ଏଇ ଭାରତରେ

ପରିବେଶ ସୁରକ୍ଷାରେ ସଦା ବ୍ୟସ୍ତ ମହାରାଷ୍ଟ୍ରର ମହମ୍ମଦ ଦିଲାଓ୍ବାର। ସେ ଘରଚଟିଆଙ୍କ ସହ ଦେଶୀ ପ୍ରଜାତି ଗଛଗୁଡ଼ିକର ସଂରକ୍ଷଣ କରୁଛନ୍ତି। ମହମ୍ମଦ ରହୁଛନ୍ତି ନାସିକରେ। ଏବେ ସୁଦ୍ଧା ମହମ୍ମଦ ଭାରତରେ ଥିତ୍ବା ୪୦୦ ପ୍ରଜାତିର ଦେଶୀ ଗଛ ସଂଗ୍ରହ କରିଛନ୍ତି। ଗଛଗୁଡ଼ିକୁ ସେ ନାସିକସ୍ଥିତ ଦିଲାଓ୍ବାର ନର୍ସରିରେ ରଖିଛନ୍ତି । କେବଳ ନର୍ସରିରେ ଚାରା ଉତାରୁ ନାହାନ୍ତି, ବରଂ ତାହାକୁ ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ପାଲଘର ଏବଂ ନାସିକ ସହରରେ ରୋପଣ କରି ୨୫ଟି ସିଟି ଫରେଷ୍ଟ ସୃଷ୍ଟି କରିପାରିଛନ୍ତି। ଘରଚଟିଆ ବଂଶ ରକ୍ଷା ପାଇଁ ଦେଶୀ ଗଛର ଆବଶ୍ୟକତାକୁ ଲକ୍ଷ୍ୟକରି ସେ ଏଭଳି ପଦକ୍ଷେପ ନେଇଛନ୍ତି। ଏବେ ସୁଦ୍ଧା ସିଟି ଫରେଷ୍ଟଗୁଡ଼ିକରେ ମହମ୍ମଦ ଓ ତାଙ୍କ ଟିିମ୍‌ ଦେଶୀ ପ୍ରଜାତିର ୨୫,୦୦୦ ଗଛ ଲଗାଇ ସାରିଛନ୍ତି। ଭାରତର ୩୫,୦୦୦ରୁ ଊର୍ଦ୍ଧ୍ୱ ଦେଶୀ ପ୍ରଜାତି ଗଛ ମଧ୍ୟରୁ ୫,୦୦୦ ପ୍ରଜାତିର ଗଛ ତାଙ୍କ ନର୍ସରିରେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ମହମ୍ମଦ।
୨୦୧୫ରେ ପୁଣେର ଓ୍ବିପ୍ରୋ କ୍ୟାମ୍ପସରେ ପ୍ରଥମେ ସେ ସିଟି ଫରେଷ୍ଟ ଆରମ୍ଭ କରିଥିଲେ। ଏଥିତ୍ରେ ସଫଳତା ପାଇବା ପରେ ମହାରାଷ୍ଟ୍ର ସରକାର, ଏନ୍‌ଜିଓ ଓ ଘରୋଇ ସଂସ୍ଥାଗୁଡ଼ିକ ସହ ମିଳିତ ଭାବେ ଅନ୍ୟ ସହରଗୁଡ଼ିକରେ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ମହମ୍ମଦ ପ୍ରତିଷ୍ଠା କରିଥିବା ସଂସ୍ଥା ‘ନେଚର ଇଣ୍ଡିଆ ନର୍ସରି’ ମାଧ୍ୟମରେ ଗଛ ସଂରକ୍ଷଣ ପାଇଁ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପ୍ରୋଗ୍ରାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri