ଏଣିକି ଛୋଟ ଜାଗା ପାଇଁ ବିଲ୍ଡିଂ ପ୍ଲାନ୍‌: ୪୮ ଘଣ୍ଟାରେ ଅନ୍‌ଲାଇନରେ ମିଳିବ ଅନୁମୋଦନ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ସହରବାସୀଙ୍କ ପାଇଁ ଖୁସି ଖବର। ଛୋଟ ଜାଗା (୫୦୦ ବର୍ଗ ମିଟରରୁ କମ୍‌)ରେ ଘର କରିବାକୁ ଚାହୁଁଥିଲେ ବିଡିଏ ପକ୍ଷରୁ ଆବେଦନର ୪୮ ଘଣ୍ଟା ମଧ୍ୟରେ ଅନ୍‌ଲାଇନ୍‌ରେ ବିଲ୍ଡିଂ ପ୍ଲାନ୍‌ ମିଳିଯିବ। ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବା ସହ ଜଣେ ଆବେଦନକାରୀ ଅଂଶୁମାନ ରଥଙ୍କୁ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ପତ୍ର ପ୍ରଦାନ କରିଛନ୍ତି। ଏହି ବ୍ୟବସ୍ଥା ଦ୍ବାରା ଭୁବନେଶ୍ବରର ନାଗରିକମାନେ ୧୦୦ଟି ପୂର୍ବ ଅନୁମୋଦିତ ନକ୍ସାକୁ ଭତ୍ତିକରି ଆବେଦନ କରିପାରିବେ। ଏହି ବ୍ୟବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସବୁ ସହରରେ କାର୍ଯ୍ୟକାରୀ ହେବ। ଏଥିପାଇଁ ଇ-ବିପାସ୍‌ ଅନ୍‌ଲାଇନ୍‌ ସେବା ଚଳିତବର୍ଷଠାରୁ ଉପଲବ୍ଧ ହେବ।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାର ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟଠାରେ ଭିଡିଓ କନ୍‌ଫରେନ୍ସିଂରେ ବିଡିଏରେ ଅନ୍‌ଲାଇନ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା ସମେତ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେଥିମଧ୍ୟରେ ଶହୀଦନଗରରେ ଏକ ସମନ୍ବିତ ଜନସେବା କେନ୍ଦ୍ର ଓ ୬୬ ଓ୍ବାର୍ଡ ଅଫିସ୍‌ ଉଦ୍‌ଘାଟନ, ୪୩ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରର ଶିଳାନ୍ୟାସ ସମେତ ଅନ୍‌ଲାଇନ୍‌ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ରହିଛି। ସହରବାସୀଙ୍କୁ ଅଧିକରୁ ଅଧିକ ମୌଳିକ ସେବା ଯୋଗାଇବା ସହ ସ୍ବଚ୍ଛ ଭୁବନେଶ୍ୱର, ସୁସ୍ଥ ଭୁବନେଶ୍ୱର ଲକ୍ଷ୍ୟରେ ଶତାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯାଇଥିଲା। ବିଭିନ୍ନ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଏମ୍‌ସି ପ୍ରଶାସକ ସଂଗ୍ରାମଜିତ ନାୟକ, କମିଶନର ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର, ଶୁଭେନ୍ଦୁ ସାହୁ, ଶ୍ୟାମସୁନ୍ଦର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଖୋଲିଲା ଓ୍ବାର୍ଡ କାର୍ଯ୍ୟାଳୟ
ବିଏମ୍‌ସି ଉପୁଜୁଥିବା ସମସ୍ୟାର ସମାଧାନ ଲାଗି ସମସ୍ତ ଓ୍ବାର୍ଡରେ ଓ୍ବାର୍ଡ କାର୍ଯ୍ୟାଳୟର ଖୋଲିଛି। ୱାର୍ଡ ପାଇଁ ନିଯୁକ୍ତ ଓ୍ବାର୍ଡ ଅଫିସରଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ ଜଣେ ସାନିଟାରି ଇନ୍ସପେକ୍ଟର, ଜଣେ ସିଓ, ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ନିଯୁକ୍ତ କରାଯାଇଛି। ଓ୍ବାର୍ଡ ସ୍ତରରୁ ହିଁ ସହରକୁ ସ୍ବଚ୍ଛ କରିବା ସହ ପରିମଳ ବ୍ୟବସ୍ଥା ସୁଧାରିବା, ବିଭିନ୍ନ ଯୋଜନାର ଆବେଦନ ଫର୍ମ ପରି ହୋଲ୍ଡିଂ ଟିକସ ନିୟମିତ ଆଦାୟ କରିବା, ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଅନ୍ୟାନ୍ୟ କାର୍ଯ୍ୟ ଓ୍ବାର୍ଡ ଅଫିସରେ କରିବା ଲାଗି ବିଏମ୍‌ସି ସ୍ଥିର କରିଛି।

୧୩ ପାର୍କ ଉଦ୍‌ଘାଟିତ
ବିଏମ୍‌ସି ଦ୍ୱାରା ସହରରେ ବିଭିନ୍ନ ସ୍ଥାନରେ ଅମୃତ ଯୋଜନାରେ ୧୨ ଓ ରାଜୀବ ଆବାସ ଯୋଜନା (ଆର୍‌ଏଓ୍ବାଇ)ରେ ଗୋଟିଏ ପାର୍କର ଉଦ୍‌ଘାଟନ କରାଯାଇଛି। ପ୍ରଶାନ୍ତି ବିହାରରେ ୨, ଶୈଳଶ୍ରୀ ବିହାରରେ ୩, ଓ୍ବାର୍ଡ ନଂ.୧୩ ଚନ୍ଦ୍ରଶେଖରପୁର ବିଡିଏ ଇଡବ୍ଲ୍ୟୁଏସ୍‌, ନୀଳାଦ୍ରିବିହାର ସେକ୍ଟର-୩, ରେଣ୍ଟାଲ କଲୋନୀ, ମୈତ୍ରିବିହାର, ଭରତପୁର ଜିଏ ପ୍ଲଟ, ଆଇଆର୍‌ସି ଭିଲେଜ, ନୟାପଲ୍ଲୀ ବ୍ରିଟ କଲୋନୀ ଓ ଆଇଗଣିଆ ରାଜୀବ ନଗରରେ ଅମୃତ ଯୋଜନାରେ ଗୋଟିଏ ଲେଖାଏ ପାର୍କ ରହିଛି। ଆର୍‌ଏଓ୍ବାଇରେ ରଙ୍ଗମାଟିଆରେ ରଙ୍ଗନାଥ ଦେବ ପାର୍କ ଉଦ୍‌ଘାଟିତ ହୋଇଛି। ରଙ୍ଗମାଟିଆରେ ପ୍ରାଥମିକ ବିଦ୍ୟାଳୟର ପୁନରୁଦ୍ଧାର, ଓ୍ବାର୍ଡ ନଂ.୧୩ରେ ନୂତନ ହୋମେପାଥିକ ଡିସ୍‌ପେନ୍‌ସାରୀ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ଓ ବିଭିନ୍ନ ସ୍ଥାନରେ କମ୍ୟୁନିଟି ସେଣ୍ଟରର ଉଦ୍‌ଘାଟନ କାର୍ଯ୍ୟ ବିଏମ୍‌ସି ଦ୍ୱାରା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri