Posted inଜାତୀୟ

ଏଏପି ଛାଡିଲେ ଦିଲ୍ଲୀ କାଣ୍ଟର ବିଧାୟକ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆମ ଆଦମୀ ପାର୍ଟି(ଏଏପି)କୁ ବଡ଼ ଝଟ୍‌କା ଲାଗିଛି। କାଣ୍ଟର ବିଧାୟକ କମାଣ୍ଡୋ ସୁରେନ୍ଦ୍ର ସିଂହ ମଙ୍ଗଳବାର ଏଏପିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏଏପିରୁ ଇସ୍ତଫା ଦେବା ନେଇ ସେ ଟୁଇଟ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ସେ ଲେଖିଛନ୍ତି, ଅତ୍ୟନ୍ତ ଦୁଃଖୀ ହୋଇ ସେ ଏଏପିରୁ ଇସ୍ତଫା ଦେଇଛନ୍ତି। ଏବେ ସେ ଏନ୍‌ସିପିର ଟିକେଟରୁ ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳିଛି। ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ତାଙ୍କୁ ଟିକେଟ ନ ମିଳିଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଚଳିତ ଥର ତାଙ୍କ ସ୍ଥାନରେ ବିରେନ୍ଦ୍ର ସିଂହ କାଦୟାନଙ୍କୁ ଏଏପି ଟିକେଟ ଦେଇଥିଲା। କମାଣ୍ଡୋ ସୁରେନ୍ଦ୍ର ୨ଥର ଦିଲ୍ଲୀ କାଣ୍ଟରୁ ନିର୍ବାଚନ ଜିତି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନେତାନ୍ୟାହୁ ନ ଥିଲେ ଆଜି ମାନଚିତ୍ରରେ ହୁଏତ ଇସ୍ରାଏଲ ନ ଥାଆନ୍ତା’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୩୦ ।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ଜିତୁଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ: ସମର୍ଥକଙ୍କ ମହଲରେ ଉତ୍ସାହ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri