Posted inଖେଳ

ଏଏଫସି ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍:‌ ପୁଲ୍‌-୩ରେ ଭାରତ

ନୂଆଦିଲ୍ଲୀ, ୧୮।୬(ପି.ଟି.)-  ଏସିଆନ ଫୁଟବଲ କନ୍‌ଫେଡେରେଶନ(ଏଏଫସି)ର ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ପାଇଁ ଭାରତ ପୁଲ୍‌-୩ରେ ସ୍ଥାନ ପାଇଛି। ପ୍ରତିଯୋଗିତା ଏଏଫ୍‌ସି ହାଉସ କୁଆଲାଲମ୍ପୁରଠାରେ ଗୁରୁବାରଠାରୁ ଆରମ୍ଭ ହେବ। ତାସ୍‌କେଣ୍ଟରେ ଅନୁଷ୍ଠିତ ପ୍ରତିଯୋଗିତାର ଗ୍ରୁପ‘ବି’ରେ ଶୀର୍ଷସ୍ଥାନ ହାସଲ କରି ଭାରତ ଏହି ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଥିଲା। ଭାରତୀୟ ଯୁବ ଦଳ ୩ ମ୍ୟାଚରେ ୧୦ ଗୋଲ ଦେଇଥିବାବେଳେ ଗୋଟିଏ ଗୋଲ ବରଣ କରି ୭ ପଏଣ୍ଟ ପାଇଥିଲା। ଏଥିରେ ଉଜବେକିସ୍ତାନ, ବାହାରିନ ଓ ତୁର୍କମେନିସ୍ତାନ ଭାରତର ପ୍ରତିଦ୍ୱନ୍ଦ୍ୱୀ ଥିଲେ।
ଆଗାମୀ ପ୍ରତିଯୋଗିତା ପାଇଁ ପୁଲ୍‌-୩ରେ ଭାରତ ସହିତ ଇରାନ, ୟେମେନ ଓ ସୌଦୀ ଆରବ ସ୍ଥାନ ପାଇଛନ୍ତି। ପୁଲ୍‌-୧ରେ ବାହାରିନ, ଜାପାନ, ତାଜିକସ୍ତାନ ଓ ଦକ୍ଷିଣ କୋରିଆ, ପୁଲ-୨ରେ ଅଷ୍ଟ୍ରେଲିଆ, ଉତ୍ତର କୋରିଆ, ଇଣ୍ଡୋନେସିଆ ଓ ଓମାନ ଏବଂ ପୁଲ୍‌-୪ରେ ଚାଇନା, ଉଜ୍‌ବେକିସ୍ତାନ, କାତାର ଓ ୟୁଏଇ ସ୍ଥାନ ପାଇଛନ୍ତି। ”ଆମେ ଡ୍ର ଉଠାଣକୁ ଆଗ୍ରହର ସହିତ ଅପେକ୍ଷା କରିଥିଲୁ। ଯୋଗ୍ୟତା ପର୍ଯ୍ୟାୟରେ ଉଜ୍‌ବେକିସ୍ତାନକୁ ପଛରେ ପକାଇ ଦେଇ ଖେଳାଳିମାନେ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଆଗକୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବାରୁ ସେମାନେ ନିଜକୁ ପ୍ରମାଣିତ କରିବାର ସମୟ ଆସିଛି“ ବୋଲି ମୁଖ୍ୟ କୋଚ୍‌ ବିବିଆନୋ ଫର୍ନାଣ୍ଡିଜ୍‌ ପ୍ରକାଶ କରିଛନ୍ତି। ଏଏଫସି ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ ଫାଇନାଲ୍ସରେ ଭାରତ କ୍ରମାଗତ ୩ୟ ଏବଂ ଓଭରଅଲ୍‌ ୯ମ ଥରପାଇଁ ପ୍ରବେଶ କରିଛି। ୨୦୧୮ରେ ଭାରତୀୟ ଯୁବଦଳ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ଯୋଗ୍ୟତାଠାରୁ ଗୋଟିଏ ବିଜୟ ଦୂରରେ ରହିଥିଲା। କ୍ୱାର୍ଟର ଫାଇନାଲରେ ଦଳ ଏକମାତ୍ର ଗୋଲରେ ଦକ୍ଷିଣ କୋରିଆଠାରୁ ପରାଜିତ ହୋଇଥିଲା। ପୂର୍ବରୁ ୨୦୦୨ରେ ମଧ୍ୟ ଭାରତ କ୍ୱାର୍ଟର ଫାଇନାଲ ଖେଳିଥିଲା। ବର୍ତ୍ତମାନର ଦଳ କ୍ରମାଗତ ୮ଟି ଅନ୍ତର୍ଜାତୀୟ ମ୍ୟାଚରେ ଅପରାଜେୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri