ଏଚ୍‌ଆର୍‌ପିସିରେ ଗଡୁଛି ପୋଲିସ ବିରୋଧୀ ମାମଲା: ୮ ବର୍ଷରେ ୭ ମାମଲାର ତଦନ୍ତ ଫଳ ଶୂନ

ଭୁବନେଶ୍ୱର,୨୨।୬ (ବ୍ୟୁରୋ): ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅନେକ ସମୟରେ ନିଜ ପଦ ଓ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗ ଆସିଛି। ଆଇନକୁ ହାତକୁ ନେଇ କେତେବେଳେ ନିରୀହ ତଥା ନିର୍ଦ୍ଦୋଷଙ୍କୁ ମିଛ ମାମଲାରେ ଫସାଉଛି ତ ପୁଣି ଅଭିଯୁକ୍ତଙ୍କ ଇଙ୍ଗିତରେ ଥାନା ହାଜତରେ ଥାର୍ଡ ଡିଗ୍ରୀ ଦେଇ ହତ୍ୟା କରୁଛି। ଅନେକ ଘଟଣାରେ ପୋଲିସର ଦାଦାଗିରି ନଜରକୁ ଆସିଛି। ଏହାଦ୍ୱାରା ସାଧାରଣ ଜନତାଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହେଉଛି। ପୋଲିସ ବିରୋଧରେ ଆସୁଥିବା ଏଭଳି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ପୋଲିସ ବିଭାଗରେ ମାନବିକ ଅଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି) ରହିଛି। ଚର୍ଚ୍ଚିତ, ସମ୍ବେଦନଶୀଳ ତଥା ବଡ଼ ବଡ଼ ମାମଲାକୁ ଏଚ୍‌ଆର୍‌ପିସି ଗ୍ରହଣ କରୁଛି। ହେଲେ ବର୍ଷ ବର୍ଷ ଧରି ସମୟ ଗଡୁଥିଲେ ମଧ୍ୟ ନା ତଦନ୍ତ ସରୁଛି, ନା ଅଭିଯୁକ୍ତ ପୋଲିସଙ୍କୁ ଦଣ୍ଡ ମିଳୁଛି। ୮ ବର୍ଷ ମଧ୍ୟରେ ଏଚ୍‌ଆର୍‌ପିସି ୧୦ ମାମଲା ନେଇଛି। ଗୋଟିଏ ମାମଲାର ଫାଇଲ୍‌ ବନ୍ଦ କରିଦେଇଥିବାବେଳେ ୨ଟିର ତଦନ୍ତ ସରିଛି। ବାକି ୯ଟି ମାମଲା ସେମିତି ପଡ଼ି ରହିଛି। ଫଳରେ ଦିନକୁ ଦିନ ଏଚ୍‌ଆର୍‌ପିସି ଜନତାଙ୍କ ବିଶ୍ୱାସ ହରାଇବାରେ ଲାଗିଛି। ଲୋକେ ଏଚ୍‌ଆରପିସିକୁ ନ ଯାଇ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) କିମ୍ବା ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆରସି)ର ଦ୍ୱାରସ୍ଥ ହେଉଛନ୍ତି।
ଏସ୍‌ଏସ୍‌ ପାଢ଼ି ଡିଜିପି ଥିବା ସମୟରେ ୧୯୮୧ରେ ଓଡ଼ିଶାରେ ଏଚ୍‌ଆର୍‌ପିସି ଗଠନ ହୋଇଥିଲା। ଏଚ୍‌ଆର୍‌ପିସି ମୁଖ୍ୟଭାବେ ଜଣେ ଅତିରିକ୍ତ ଡିଜି ର଼୍ୟାଙ୍କ୍‌ର ଅଧିକାରୀ ରହିଥିବାବେଳେ ଆଉଜଣେ ଆଇଜି ର଼୍ୟାଙ୍କ୍‌ର ଅଧିକାରୀ ପ୍ରମୁଖ ଦାୟିତ୍ୱରେ ଅଛନ୍ତି। ସେମାନଙ୍କ ଅଧୀନରେ ୩୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହି ବିଭାଗ ଏନ୍‌ଏଚ୍‌ଆରସି, ଓଏଚ୍‌ଆରସି, ଏନ୍‌ସିଡବ୍ଲ୍ୟୁ,ଏସ୍‌ସିଡବ୍ଲ୍ୟୁ ଏବଂ ଜାତୀୟ ଏସ୍‌ଟି ଓ ଏସ୍‌ସି ଆୟୋଗଙ୍କ ଏକ ନୋଡାଲ ଏଜେନ୍ସି ଭାବେ ମଧ୍ୟ କାର୍ଯ୍ୟ କରୁଛି। ଏହିସବୁ ବିଭାଗରୁ ଆସୁଥିବା ନିର୍ଦ୍ଦେଶ ଆଧାରରେ ତଦନ୍ତ କରି ଏଚ୍‌ଆରପିସି ରିପୋର୍ଟ ଦେଇଥାଏ। ହେଲେ ତଦନ୍ତ ବିଳମ୍ବିତ ତଥା ପ୍ରଭାବିତ ହେଉଥିବାରୁ ତ୍ୱରିତ ନ୍ୟାୟ ମିଳିପାରୁନି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୩ ରୁ ୨୦୧୯ ମଧ୍ୟରେ ରାଜ୍ୟର ଚର୍ଚ୍ଚିତ ୧୦ ମାନବିକ ଅଧିକାର ଉଲ୍ଲଂଘନ ମାମଲା ନେଇଛି ଏଚ୍‌ଆର୍‌ପିସି। ୨୦୧୩, ୨୦୧୫, ୨୦୧୮ ଓ ୨୦୧୯ରେ ଗୋଟିଏ ଲେଖାଏ ଏବଂ ୨୦୧୪,୨୦୧୬ ଓ ୨୦୧୭ରେ ଦୁଇଟି ଲେଖାଏ ମାମଲା ରହିଛି। ୭ଟି ଗୁରୁତ୍ୱପୂର୍ଣ୍ଣ ମାମଲା ପଡିରହିଥିବା ବେଳେ ୨୦୧୩ରେ କଟକ ମାଙ୍ଗଳାବାଗ ଥାନା କେସ୍‌ ନଂ.୪୩/୧୩ ମାମଲାକୁ ମିଷ୍ଟେକ୍‌ ଅଫ୍‌ ଫ୍ୟାକ୍ଟ ଦର୍ଶାଇ ଏହାର ଫାଇଲ ବନ୍ଦ କରିଦିଆଯାଇଛି। ଫଳରେ ତତ୍‌କାଳୀନ ବିଦ୍ୟୁତ୍‌ ଥାନା ଅଧିକାରୀ ସତ୍ୟନାରାୟଣ ରଥ ନିର୍ଦ୍ଦୋଷରେ ଖସିଯାଇଛନ୍ତି। ସେହିପରି ୨୦୧୪ରେ ଟିଟିଲାଗଡ଼ ଥାନା କେସ୍‌ ନଂ.୧୪୪/୧୪ରେ ସମ୍ପୃକ୍ତ ୭ଜଣ ପୋଲିସ ଅଧିକାରୀଙ୍କ ଦୋଷ ଥିବା ନେଇ ରିପୋର୍ଟ ଦିଆଯାଇଛି। ସେହିବର୍ଷ ଭୁବନେଶ୍ୱର ବଡ଼ଗଡ଼ ଥାନା କେସ୍‌ ନଂ.୧୧୫/୧୪ରେ ହୋଇଥିବା ମାମଲାର ତଦନ୍ତ ଏପର୍ଯ୍ୟନ୍ତ ସରିନାହିଁ। ୨୦୧୫ରେ ଓଲଟପୁର ଥାନା କେସ୍‌ ନଂ.୪୭/୧୫ର ତଦନ୍ତ କରି ଏଚ୍‌ଆର୍‌ପିସି ରିପୋର୍ଟ ଦେବାପରେ ତତ୍‌କାଳୀନ ଥାନା ଅଧିକାରୀ ରଶ୍ମିରେଖା ମଲିକ, ଏଏସ୍‌ଆଇ ଆଲୋକ ଷଡ଼ଙ୍ଗୀ ଓ କନ୍‌ଷ୍ଟେବଳ କିଶୋର ଚନ୍ଦ୍ର ମଲିକଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ ହୋଇଥିଲା। ୨୦୧୬ରେ ଜଗନ୍ନାଥପ୍ରସାଦ ଥାନା କେସ୍‌ ନଂ.୬/୧୫ରେ ଜଣେ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ ସରୁ ନ ଥିବାରୁ ସେମାନେ ଦୋଷୀ ପ୍ରମାଣିତ ହୋଇପାରୁନାହାନ୍ତି। ସେହିବର୍ଷ ବାଲିଗୁଡା ଥାନା କେସ୍‌ ନଂ.୧୦୯/୧୬ରେ ୪ଜଣ ଏସ୍‌ଓଜି ଯବାନ ଗୁଳିକରି ୫ଜଣ ନିରୀହ ଆଦିବାସୀଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ଥିଲା, ଯାହାର ତଦନ୍ତ ଏପର୍ଯ୍ୟନ୍ତ ଚାଲିଛି। ୨୦୧୭ରେ ହାତୀବାରି ଥାନା ହାଜତ ମୃତ୍ୟୁ କେସ୍‌ ନଂ.୫୪/୧୬ ଓ ରଘୁନାଥପାଲି ଥାନା ପୋଲିସ ବିରୋଧରେ ହତ୍ୟା ମାମଲା ନଂ.୨୬୭/୧୫ର ତଦନ୍ତ ମଧ୍ୟ ଶେଷ ହୋଇନାହିଁ। ସେହିଭଳି ୨୦୧୮ରେ ଅଇଁଠାପାଲି ଥାନା ହାଜତରେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଥାନାଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଏଚ୍‌ଆର୍‌ପିସିରେ ମାମଲା ନଂ.୧/୧୮ ରୁଜୁ ହୋଇଥିଲା। ୨୦୧୯ରେ କଟକ ବାଙ୍କୀ ଥାନା କେସ୍‌ ନଂ.୩୦୮/୧୯ ଏଚ୍‌ଆର୍‌ପିସିରେ ପହଞ୍ଚତ୍ଥିଲେ ମଧ୍ୟ ଏସବୁର ତଦନ୍ତ ବିଳମ୍ବିତ ହେବାରେ ଲାଗିଛି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri