ଏଜେଣ୍ଟ, ଗ୍ରାହକଙ୍କୁ ମିଳୁନି ମାଚୁରିଟି ଟଙ୍କା

ବ୍ରହ୍ମପୁର ଅଫିସ,୧୦ା୭-ସାହାରା ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ଏଜେଣ୍ଟ(କ୍ଷେତ୍ର କର୍ମଚାରୀ) ଓ ଜମାକାରୀଙ୍କୁ ଦୀର୍ଘ ମାସ ଧରି ମିଳିନି ମାଚୁରିଟି, ଏମ୍‌ଆଇଏସ (ମାସିକ ଇନ୍‌କମ ସ୍କିମ) ଟଙ୍କା। ଅଥଚ କମ୍ପାନୀ ଗ୍ରାହକଙ୍କଠାରୁ ବିଭିନ୍ନ ସ୍କିମରେ ଅର୍ଥ ନେଇ ମାର୍କେଟରୁ ଟଙ୍କା ଉଠାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରିଛନ୍ତି ବ୍ରହ୍ମପୁର ଶାଖା ଅଧୀନରେ କାର୍ଯ୍ୟରତ ଏଜେଣ୍ଟ ଏବଂ ଗ୍ରାହକ। କମ୍ପାନୀ ପକ୍ଷରୁ ସ୍ଥାୟୀ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ନିୟମିତ ଦରମା ପ୍ରଦାନ କରାଯାଉଛି। କିନ୍ତୁ ଏଜେଣ୍ଟ ଓ ଗ୍ରାହକଙ୍କ ମାଚୁରିଟି ଟଙ୍କା ମାସ ମାସ ଧରି ବାକି ରଖିଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଗତ ଜୁନ ୧୧ରୁ ଶାଖା ଅଧୀନରେ କାର୍ଯ୍ୟରତ ଏଜେଣ୍ଟ ଓ ଗ୍ରାହକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଶାଖା କାର୍ଯ୍ୟାଳୟରେ ମଧ୍ୟ ସମସ୍ତ କାର୍ଯ୍ୟ ବନ୍ଦ କରି ଦେଇଥିବା ଜଣାପଡିଛି। ତୁରନ୍ତ ମାଚୁରିଟି ଓ ଗ୍ରାହକଙ୍କ ଏମଆଇଏସ୍‌ ସ୍କିମ ଟଙ୍କା ପ୍ରଦାନ କରିିବାକୁ କମ୍ପାନୀ ପରିଚାଳନା ମୁଖ୍ୟଙ୍କୁ ବାରମ୍ବାର ଅବଗତ କରାଇଛନ୍ତି। କିନ୍ତୁ କୋର୍ଟରେ କେସ ଚାଲିଥିବା ଆଳରେ କମ୍ପାନୀ ପରିଚାଳନା ମୁଖ୍ୟ ଭୂତାଉଥିବା ଏଜେଣ୍ଟମାନେ ଅଭିଯୋଗ କରିଛନ୍ତି।
ଏଜେଣ୍ଟଙ୍କ କହିବା ପ୍ରକାରେ, ସାହାରା ଇଣ୍ଡିଆର ହାଉସିଂ ଏଣ୍ଡ ରିୟଲିଷ୍ଟିକ ସ୍କିମ୍‌ ଉପରେ ସୁପ୍ରିମ କୋର୍ଟରେ କେସ ଚାଲିଥିବା ବେଳେ ଅନ୍ୟ କୌଣସି ସ୍କିମ ଉପରେ କୋର୍ଟ ରହିତାଦେଶ ଲଗାଇ ନାହାନ୍ତି। ଏହାସତ୍ତ୍ୱେ କୋର୍ଟରେ କେସ ଚାଲିଥିବା ଆଳ ଦେଖାଇ କମ୍ପାନୀ ଏଜେଣ୍ଟଙ୍କ ଜରିଆରେ ଜମାକାରୀଙ୍କଠାରୁ ବିଭିନ୍ନ ସ୍କିମରେ ଟଙ୍କା ଆଦାୟ କରୁଛି। କିନ୍ତୁ ଏମ୍‌ଆଇଏସ୍‌ ଭଳି ବିଭିନ୍ନ ସ୍କିମର ମାଚୁରିଟି ଟଙ୍କା ପ୍ରଦାନ କରିବାରେ ଅବହେଳା କରୁଛି। ଗତ ୧୦ମାସ ଧରି ଜମାକାରୀ ଓ ଏଜେଣ୍ଟଙ୍କୁ ଏମଆଇଏସର ମାସିକ ବେନିଫିଟ ଅନ୍ୟାନ୍ୟ ବେନିଫିଟ ଟଙ୍କା ପ୍ରଦାନ କରାଯାଇ ନାହିଁ। ଏଣୁ ଏଜେଣ୍ଟଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବ୍ରହ୍ମପୁର ଶାଖାରେ ୨୦୧୪ରୁ ଜମାକାରୀଙ୍କୁ ବିଭିନ୍ନ ସ୍କିମରେ ପ୍ରାୟ ୨୫ କୋଟିର ମାଚୁରିଟି ବକେୟା ରହିଛି। ଏପରିକି ମୃତ୍ୟୁ, ବିବାହ, ସ୍ବାସ୍ଥ୍ୟ ପାଇଁ ବିଭିନ୍ନ ସ୍କିମରେ ପ୍ରଦାନ କରାଯିବାକୁ ଥିବା ଟଙ୍କା ମଧ୍ୟ କମ୍ପାନୀ ପ୍ରଦାନ କରିବାକୁ ଅମଙ୍ଗ ହେଉଥିବା ବରିଷ୍ଠ ଏଜେଣ୍ଟ ବିଜୟ କୁମାର ପାଢୀ କହିଛନ୍ତି। ଅନ୍ୟପକ୍ଷରେ ଗତ ଏକମାସ ମଧ୍ୟରେ ଏସ୍‌ପି, ଜିଲାପାଳ, ଉପଜିଲାପାଳ, ଏସ୍‌ଡିପିଓଙ୍କୁ ଏନେଇ ଅବଗତ କରିବା ସହ କମ୍ପାନୀର ଆଞ୍ଚଳିକ କାର୍ଯ୍ୟାଳୟ, କମାଣ୍ଡ ଅଫିସ, ଜୋନାଲ ଅଫିସ, ଟେରିଟୋରିଆଲ ଅଫିସରେ ଏଜେଣ୍ଟମାନଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଗତ ଜୁନ ୧୧ରୁ ବ୍ରହ୍ମପୁର ଶାଖାର ସମସ୍ତ ଏଜେଣ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବକେୟା ତଥା ମାଚୁରିଟି ଟଙ୍କା ତୁରନ୍ତ ପ୍ରଦାନ କରା ନ ଗଲେ ଆଗାମୀ ଦିନରେ ଏଜେଣ୍ଟ ଓ ହିତାଧିକାରୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ବ୍ରହ୍ମପୁର ଶାଖାର ଏଜେଣ୍ଟ ଅମୂଲ୍ୟ କୁମାର ସାହୁ, ରବି ବାରିକ, ଦିଲ୍ଲୀପ କୁମାର ପାତ୍ର, ପ୍ରଣବ କୁମାର ପଣ୍ଡା, ବିପିନ ସାମଲ, ସୁଦାମ ସାହୁ, ଅମୀୟ କୁମାର ନାୟକ, ଦେବେନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଏଜେଣ୍ଟ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri