ଏଣିକି ଛୋଟ ଜାଗା ପାଇଁ ବିଲ୍ଡିଂ ପ୍ଲାନ୍‌: ୪୮ ଘଣ୍ଟାରେ ଅନ୍‌ଲାଇନରେ ମିଳିବ ଅନୁମୋଦନ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ସହରବାସୀଙ୍କ ପାଇଁ ଖୁସି ଖବର। ଛୋଟ ଜାଗା (୫୦୦ ବର୍ଗ ମିଟରରୁ କମ୍‌)ରେ ଘର କରିବାକୁ ଚାହୁଁଥିଲେ ବିଡିଏ ପକ୍ଷରୁ ଆବେଦନର ୪୮ ଘଣ୍ଟା ମଧ୍ୟରେ ଅନ୍‌ଲାଇନ୍‌ରେ ବିଲ୍ଡିଂ ପ୍ଲାନ୍‌ ମିଳିଯିବ। ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବା ସହ ଜଣେ ଆବେଦନକାରୀ ଅଂଶୁମାନ ରଥଙ୍କୁ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ପତ୍ର ପ୍ରଦାନ କରିଛନ୍ତି। ଏହି ବ୍ୟବସ୍ଥା ଦ୍ବାରା ଭୁବନେଶ୍ବରର ନାଗରିକମାନେ ୧୦୦ଟି ପୂର୍ବ ଅନୁମୋଦିତ ନକ୍ସାକୁ ଭତ୍ତିକରି ଆବେଦନ କରିପାରିବେ। ଏହି ବ୍ୟବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସବୁ ସହରରେ କାର୍ଯ୍ୟକାରୀ ହେବ। ଏଥିପାଇଁ ଇ-ବିପାସ୍‌ ଅନ୍‌ଲାଇନ୍‌ ସେବା ଚଳିତବର୍ଷଠାରୁ ଉପଲବ୍ଧ ହେବ।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାର ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟଠାରେ ଭିଡିଓ କନ୍‌ଫରେନ୍ସିଂରେ ବିଡିଏରେ ଅନ୍‌ଲାଇନ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା ସମେତ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେଥିମଧ୍ୟରେ ଶହୀଦନଗରରେ ଏକ ସମନ୍ବିତ ଜନସେବା କେନ୍ଦ୍ର ଓ ୬୬ ଓ୍ବାର୍ଡ ଅଫିସ୍‌ ଉଦ୍‌ଘାଟନ, ୪୩ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରର ଶିଳାନ୍ୟାସ ସମେତ ଅନ୍‌ଲାଇନ୍‌ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ରହିଛି। ସହରବାସୀଙ୍କୁ ଅଧିକରୁ ଅଧିକ ମୌଳିକ ସେବା ଯୋଗାଇବା ସହ ସ୍ବଚ୍ଛ ଭୁବନେଶ୍ୱର, ସୁସ୍ଥ ଭୁବନେଶ୍ୱର ଲକ୍ଷ୍ୟରେ ଶତାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯାଇଥିଲା। ବିଭିନ୍ନ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଏମ୍‌ସି ପ୍ରଶାସକ ସଂଗ୍ରାମଜିତ ନାୟକ, କମିଶନର ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର, ଶୁଭେନ୍ଦୁ ସାହୁ, ଶ୍ୟାମସୁନ୍ଦର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଖୋଲିଲା ଓ୍ବାର୍ଡ କାର୍ଯ୍ୟାଳୟ
ବିଏମ୍‌ସି ଉପୁଜୁଥିବା ସମସ୍ୟାର ସମାଧାନ ଲାଗି ସମସ୍ତ ଓ୍ବାର୍ଡରେ ଓ୍ବାର୍ଡ କାର୍ଯ୍ୟାଳୟର ଖୋଲିଛି। ୱାର୍ଡ ପାଇଁ ନିଯୁକ୍ତ ଓ୍ବାର୍ଡ ଅଫିସରଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ ଜଣେ ସାନିଟାରି ଇନ୍ସପେକ୍ଟର, ଜଣେ ସିଓ, ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ନିଯୁକ୍ତ କରାଯାଇଛି। ଓ୍ବାର୍ଡ ସ୍ତରରୁ ହିଁ ସହରକୁ ସ୍ବଚ୍ଛ କରିବା ସହ ପରିମଳ ବ୍ୟବସ୍ଥା ସୁଧାରିବା, ବିଭିନ୍ନ ଯୋଜନାର ଆବେଦନ ଫର୍ମ ପରି ହୋଲ୍ଡିଂ ଟିକସ ନିୟମିତ ଆଦାୟ କରିବା, ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଅନ୍ୟାନ୍ୟ କାର୍ଯ୍ୟ ଓ୍ବାର୍ଡ ଅଫିସରେ କରିବା ଲାଗି ବିଏମ୍‌ସି ସ୍ଥିର କରିଛି।

୧୩ ପାର୍କ ଉଦ୍‌ଘାଟିତ
ବିଏମ୍‌ସି ଦ୍ୱାରା ସହରରେ ବିଭିନ୍ନ ସ୍ଥାନରେ ଅମୃତ ଯୋଜନାରେ ୧୨ ଓ ରାଜୀବ ଆବାସ ଯୋଜନା (ଆର୍‌ଏଓ୍ବାଇ)ରେ ଗୋଟିଏ ପାର୍କର ଉଦ୍‌ଘାଟନ କରାଯାଇଛି। ପ୍ରଶାନ୍ତି ବିହାରରେ ୨, ଶୈଳଶ୍ରୀ ବିହାରରେ ୩, ଓ୍ବାର୍ଡ ନଂ.୧୩ ଚନ୍ଦ୍ରଶେଖରପୁର ବିଡିଏ ଇଡବ୍ଲ୍ୟୁଏସ୍‌, ନୀଳାଦ୍ରିବିହାର ସେକ୍ଟର-୩, ରେଣ୍ଟାଲ କଲୋନୀ, ମୈତ୍ରିବିହାର, ଭରତପୁର ଜିଏ ପ୍ଲଟ, ଆଇଆର୍‌ସି ଭିଲେଜ, ନୟାପଲ୍ଲୀ ବ୍ରିଟ କଲୋନୀ ଓ ଆଇଗଣିଆ ରାଜୀବ ନଗରରେ ଅମୃତ ଯୋଜନାରେ ଗୋଟିଏ ଲେଖାଏ ପାର୍କ ରହିଛି। ଆର୍‌ଏଓ୍ବାଇରେ ରଙ୍ଗମାଟିଆରେ ରଙ୍ଗନାଥ ଦେବ ପାର୍କ ଉଦ୍‌ଘାଟିତ ହୋଇଛି। ରଙ୍ଗମାଟିଆରେ ପ୍ରାଥମିକ ବିଦ୍ୟାଳୟର ପୁନରୁଦ୍ଧାର, ଓ୍ବାର୍ଡ ନଂ.୧୩ରେ ନୂତନ ହୋମେପାଥିକ ଡିସ୍‌ପେନ୍‌ସାରୀ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ଓ ବିଭିନ୍ନ ସ୍ଥାନରେ କମ୍ୟୁନିଟି ସେଣ୍ଟରର ଉଦ୍‌ଘାଟନ କାର୍ଯ୍ୟ ବିଏମ୍‌ସି ଦ୍ୱାରା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri