Posted inଜାତୀୟ

ଏକମାତ୍ର ପୁଅ ସିଦ୍ଧାର୍ଥ ଆଉ ଏ ଦୁନିଆରେ ନାହିଁ, ପିତା ଏପର୍ଯ୍ୟନ୍ତ ଜାଣିନାହାନ୍ତି

ବେଙ୍ଗାଲୁରୁ, ୩୧।୭:‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଏପର୍ଯ୍ୟନ୍ତ ତାଙ୍କ ପିତା ଜାଣିନାହାନ୍ତି ବୋଲି ପରିବାର ଲୋକେ କହିଛନ୍ତି। ୯୬ବର୍ଷୀୟ ଗଙ୍ଗୈୟା ହେଗେଡଙ୍କ ଏକମାତ୍ର ପୁଅ ଥିଲେ ସିଦ୍ଧାର୍ଥ। ୧୫ ଦିନ ତଳେ ଗୁରୁତର ଅସୁସ୍ଥ ହୋଇ ଗଙ୍ଗୈୟା ମହୀଶୂରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ଶେଷଥର ପାଇଁ ସେ ପୁଅକୁ ଦେଖିଥିଲେ। ସିଦ୍ଧାର୍ଥ ମଧ୍ୟ ପିତାଙ୍କୁ ସେଦିନ କୋଳାଗ୍ରତ କରି ଖୁବ୍‌ ଜୋରରେ କାନ୍ଦିଥିଲେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି। ସେବେଠୁ ଗଙ୍ଗୈୟା କୋମାରେ ଅଛନ୍ତି। ସିଦ୍ଧାର୍ଥଙ୍କ ମା’ ବାସନ୍ତୀ ହେଗେଡ ନିଜ ଗ୍ରାମ ଚିଥନହଲିରେ ଅଛନ୍ତି। ସୂଚନାଯୋଗ୍ୟ, ବ୍ୟବସାୟରେ କ୍ଷତି ହେଉଥିବାବେଳେ ବାରମ୍ବାର ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ଚଢାଉ ଯୋଗୁ ଏଭଳି ନିଷ୍ପତ୍ତି ନେଇଥିବା କଥା ସିଦ୍ଧାର୍ଥ ନିଜ ଶେଷ ଚିଠିରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri