ଏଠାରେ ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ

ଭାରତ ବର୍ଷରେ ପ୍ରଭୁ ଗଣେଶଙ୍କ ବହୁ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ତେବେ ଶୁଣ୍ଢ ଭଗବାନ ଗଜାନନଙ୍କ ପରିଚୟ ଦେଇଥାଏ। କିନ୍ତୁ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ଗଣେଶଙ୍କ ଶୁଣ୍ଢ ନାହିଁ। ଏଠାରେ ତାଙ୍କର ବାଲ୍ୟ ରୂପକୁ ପୂଜା କରାଯାଉଥିବା ବେଳେ ତାଙ୍କର ମନୁଷ୍ୟକୃତି ପ୍ରତିମାଙ୍କୁ ସ୍ଥାପନା କରାଯାଇଛି। ବିନା ଶୁଣ୍ଢ ଥିବା ଗଣେଶଙ୍କ ଏହି ପ୍ରାଚୀନ ମନ୍ଦିର ରାଜସ୍ଥାନର ରାଜଧାନୀ ଜୟପୁରରେ ରହିଛି। ଏହି ମନ୍ଦିର ଗଡ ଗଣେଶ ନାମରେ ବିଖ୍ୟାତ। ବିନା ଶୁଣ୍ଢଥିବା ଗଣେଶଙ୍କ ଏଠାରେ ଏକ ସ୍ବତନ୍ତ୍ର ମାନ୍ୟତା ରହିଛି। ପ୍ରତି ବୁଧବାର ଏହି ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥାଏ। କାରଣ ବୁଧବାରକୁ ଗଣେଶଙ୍କ ଦିନ ବୋଲି କୁହାଯାଇଥାଏ।ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହେବା ସହ ମନରେ ସକାରାତ୍ମକ ଭାବନା ଆସିଥାଏ ବୋଲି ବିଶ୍ୱାସ ରହିଛି। ଏଥିସହ ମନ୍ଦିରରେ ଗଣେଶଙ୍କ ବାହନ ମୂଷିକର ୨ଟି ବଡ଼ ପ୍ରତିମା ରହିଛି। ଏମାନଙ୍କ କାନରେ ଶ୍ରଦ୍ଧାଳୁ ନିଜର ମନସ୍କାମନା ବିଷୟରେ କହିଥାନ୍ତି।

ଏଠାକାର ଲୋକେ ନିଜର ଦିନ ଗଡ ଗଣେଶଙ୍କ ଦର୍ଶନରୁ ହିଁ ଆରମ୍ଭ କରିଥାନ୍ତି। ଏହାବ୍ୟତୀତ ଗଣେଶ ଚର୍ତୁଥୀର ଦ୍ୱିତୀୟ ଦିନରେ ମନ୍ଦିର ନିକଟରେ ଏକ ମେଳାର ଆୟୋଜନ ହୋଇଥାଏ। ଏହି ସମୟରେ ଏଠାକୁ ବହୁ ପର୍ଯ୍ୟଟକ ଆସିଥାଆନ୍ତି। ଏହି ପ୍ରାଚୀନ ମନ୍ଦିର ସହରର ପାହାଡ଼ ଉପରେ ଅବସ୍ଥିତ। ଏଠାରୁୁ ଜୟପୁର ସହରର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥିବା ବେଳେ ମନ୍ଦିର ନିକଟରେ ଥିବା ସମସ୍ତ ସ୍ଥାନ ଶାନ୍ତ ଓ ସୌନ୍ଦର୍ଯ୍ୟମୟ। ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ଏଠାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri