Odisha Elections 2024
Posted inଫୁରସତ

ଏଠି ଗାଈ-ବଦଳଙ୍କର ହେଉଛି ଆଧାର କାର୍ଡ !

ହାଥସର,୫।୬: ଉତ୍ତରପ୍ରଦେଶର ହାଥସରରେ ଗାଈ, ବଦଳ ଆଦିଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ପାଇଁ ଟ୍ୟାଗିଙ୍ଗ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ଆଧାରରେ ଏବେ ହାଥସରରେ ବିଭିନ୍ନ ପ୍ରାଣୀଙ୍କର ଆଧାର କାର୍ଡ ମଧ୍ୟ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଏଥିରେ ସମସ୍ତ ପ୍ରାଣୀଙ୍କ ଦେହରେ ଅଲଗା ଅଲଗା ନମ୍ବରର ଟ୍ୟାଗ ଲଗାଯାଉଛି। ଏହାର ଡାଟା ମଧ୍ୟ ରଖାଯାଉଛି। ମୁଖ୍ୟ ଉପ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବି ଗୋୟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତବର୍ଷ ରାଷ୍ଟ୍ରୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆଧାରରେ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି। ଏହା ମାଧ୍ୟମରେ ପ୍ରାଣୀଙ୍କର ଆଧାର କାର୍ଡ ଜାରି କରାଯିବ। ଏହାସହ ଫାଟୁଆ ଭଳି କିଛି ରୋଗ ପାଇଁ ମାଗଣା ଟିକାକରଣ କରାଯିବ ବୋଲି ସୂଚନା ମିଳିଛି। ସଦାବାଦ ବ୍ଲକରେ ଥିବା ପ୍ରାୟ ୫୧ ପଞ୍ଚାୟତରେ ଘର ଘର ବୁଲି ପ୍ରାଣୀମାନଙ୍କ କାନରେ ପ୍ଲାଷ୍ଟିକର ଟ୍ୟାଗ ଲଗାଯିବ ବୋଲି ଜଣାପଡିଛି। ଗୋଟିଏ ସଂଖ୍ୟା ସାରା ଦେଶରେ କେବଳ ଗୋଟିଏ ପ୍ରାଣୀଙ୍କୁ ଦିଆଯିବ। ଏଥିରେ ୧୨ ଅଙ୍କ ବିଶିଷ୍ଟ ଏବ ବିଶେଷ ସଂଖ୍ୟା ରହିବ। ଏହା ସାହାଯ୍ୟରେ ଉକ୍ତ ପ୍ରାଣୀ ଓ ତାଙ୍କ ମାଲିକଙ୍କ ସମସ୍ତ ବିବରଣୀ କମ୍ପୁଟର ମାଧ୍ୟମରେ ସଂରକ୍ଷିତ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ଏକାକି କରିଦେଲା ବିଶାଳକାୟ ହାତୀର ଶିକାର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲର ସବୁଠାରୁ ଘାତକ ଶିକାରୀ ତାଲିକାରେ ସିଂହର ସ୍ଥାନ ପ୍ରଥମ। ହେଲେ କିଛି ବନ୍ୟଜନ୍ତୁ ଏଭଳି ରହିଛି ଯାହାଙ୍କ ଶିକାର କରିବା ସିଂହ ପାଇଁ କଷ୍ଟକର...

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ...

ଭଲ ଦରମା ସତ୍ତ୍ୱେ ସଞ୍ଚୟ କରିପାରୁ ନାହାନ୍ତି କି? ଆପଣାନ୍ତୁ ୫୦:୩୦:୨୦ ଫର୍ମୁଲା, ରହିବନି ଅବଶୋଷ

ସାଧାରଣତଃ ଟଙ୍କା ସଞ୍ଚୟ କରିବା ଏକ କଳା ବୋଲି କୁହାଯାଏ। ସମସ୍ତଙ୍କ ପାଖରେ ତାହା ନ ଥାଏ। ଅଧିକାଂଶ ଲୋକ ଭଲ ଦରମା ପାଉଥିଲେ ହେଁ...

ବ୍ରିଟେନ୍‌ରେ ବିଶ୍ବର ସବୁଠାରୁ ଛୋଟ ଜେଲ

ଲଣ୍ଡନ: ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର...

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ।...

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ।...

ବୋଉ ନିର୍ଦ୍ଦେଶରେ ଶାଢ଼ି କିଣିଥିଲି

ଯୁକ୍ତ ତିନି ବିଜ୍ଞାନ ଶେଷବର୍ଷ ପରୀକ୍ଷାର ଶେଷ ପେପର ଥାଏ ଗଣିତ। ପରୀକ୍ଷା ଶେଷଦିନର ଅନୁଭବ ପ୍ରତି ପରୀକ୍ଷାର୍ଥୀଙ୍କ ପାଇଁ ଥାଏ ଯେମିତି ନିଆରା ସେମିତି...

ଯେତେଦିନ ବଞ୍ଚିବି କବିତାରେ ବଞ୍ଚିବି

”ଓଡ଼ିଆ ଭାଷା ସାହିତ୍ୟରେ ରହିଛି ଅମୂଲ୍ୟ ସମ୍ପଦ। ଆମେ ଯେତେ ଗଭୀରକୁ ଯିବା ସେତେ ମଣିମୁକ୍ତା ପାଇବା। ସାହିତ୍ୟ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri