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାବୈଶାଖୀର ତାଣ୍ଡବ: ଦାରିଙ୍ଗବାଡିରେ ଉପୁଡିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ଘର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକାଧିକ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଗୋପାଳପୁରରୁ ରାଇପୁରକୁ ସଂଯୋଗ…

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ

ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

ଗଞ୍ଜେଇ ଲିଙ୍କରେ ପୂର୍ବତନ ସରପଞ୍ଚଙ୍କୁ ବାନ୍ଧିଲା ପୋଲିସ

ମୋହନା,୨୨ା୫ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଶା ମାଝୀଙ୍କୁ ଗିରଫ କରି କୋର୍ଟ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri