ଏଇ ଭାରତରେ

କଶ୍ମୀରର ମହମ୍ମଦ ଅଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ହୋଇ ଜେଲ୍‌ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ। ଏମିତି ଏକ ଖବର ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଯେତେବେଳେ ସେ ରାଜସ୍ଥାନ ଓ ଦିଲ୍ଲୀ ଜେଲରେ ବନ୍ଦୀ ଥିଲେ ସେତେବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇ ଯାଇଥିଲା। ଭଟ୍ଟଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ୧୯୯୬ରେ କାଠମାଣ୍ଡୁରୁ ପୋଲିସ ଗିରଫ କରିଥିଲା। ଏହା ସହ ରାଜସ୍ଥାନ ପୋଲିସ ଦୌସାରେ ଏକ ବସ୍‌ରେ ହୋଇଥିବା ବିସ୍ଫୋରଣ ମାମଲାରେ ମଧ୍ୟ ଏମାନଙ୍କର ସମ୍ପୃକ୍ତି ଦର୍ଶାଇଥିଲା। ଗୋଟିଏ ପଟେ ଲଜପତ୍‌ ନଗର ବୋମା ବିସ୍ଫୋରଣ ମାମଲାରେ ଏମାନଙ୍କୁ ୨୦୧୨ ନଭେମ୍ବରରେ କୋର୍ଟ ଦୋଷମୁକ୍ତ କରିଥିଲେ। ହେଲେ ରାଜସ୍ଥାନ ବସ୍‌ ବୋମା ବିସ୍ଫୋରଣ ମାମଲାର ବିଚାର ପାଇଁ ସେମାନଙ୍କୁ ପୁଣି ଜେଲ୍‌ରେ ରହିବାକୁ ପଡ଼ିଥିଲା। ଗତ ସପ୍ତାହରେ ଏହାର ଶୁଣାଣି ହେବା ସହ ୩ ଜଣ ଦୋଷମୁକ୍ତ ହୋଇ ମୁକୁଳିଛନ୍ତି। ହେଲେ ଇତିମଧ୍ୟରେ ଭଟ୍ଟ ତାଙ୍କ ପରିବାରର ଗୋଟିଏ ପୁଅ ହୋଇଥିବା ବେଳେ ୨୦୧୨ରେ ମା’ ଓ ୨୦୧୫ରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଛି। ଏବେ ସେ ସମ୍ପୂର୍ଣ୍ଣ ଏକା ବୋଲି କହିବା ସହ ମାତାପିତାଙ୍କ କବର ପାଖରେ ବସି କାନ୍ଦିବା ଛଡ଼ା ତାଙ୍କର ଆଉ କୌଣସି ଉପାୟ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri