ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଭାଜପା ଉତ୍ସାହିତ

ଭୁବନେଶ୍ୱର, ୨୦ା୫(ବ୍ୟୁରୋ): ସାଧାରଣ ନିର୍ବାଚନ-୨୦୧୯ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୩ ଦିନ ପରେ ଭୋଟ ଗଣତି ହେବ। ପୂର୍ବ ୩ ଥର ଭଳି ଏଥର ମଧ୍ୟ ରାଜ୍ୟରେ ଏକ ସଙ୍ଗରେ ବିଧାନସଭା ଓ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଚଳିତଥର ନିର୍ବାଚନରେ ଲୋକ ସଭା ସିଟ୍‌କୁ ନେଇ ଭୋଟରଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଦୀର୍ଘ ୧୯ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ନିର୍ବାଚନ ପ୍ରଚାରରେ ଲୋକ ସଭା ଆସନକୁ ଅଧିକ ଗୁରୁତ୍ୱ ଦେଇଥିଲା। ଏପରିକି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଜେଡି ୨୧ରୁ ୨୧ ଲୋକ ସଭା ଜିତିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ହେଲେ ଭାଜପା ସଙ୍ଗଠିତ ଭାବେ ପ୍ରତି ସିଟ୍‌ରେ ବିଜେଡିକୁ କଡା ଟକ୍କର ଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ। ଗତଥର ପଶ୍ଚିମ ଓଡ଼ିଶାରେ ଭାଜପାର ଲୋକ ସଭା ଭୋଟ ହାର ଭଲ ରହିଥିଲା। ତେଣୁ ସେହି ଅଞ୍ଚଳରେ ବିଜେଡି ସପକ୍ଷରେ ଜନମତ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲାର ବିଜେପୁରରୁ ବିଧାନସଭା ପ୍ରାର୍ଥୀ ହୋଇଥିଲେ। ଅନ୍ୟପକ୍ଷରେ ପ୍ରଥମରୁ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଥିଲା। ହେଲେ ନିର୍ବାଚନ ନିକଟତର ହେବା ସହ କଂଗ୍ରେସକୁ ନେଇ ଭୋଟରଙ୍କ ଉତ୍ସାହ କମିବା ଦେଖିବାକୁ ମିଳିଥିଲା।
ଫଳାଫଳ ଆସି ନାହିଁ ସତ, ହେଲେ ଏକାଧିକ ସଂସ୍ଥାର ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ଜନମତ ବିଜେଡି ବିପକ୍ଷରେ ଏବଂ ଭାଜପା ସପକ୍ଷରେ ଯାଇଛି। ଭୁବନେଶ୍ୱର, ପୁରୀ, କେନ୍ଦୁଝର, ଆସିକା, କୋରାପୁଟ, ସମ୍ବଲପୁର, ଢେଙ୍କାନାଳ ଲୋକ ସଭା ଆସନରେ ବିଜେଡି ପରାଜିତ ହେବା ସମ୍ଭାବନା ରହିଛି। ସେହିପରି ରାଜ୍ୟସ୍ତରୀୟ କେତେଜଣ ରାଜନୈତିକ ସମୀକ୍ଷକଙ୍କ ଆକଳନ ଅନୁଯାୟୀ କେତେଜଣ ବିଜେଡି ନେତା ତୃଣମୂଳରେ ଭୋଟରଙ୍କ ରୋଷର ଶିକାର ହୋଇଛନ୍ତି। ତେଣୁ ବିଜେଡି ବିଧାନସଭାରେ ପୂର୍ବ ସଫଳତା ବଜାୟ ରଖିବା କାଠିକର ପାଠ ହେବ ବୋଲି କୁହାଯାଉଛି। ବୌଦ୍ଧ, କଣ୍ଟାମାଳ, ବଡ଼ମ୍ବା, କଟକ-ବାରବାଟୀ, ବସ୍ତା, ଜଟଣୀ, ବେଗୁନିଆ, ବ୍ରହ୍ମଗିରି, ଉମରକୋଟ, ନବରଙ୍ଗପୁର, ମାଲକାନଗିରି, ଚିତ୍ରକୋଣ୍ଡା, ସୋରଡା, ଗୋପାଳପୁର, ଛତ୍ରପୁର, ପାରଳାଖେମୁଣ୍ଡି, ରାୟଗଡ଼ା, କୋରେଇ, କେନ୍ଦ୍ରାପଡ଼ା ଭଳି ଆସନ ଫଳାଫଳ ବିଜେଡିକୁ ଚକିତ କରିପାରେ।
ଏକ୍‌ଜିଟ୍‌ ପୋଲ୍‌ ଆକଳନକୁ ନେଇ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ଏକଜିଟ୍‌ ପୋଲ ଅନ୍ଧାରକୁ ଟେକା ମାରିବା ଭଳି। ବାଜିଲେ ଭଲ, ନ ହେଲେ ନାମ ନେଲ। ଅତୀତରେ ୨୦୦୪ ଲୋକ ସଭା, ୨୦୧୫ ଦିଲ୍ଲୀ ଏବଂ ବିହାର ବିଧାନସଭା ନିର୍ବାଚନ ସମ୍ପର୍କିତ ଏକ୍‌ଜିଟ୍‌ ପୋଲ୍‌ ଭୁଲ ପ୍ରମାଣିତ ହୋଇଛି। ତେଣୁ ୨୩କୁ ଅପେକ୍ଷା କରାଯାଉ। ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଏକ୍‌ଜିଟ୍‌ ପୋଲ୍‌ ଆକଳନ ସତ୍ୟ ପ୍ରମାଣିତ ହେବାକୁ ଯାଉଛି। ଓଡ଼ିଶାରେ କେବଳ ଲୋକ ସଭା ନୁହେଁ, ଭାଜପା ବିଧାନସଭା ନିର୍ବାଚନରେ ବି ଭଲ ଫଳାଫଳ କରିବ। ଏମିତିକି ବିଜେଡିକୁ ହଟାଇ ରାଜ୍ୟ ସଚିବାଳୟ ଦଖଲ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଲେଖାଶ୍ରୀ କହିଛନ୍ତି। ସେହିପରି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ କରାଯାଇଥାଏ। ଏହାକୁ ନେଇ ପ୍ରତିକ୍ରିୟା ଦେବାକୁ ଉଚିତ ମନେ କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri