ନୂଆଦିଲ୍ଲୀ,୨୧-୫: ଭାରତୀୟ ଉଦ୍ୟୋଗ ଜଗତ ସୋମବାର ଏକ୍ଜିଟ୍ ପୋଲ୍କୁ ନେଇ ଚୁପ୍ ରହିଛି। କେହି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ରବିବାର ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ସରିବା ପରେ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ଏକ୍ଜିଟ୍ ପୋଲ୍ ଜାରି କରାଯାଇଥିଲା। ତଦନୁଯାୟୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଏଥିରେ ଦର୍ଶାଯାଇଛି। ତେବେ ନିର୍ବାଚନ ଫଳାଫଳ ଆସନ୍ତା ୨୩ରେ ପ୍ରକାଶ ପାଇବ। ଏ ସମ୍ପର୍କରେ ପ୍ରମୁଖ ଉଦ୍ୟୋଗ ଜଗତ ପ୍ରତିନିଧି ଫିକି, ଭାରତୀୟ ଉଦ୍ୟୋଗ ମହାସଂଘ(ସିଆଇଆଇ) ତଥା ଆସୋଚାମ୍ କୌଣସି ଟିପ୍ପଣୀ ଦେବାରୁ ଦୂରେଇ ରହିଛି। ଗୋଟିଏ ଉଦାହରଣରୁ ଏହା ସହଜରେ ବୁଝି ହେବ। ଚଳିତ ସପ୍ତାହରେ କ’ଣ କରିବାକୁ ହେବ ବୋଲି ମହିନ୍ଦ୍ରା ଗ୍ରୁପ୍ର ମୁଖ୍ୟ ଅର୍ଥନୀତିଜ୍ଞ ସଚ୍ଚିଦାନନ୍ଦ ଶୁକ୍ଲା ଟୁଇଟ୍ ଜରିଆରେ ପ୍ରଶ୍ନ ପଚାରିବାରୁ ଏହାର ଉତ୍ତରରେ ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଚଳିତ ସପ୍ତାହରେ ଆମର ଏକମାତ୍ର ଗୋଟିଏ ଦିଗ ପ୍ରତି ନଜର ରହିଛି ବୋଲି ଉତ୍ତର ଦେଇଥିଲେ। ତାଙ୍କର ସ୍ପଷ୍ଟ ସଙ୍କେତ ମେ ୨୩ର ନିର୍ବାଚନ ଫଳାଫଳ ଆଡକୁ ଦର୍ଶାଉଛି। ଉଦ୍ୟୋଗ ଜଗତର ଅନ୍ୟତମ ପ୍ରତିନିଧି ପିଏଚ୍ଡିସିଆଇ ଅଧ୍ୟକ୍ଷ ରାଜୀବ ତଲଓ୍ବାର କହିଛନ୍ତି ଯେ, ଭାରତରେ ସମସ୍ତଙ୍କୁ ଜନତା ଜନାର୍ଦ୍ଦନଙ୍କ ଇଚ୍ଛାକୁ ସମ୍ମାନ ଦେବା ଉଚିତ୍। ଯଦି ମତଦାତାଙ୍କୁ ଲାଗୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ଲାଗି ନିର୍ବାଚିତ କରିବା ଆବଶ୍ୟକ, ତେବେ ଅନ୍ୟ କୌଣସି ବିଚାର ସହ ତୁଳନା କରିବା ଅନୁଚିତ ହେବ। ଯେତେବେଳେ ଦେଶର ମତଦାତା ଚାହିଁଛନ୍ତି, ସେମାନେ ସରକାର ବଦଳାଇ ଦେଇଛନ୍ତି। ଏଭଳି ସ୍ଥିତିରେ ମୋଦିଙ୍କୁ ଦ୍ୱିତୀୟଥର ଲାଗି ନିର୍ବାଚିତ କରାଗଲେ ଏହା ଦେଶର ଅର୍ଥନୀତି ପ୍ରତି ଭଲ ହେବ। ଅନ୍ୟପକ୍ଷରେ ଆର୍ପିଜି ଏଣ୍ଟରପ୍ରାଇଜେର୍ସ ଅଧ୍ୟକ୍ଷ ହର୍ଷ ଗୋଏଙ୍କା କହିଛନ୍ତି ଯେ, ଏହା ନିଶ୍ଚିତ ଯେ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମର ପ୍ରଥମ ଅକ୍ଷର ‘ଏନ୍’ରୁ ଆରମ୍ଭ ହେବ। ବ୍ରୋକରେଜ କମ୍ପାନୀ ଏଡଲଭାଇସ ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି ଯେ, ଏନ୍ଡିଏ ସରକାରଙ୍କୁ ସ୍ପଷ୍ଟ ବହୁମତ ମିଳିଲେ ବଜାରରେ ଉତ୍ସାହ ବୃଦ୍ଧି ପାଇବ ଏବଂ ନୀତିଗତ ନିଷ୍ପତ୍ତିରେ ଧାରାବାହିକତା ବଜାୟ ରହିବ। ଅପରପକ୍ଷରେ କୋଟାକ୍ ଇନ୍ଷ୍ଟିଚ୍ୟୁଶନାଲ ସିକ୍ୟୁରିଟିଜ ପକ୍ଷରୁ ସୋମବାର ଏକ ବିବୃତି ଜାରି କରି କୁହାଯାଇଛି ଯେ, ନିର୍ବାଚନ ଫଳାଫଳ ବଜାରର ଆଶା ଅନୁରୂପ ଆସିଲେ ୨୩ ପରେ କିଛି ସମୟ ପାଇଁ ସେନ୍ସେକ୍ସରେ ବୃଦ୍ଧି ଦେଖିପାରିବା।
୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ
ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...
ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ
ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...
BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍ ପ୍ଲାନ୍
ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...
Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା
ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...
SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...
ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!
ନୂଆଦିଲ୍ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...
୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…
ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...
Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ
ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...
Archives


