Posted inଫୁରସତ

ଏଠି ଗାଈ-ବଦଳଙ୍କର ହେଉଛି ଆଧାର କାର୍ଡ !

ହାଥସର,୫।୬: ଉତ୍ତରପ୍ରଦେଶର ହାଥସରରେ ଗାଈ, ବଦଳ ଆଦିଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ପାଇଁ ଟ୍ୟାଗିଙ୍ଗ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ଆଧାରରେ ଏବେ ହାଥସରରେ ବିଭିନ୍ନ ପ୍ରାଣୀଙ୍କର ଆଧାର କାର୍ଡ ମଧ୍ୟ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଏଥିରେ ସମସ୍ତ ପ୍ରାଣୀଙ୍କ ଦେହରେ ଅଲଗା ଅଲଗା ନମ୍ବରର ଟ୍ୟାଗ ଲଗାଯାଉଛି। ଏହାର ଡାଟା ମଧ୍ୟ ରଖାଯାଉଛି। ମୁଖ୍ୟ ଉପ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବି ଗୋୟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତବର୍ଷ ରାଷ୍ଟ୍ରୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆଧାରରେ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି। ଏହା ମାଧ୍ୟମରେ ପ୍ରାଣୀଙ୍କର ଆଧାର କାର୍ଡ ଜାରି କରାଯିବ। ଏହାସହ ଫାଟୁଆ ଭଳି କିଛି ରୋଗ ପାଇଁ ମାଗଣା ଟିକାକରଣ କରାଯିବ ବୋଲି ସୂଚନା ମିଳିଛି। ସଦାବାଦ ବ୍ଲକରେ ଥିବା ପ୍ରାୟ ୫୧ ପଞ୍ଚାୟତରେ ଘର ଘର ବୁଲି ପ୍ରାଣୀମାନଙ୍କ କାନରେ ପ୍ଲାଷ୍ଟିକର ଟ୍ୟାଗ ଲଗାଯିବ ବୋଲି ଜଣାପଡିଛି। ଗୋଟିଏ ସଂଖ୍ୟା ସାରା ଦେଶରେ କେବଳ ଗୋଟିଏ ପ୍ରାଣୀଙ୍କୁ ଦିଆଯିବ। ଏଥିରେ ୧୨ ଅଙ୍କ ବିଶିଷ୍ଟ ଏବ ବିଶେଷ ସଂଖ୍ୟା ରହିବ। ଏହା ସାହାଯ୍ୟରେ ଉକ୍ତ ପ୍ରାଣୀ ଓ ତାଙ୍କ ମାଲିକଙ୍କ ସମସ୍ତ ବିବରଣୀ କମ୍ପୁଟର ମାଧ୍ୟମରେ ସଂରକ୍ଷିତ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri